• padmabati kund

ଫିଲ୍ମ ସମୀକ୍ଷା : ଅକ୍ଷୟ କୁମାରଙ୍କ ‘କେଶରୀ’ରେ କାହାଣୀ, ଅଭିନୟକୁ ପ୍ରଶଂସା


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଓ ଅନୁରାଗ ସିଂ ଙ୍କ ନିର୍ଦ୍ଦେଶିତ ପିରିୟଡ ଡ୍ରାମା ଫିଲ୍ମ ‘କେଶରୀ’କେ ନେଇ ସାରା ଦେଶରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ହୋଲି ପର୍ବ ଅବସରରେ ଫିଲ୍ମକୁ ମାର୍ଚ୍ଚ 21 ତାରିଖ ଗୁରୁବାର ଦିନ ପ୍ରେକ୍ଷାଳୟରେ ରିଲିଜ କରାଯିବ। ଲଗାତାର ହିଟ ଫିଲ୍ମ ଦେଇ ଆସୁଥିବା ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ମଧ୍ୟ ବକ୍ସଅଫିସରେ ସୁପରହିଟ୍ ହେବ ବୋଲି ଅନୁମାନ କରାଯାଉଛି।

ଫିଲ୍ମଟି ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ‘କେଶରୀ’ ଫିଲ୍ମକୁ  ନେଇ ଫିଲ୍ମ ଉଦ୍ୟୋଗ ବିଶେଷଜ୍ଞଙ୍କ ମତ ମଧ୍ୟ ସାମ୍ନାକୁ ଆସିଛି। ବିଶେଷଜ୍ଞ ତରଣ ଆଦର୍ଶ ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରାଙ୍କ ଏହି ଫିଲ୍ମକୁ ନେଇ ସକାରାତ୍ମକ ମତ ଦେଇଛନ୍ତି। ତରଣ ଆଦର୍ଶ ଟ୍ଵିଟ କରି ଲେଖିଛନ୍ତି, “ଇତିହାସର ଏକ ଗୁରୁତପୁର୍ଣ୍ଣ ଭାଗକୁ ଖୁବ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି। କେଶରୀରେ ରାଷ୍ଟ୍ରବାଦ, ଦେଶଭକ୍ତି, ବୀରତା ଦେଖିବାକୁ ମିଳିଛି। ଏଥିରେ ଅକ୍ଷୟ କୁମାର ନିଜ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ଅଭିନୟ କରିଛନ୍ତି ଓ ଅନୁରାଗ ସିଂହ ଖୁବ ଚମତ୍କାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ଦେଖିବାକୁ ବିଲକୁଲ ଭୁଲିବେ ନାହିଁ।“

ନିର୍ଦେଶକ ଶଶାଙ୍କ ଖୈତାନ ମଧ୍ୟ ଏହି ଫିଲ୍ମକୁ ନେଇ ନିଜର ମତ ଦେଇଛନ୍ତି। ତାଙ୍କ ମତରେ ‘କେଶରୀ’ରେ ଥିବା ଡାଇଲଗ ଓ ଆକ୍ସନ ଦୃଶ୍ୟ ଗୁଡିକ ଦେଖିଲେ ନିଶ୍ଚିତ ଭାବରେ ଲୋକଙ୍କର ଲୋମ ଟାଙ୍କୁରି ଦେବ। ଏହାସହିତ ସେ ଅନୁରାଗ ସିଂ ଙ୍କର ନିର୍ଦ୍ଦେଶନାର ମଧ୍ୟ ପ୍ରଶଂସା କରିଛନ୍ତି।

ଫିଲ୍ମଟି ରିଲିଜ ହେବା ପୂର୍ବରୁ ଇଣ୍ଟରନେଟରେ ଦର୍ଶକମାନେ ମଧ୍ୟ ନିଜ ନିଜର ମତ ରଖିବା ଆରମ୍ଭ କରିସାରିଲେଣି। ଭାରତୀୟ ମାନଙ୍କୁ ଏହି ଫିଲ୍ମ ଗର୍ବିତ ଅନୁଭବ କରାଇବ ବୋଲି କିଛି ଦର୍ଶକ ମତ ରଖିଛନ୍ତି। ଫିଲ୍ମରେ ଅକ୍ଷୟ କୁମାରଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ଓ ଫିଲ୍ମ ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି ବୋଲି ଲେଖିଛନ୍ତି।

କାହାଣୀ

ଧର୍ମା ମୁଭିଜରେ ପ୍ରସ୍ତୁତ ଏହି ଫିଲ୍ମ ଏକ ବାସ୍ତବିକ ଓ ଐତିହାସିକ ଘଟଣା ଉପରେ ଆଧାରିତ। 122ବର୍ଷ ପୂର୍ବେ 21ଜଣ ଭାରତୀୟ ସୈନିକ ଦଶ ହଜାର ଆଫଗାନିସ୍ଥାନ ଆକ୍ରମଣକାରୀଙ୍କ ସହିତ ଲଢେଇ କରିଥିଲେ। ସେହି 21ଜଣ ସୈନିକଙ୍କର ବୀରତ୍ଵ କାହାଣୀକୁ ଏହି ଫିଲ୍ମରେ ଚିତ୍ରିତ କରାଯାଇଛି। 1897 ମସିହା, ସେପ୍ଟେମ୍ବର 12 ତାରିଖରେ ସାରାଗଢୀରେ ହୋଇଥିବା ଏହି ଲଢେଇ ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଅଟେ। ଏଥିରେ ଅକ୍ଷୟ କୁମାର ହାବିଲଦାର ଇଶର ସିଂଙ୍କ ଭୂମିକାରେ ଅଭିନୟ କରିଛନ୍ତି।  

ଅକ୍ଷୟ କୁମାରଙ୍କ ସହିତ ପରିଣୀତି ଚୋପ୍ରା ଏହି ଫିଲ୍ମରେ ଅଭିନୟ କରିଛନ୍ତି। ମୋଟ 80କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ହୋଲି ପର୍ବ ଅବସରରେ ବକ୍ସଅଫିସରେ ଖୁବ ଭଲ ରୋଜଗାର କରିବ ବୋଲି ଅନୁମାନ କରାଯାଉଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା ରହିଛି ଓ ଦର୍ଶକମାନେ ଏହାକୁ ଖୁବ ପସନ୍ଦ କରିବେ ବୋଲି ଫିଲ୍ମର ନିର୍ମାତା ମଧ୍ୟ ଆଶା ରଖିଛନ୍ତି।

#entertainment #bollywood #movierelease #keshari #akshaykumar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon