• padmabati kund

ଜାଣନ୍ତୁ : ହ୍ଵାଟସଅପରେ କିପରି ପଠାଇବେ ହାଇ ରିଜୋଲ୍ୟୁସନ ଫୋଟୋ


(ବେତାର ବ୍ୟୁରୋ) ଇନଷ୍ଟାଣ୍ଟ ମେସେଞ୍ଜିଙ୍ଗ ଆପ୍ ହ୍ଵାଟସଅପରେ ଚ୍ୟାଟ କରିବା ସହିତ ଆମେ ଫଟୋ, ଗୀତ ଓ ଅନ୍ୟାନ୍ୟ ଡକୁମେଣ୍ଟ ବା ଫାଇଲ୍ ମଧ୍ୟ ଶେୟାର କରିପାରୁ। ତେବେ ହ୍ଵାଟସଅପରେ ଫଟୋ ପଠାଇଲେ ଏହାର କ୍ଵାଲିଟି ଖରାପ ହୋଇଯାଇଥାଏ ଅର୍ଥାତ ପ୍ରକୃତ ଫଟୋ ତୁଳନାରେ ଏହାର କ୍ଵାଲିଟି ସାମାନ୍ୟ କମ ହୋଇଯାଇଥାଏ। ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ହ୍ଵାଟସଅପରେ ଫଟୋ ପଠାଇବାକୁ ପସନ୍ଦ କରିନଥାନ୍ତି।

ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଦୁଇଟି ଉପାୟରେ ଫଟୋ ପଠାଇ ପାରିବେ, ଯାହାଦ୍ୱାରା ପଠାଇ ଥିବା ଫଟୋର କ୍ଵାଲିଟି ଖରାପ ହେବ ନାହିଁ। ଆସନ୍ତୁ ଜାଣିବା ସେଗୁଡିକ କଣ।

ପ୍ରଥମ ଉପାୟ

ଆପଣ ଯେଉଁ ଇମେଜ ଫାଇଲକୁ ପଠେଇବାକୁ ଚାହୁଁଛନ୍ତି ତାହାକୁ ସ୍ମାର୍ଟଫୋନର ଫାଇଲ ମ୍ୟାନେଜରକୁ ନେଇ ନେଭିଗେଟ କରନ୍ତୁ। ଏହାପରେ ଏହି ଫାଇଲକୁ .jpg ଫର୍ମାଟରୁ ବଦଳାଇ .doc ଫର୍ମାଟକୁ କନଭର୍ଟ କରନ୍ତୁ। ଫଟୋକୁ .doc ଫର୍ମାଟରେ ବଦଳେଇବା ପରେ ହ୍ଵାଟସଅପକୁ ଯାଇ ଯେଉଁ କଣ୍ଟାକ୍ଟକୁ ପଠାଇବାକୁ ଚାହୁଁଛନ୍ତି ତାହାକୁ ସିଲେକ୍ଟ କରନ୍ତୁ। ଏହାପରେ ଚ୍ୟାଟ ଅପ୍ସନ ପାଖରେ ଥିବା ପିନ୍ ଆଇକନ ଉପରେ କ୍ଲିକ କରନ୍ତୁ। ଏହାପରେ କନଭର୍ଟ କରିଥିବା ଫାଇଲକୁ ବାଛନ୍ତୁ ଓ ପଠାଇ ଦିଅନ୍ତୁ।

ଯାହାକୁ ଆପଣ ଫଟୋ ପଠାଇଛନ୍ତି ତାଙ୍କୁ ଫଟୋ ଗୁଡିକୁ .doc ଫର୍ମାଟରୁ .jpg  ଫର୍ମାଟ କରିବା ପାଇଁ କୁହନ୍ତୁ। ଏହାଦ୍ଵାରା ଆପଣ ପଠେଇଥିବା ଫଟୋର କ୍ଵାଲିଟି ଖରାପ ହେବ ନାହିଁ। ତେବେ ଏହି ଉପାୟରେ ଆପଣଙ୍କ ମୋବାଇଲର ଡାଟାପ୍ୟାକ ଅଧିକ ଖର୍ଚ୍ଚ ହେବ।

ଦ୍ଵିତୀୟ ଉପାୟ

ଯଦି ଆପଣ ପ୍ରଥମ ଉପାୟରେ ଫଟୋ ପଠାଇବାକୁ ପସନ୍ଦ କରୁନାହାନ୍ତି ତେବେ ଅନ୍ୟ ଏକ ଉପାୟରେ ମଧ୍ୟ ପଠାଇ ପାରିବେ। ଏହି ଉପାୟଟି ସାମାନ୍ୟ ଲମ୍ବା ଅଟେ। ଏଥିପାଇଁ ଆପଣଙ୍କୁ ଗୁଗୁଲ ପ୍ଲେଷ୍ଟୋରକୁ ଯାଇ ଫାଇଲ ସାଇଜକୁ ଜିପ୍ କରୁଥିବା ଥାର୍ଡ ପାର୍ଟି ଆପ ଡାଉନଲୋଡ କରିବାକୁ ପଡିବ। ଏହାପରେ ଆପଣ ଯେଉଁ ଫଟୋକୁ ପଠାଇବାକୁ ଚାହୁଁଛନ୍ତି ତାହାକୁ ଏହି ଆପ୍ ଜରିଆରେ ଜିପ୍ କରିଦିଅନ୍ତୁ।

ଫଟୋକୁ ଜିପ୍ କରିବା ପରେ ହ୍ଵାଟସଅପରେ ଏହାକୁ ପଠାନ୍ତୁ। ଯାହାକୁ ଆପଣ ଫଟୋ ପଠାଇଛନ୍ତି ତାଙ୍କୁ ଫଟୋକୁ ଅନଜିପ୍ କରିବାକୁ କୁହନ୍ତୁ। ଫଟୋ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ମଧ୍ୟ ସେହି ଥର୍ଡ ପାର୍ଟି ଆପ ଥିବା ଜରୁରୀ। ଏହାଦ୍ଵାରା ଆପଣଙ୍କ ଫଟୋର କ୍ଵାଲିଟି କମ ହେବ ନାହିଁ। ତେବେ ପ୍ରଥମ ଉପାୟ ଅପେକ୍ଷା ଏହି ଉପାୟରେ ଫଟୋ ପଠାଇଲେ ଆପଣଙ୍କ ଡାଟାପ୍ୟାକ ବହୁତ କମ ଖର୍ଚ୍ଚ ହେବ।  

#mobile #whatsapp #imagequality

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon