• ବେତାର ବ୍ୟୁରୋ

ବାସ୍ତୁ ଅନୁଯାୟୀ ଦୋଳ ପୂର୍ଣ୍ଣିମାରେ ଘରକୁ ଏପରି ସଜାନ୍ତୁ


(ବେତାର ବ୍ୟୁରୋ) ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ରଙ୍ଗ ଖେଳିବା ସହିତ ଘରେ ପୂଜା ମଧ୍ୟ କରାଯାଇଥାଏ। ଏଥିପାଇଁ ଘରକୁ ସୁନ୍ଦର ଭାବରେ ସଜା ଯାଇଥାଏ। ଏହି ସାଜସଜ୍ଜାରେ ଅନେକ କଥା ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଦୋଳ ପୂର୍ଣ୍ଣିମା ଦିନ ଘରକୁ କିପରି ସଜାଇବେ ସେ ବିଷୟରେ କିଛି ନିୟମ ରହିଛି। ହୋଲିରେ ଘରକୁ ସଜାଇବା ପାଇଁ ବାସ୍ତୁରେ କଣ କୁହାଯାଇଛି ଆସନ୍ତୁ ଜାଣିବା।

.ଦୋଳ ପୂର୍ଣ୍ଣିମା ରେ ଘରକୁ ସଜାଇବା ସମୟରେ ଘରର ମୁଖ୍ୟଦ୍ଵାରରେ ଆଲୋକର ବ୍ୟବସ୍ଥା ନିଶ୍ଚିତ ଭାବରେ କରନ୍ତୁ। ମୁଖ୍ୟଦ୍ଵାରରେ ଏପରି ଆଲୋକର ବ୍ୟବସ୍ଥା କରନ୍ତୁ ଯେପରି ଆପଣଙ୍କ ଘର ମଧ୍ୟକୁ ଏହି ଆଲୋକ ପଡୁଥିବ। ଘରେ କୌଣସି ଖରାପ ହୋଇଯାଇଥିବା ଆଲୋକବତୀ ରଖନ୍ତୁ ନାହିଁ।

.ଆପଣଙ୍କ ଘରର ଡ୍ରଇଙ୍ଗ ରୁମରେ ଲାଲ ରଙ୍ଗର ସୋଫା ରଖନ୍ତୁ ନାହିଁ। ଏହାଦ୍ଵାରା ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଯାଇଥାଏ। ଡ୍ରଇଙ୍ଗ ରୁମରେ ହଳଦିଆ, ସବୁଜ ଓ ନୀଳ ରଙ୍ଗର ସୋଫା ରଖିପାରିବେ। ଏହାଦ୍ଵାରା ସଦ୍ଭାବ ବୃଦ୍ଧି ପାଇଥାଏ।

.ଶୟନ କକ୍ଷରେ ଖଟକୁ ଝରକା ଓ କବାଟର ସମ୍ମୁଖରେ ରଖନ୍ତୁ ନାହିଁ। ଏହାସହିତ ଶୟନ କକ୍ଷରେ କୌଣସି ଦର୍ପଣ ମଧ୍ୟ ରଖନ୍ତୁ ନାହିଁ।

.ରୋଷେଇ ଘରେ ଦକ୍ଷିଣ-ପୂର୍ବ ଦିଗରେ ଗ୍ୟାସର ଚୁଲ୍ଲା ରଖନ୍ତୁ। ମହିଳାମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ପୂର୍ବଦିଗକୁ ମୁଖ କରି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ। ଏହାସହିତ ରୋଷେଇ ଘରେ ବ୍ୟବହାର କରୁଥିବା ଇଲେକ୍ଟ୍ରୋନିକ୍ସ ଉପକରଣକୁ ଦକ୍ଷିଣ-ପୂର୍ବ ବା ଦକ୍ଷିଣ ଦିଗରେ ରଖନ୍ତୁ। ବାସ୍ତୁ ଅନୁଯାୟୀ ଏପରି କରିବା ପରିବାର ପାଇଁ ଶୁଭ ହୋଇଥାଏ।

. ଘରର ମଧ୍ୟ ଭାଗରେ ବା ଘରର ଅଗଣାରେ ଫୁଲତୋଡା ରଖନ୍ତୁ। ଏହା ଆପଣଙ୍କ ଘରୁ ନକରାତ୍ମକ ଶକ୍ତିକୁ ଦୂରେଇ ରଖିବ ଓ ସକାରାତ୍ମକ ଶକ୍ତି ଜାତ ହେବ।

.ଦୋଳ ପୂର୍ଣ୍ଣିମାରେ ଘରକୁ ସଜାଇବା ସମୟରେ ଘରର ମୁଖ୍ୟ ଦ୍ଵାରରେ ଗଣେଶଙ୍କ ଫଟୋ ଲଗାନ୍ତୁ। ଘରର ଭିତର ପାଖରେ ଓ ବାହାର ପାଖରେ ଏହି ଫଟୋ ଲଗାନ୍ତୁ। ଏହାସହିତ ମୁଖ୍ୟଦ୍ଵାରାରେ ଅଗରବତୀ ଜାଳନ୍ତୁ। ଏହାଦ୍ଵାରା ଆପଣଙ୍କ ଘରେ ଥିବା ନକରାତ୍ମକ ଶକ୍ତି ବାହାରକୁ ବାହାରିଯିବ।

.ହୋଲିରେ ରଙ୍ଗ ଖେଳିସାରିବା ପରେ ପୂର୍ବଦିଗକୁ ମୁହଁ କରି ସ୍ନାନ କରନ୍ତୁ। ସ୍ନାନ କରିବା ସମୟରେ ଭଗବାନ ବିଷ୍ଣୁଙ୍କର ଧ୍ୟାନ କରନ୍ତୁ। ଏପରି କରିବା ଦ୍ଵାରା ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips #holidecoration

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon