• padmabati kund

ଜାଣନ୍ତୁ : ହୋଲି ରଙ୍ଗ ଛଡାଇବା ପାଇଁ ପ୍ରାକୃତିକ ଉପାୟ


(ବେତାର ବ୍ୟୁରୋ) ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗରେ ଖେଳିବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ଘରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିବା ଅପେକ୍ଷା ଲୋକମାନେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ରଙ୍ଗ ଅଧିକ ବ୍ୟବହାର କରୁଛନ୍ତି। ଏହା ଆପଣଙ୍କ ତ୍ଵଚା ପ୍ରତି ହାନିକରକ ହୋଇଥାଏ ଓ ଏହି ରଙ୍ଗ ସହଜରେ ତ୍ଵଚାରୁ ଛାଡିନଥାଏ। ଏହାସହିତ ଆପଣଙ୍କ ତ୍ଵଚାରେ ଏହା ହାନିକାରକ ପ୍ରଭାବ ପକାଇଥାଏ।

ତେବେ ହୋଲିରେ ରଙ୍ଗ ଖେଳିବା ପରେ ଏହି ରଙ୍ଗକୁ ପ୍ରାକୃତିକ ଉପାୟରେ କିପରି ଛଡାଇବେ ଆସନ୍ତୁ ଜାଣିବା।

ଥଣ୍ଡାପାଣିରେ ଛଡାନ୍ତୁ ରଙ୍ଗ: ହୋଲିର ରଙ୍ଗ ଛଡାଇବା ପାଇଁ ଅଧିକାଂଶ ଲୋକ ଉଷୁମ ପାଣିର ବ୍ୟବହାର କରିଥାନ୍ତି। ମାତ୍ର ରଙ୍ଗ ଛଡାଇବା ପାଇଁ ଥଣ୍ଡାପାଣିର ବ୍ୟବହାର କରିବା ଉଚିତ। ଉଷୁମ ପାଣିର ବ୍ୟବହାର କରିବା ଦ୍ଵାରା ଅବିରର ରଙ୍ଗ ଅଧିକ ଗାଢ ହୋଇଯାଇଥାଏ ଓ ଏହା ସହଜରେ ଛାଡି ନଥାଏ।

କାକୁଡି: ରଙ୍ଗ ଛଡାଇବା ପାଇଁ କାକୁଡି ମଧ୍ୟ ବ୍ୟବହାର କରିପାରିବେ। ରଙ୍ଗ ଛଡାଇବା ପାଇଁ କାକୁଡି ରସରେ ଟିକେ ଗୋଲାପ ଜଳ ମିଶାଇ ଦିଅନ୍ତୁ ଏବଂ ଏହାକୁ ଚେହେରାରେ ମାଲିସ କରିଦିଅନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଲେମ୍ବୁ: ଲେମ୍ବୁ ଏବଂ ବେସନର ପ୍ରୋୟଗ ମଧ୍ୟ କରି ପାରିବେ। ମୁହଁରୁ ହୋଲିର ରଙ୍ଗ ଛଡାଇବାକୁ ହେଲେ ବେସନ, ଲେମ୍ବୁ ସହିତ କିଛି କ୍ଷୀର ମିଶାଇ ଦିଅନ୍ତୁ ଏବଂ ଏହାର ଏକ ପେଷ୍ଟ ତିଆରି କରି ମୁହଁରେ ଲଗାଇବା ସହ ପ୍ରାୟ ୧୫-୨୦ ମିନିଟ ଛାଡି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ବାଦାମ ତେଲ : ବାଦାମ ତେଲକୁ ଆମେ ମୁହଁର ରଙ୍ଗ ଛଡାଇବାରେ ବ୍ୟବହାର କରିପାରିବା। ଏହା ବ୍ୟତିତ କ୍ଷୀରରେ କିଛି କଞ୍ଚା ଅମୃତଭଣ୍ଡା, ମୁଲତାନୀ ମାଟି ଏବଂ ଟିକେ ବାଦାମ ତେଲ ମିଶାଇ ମୁହଁରେ ଲେପନ କରନ୍ତୁ ଏବଂ ପ୍ରାୟ ୩୦ ମିନିଟ ପରେ ଧୋଇ ଦିଅନ୍ତୁ। ମୁହଁରେ ଲାଗିଥିବା ସବୁ ରଙ୍ଗ ଲିଭିଯିବ।

ମୁଳା: ମୁଳା ରଙ୍ଗ ଛଡାଇବାର ଏକ ବଳିଷ୍ଟ ପ୍ରାକୃତିକ ମାଧ୍ୟମ। ମୁଳାରସ ବାହାର କରି ସେଥିରେ କିଛି କ୍ଷୀର, ବେସନ ଏବଂ ମଇଦା ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରାର ରଙ୍ଗ ଛାଡିଯିବା ସହ ମୁହଁର ଥିବା ବିଭିନ୍ନ ଦାଗ ମଧ୍ୟ ଲିଭିଯିବ।

କମଳାଚୋପା: ପାଚିଲା କମଳାର ଚୋପାକୁ ଆପଣ ମୁହଁର ରଙ୍ଗ ଛଡାଇବା ପାଇଁ ବ୍ୟବହାର କରିପାରିବେ। ଏଥରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି, ଯାହାକି ଆପଣଙ୍କ ତ୍ଵଚା ପାଇଁ ବହୁତ ଉପକାରୀ। କମଳା ଚେପା ସହିତ ମସୁରୀ ଡାଲି ଏବଂ ବାଦମ ତେଲ ମିଶାଇ ଲଗାନ୍ତୁ ଏହା ଅଧିକ ଫଳପ୍ରଦ ହେବ।

#lifestyle #holicolour #colourremovaltips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon