• padmabati kund

ଗୁଗୁଲ ପେ’ ରେ ଏବେ ବୁକ୍ କରିପାରିବେ ଟ୍ରେନ ଟିକେଟ


(ବେତାର ବ୍ୟୁରୋ) ଗୁଗୁଲର ପେମେଣ୍ଟ ଆପ୍ ‘ଗୁଗୁଲ ପେ’ରେ ଏକ ନୂଆ ଫିଚର ଯୋଡା ଯାଇଛି। ଏହି ଫିଚର ଅନୁଯାୟୀ ଗୁଗୁଲ ପେ’ ଆପରେ ଆପଣ ସହଜରେ ଟ୍ରେନ ଟିକେଟ ବୁକ୍ କରିପାରିବେ। ଏହି ଆପରେ ଟିକେଟ ବୁକିଙ୍ଗ କରିବାର ସେବା IRCTC ତରଫରୁ ଯୋଡା ଯାଇଛି। ତେବେ ଏଥିପାଇଁ ଯାତ୍ରୀଙ୍କ IRCTCରେ ଏକ ଆକାଉଣ୍ଟ ଥିବା ଜରୁରୀ ।

ଏଥିରେ ସହଜରେ ଟିକେଟ ବୁକିଙ୍ଗ କରିବା ସହିତ ଟ୍ରେନର ସମୟ, ଟ୍ରେନ ଟିକେଟର ସ୍ଥିତି ଯାଞ୍ଚ କରିପାରିବେ ଓ ଟିକେଟ କ୍ୟାନସଲ ମଧ୍ୟ କରିପାରିବେ। ପ୍ରଥମରୁ ଏହି ଫିଚର କେବଳ ଅଳ୍ପ କିଛି ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିଲା ମାତ୍ର ବର୍ତ୍ତମାନ ଏହା ସମସ୍ତ ଆଣ୍ଡ୍ରଏଡ ଓ ଆପଲ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ।

ଗୁଗୁଲ ପେ’ର ଏହି ଫିଚର ସାହାଯ୍ୟରେ ଲୋକମାନେ ଟ୍ରେନ ସିଟ ଉପଲବ୍ଧତାର ସ୍ଥିତି, ଯାତ୍ରାର ଅବଧି ବିଷୟରେ ମଧ୍ୟ ଯାଞ୍ଚ କରିପାରିବେ। ଏହି ଆପ୍ ଜରିଆରେ ଟିକେଟ ବୁକ କଲେ କୌଣସି ଅତିରିକ୍ତ ମୂଲ୍ୟ ମଧ୍ୟ ଦେବାକୁ ପଡିବ ନାହିଁ।

ଟିକେଟ ବୁକ୍ କରିବା ପ୍ରକ୍ରିୟା

. ଗୁଗୁଲ ପେ’ ଆପ୍ ଜରିଆରେ ଟ୍ରେନ ଟିକେଟ ବୁକ୍ କରିବା ପାଇଁ ପ୍ରଥମେ ଏହି ଆପକୁ ଅପଡେଟ କରିବାକୁ ପଡିବ। ଏହାପରେ ଆପ୍ ଖୋଲି ‘Business’ ସେକ୍ସନରେ କ୍ଲିକ କରି ‘Train’ ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କୁ ‘Book Train Ticket’ ଅପ୍ସନ ଉପରେ କ୍ଲିକ କରିବାକୁ ପଡିବ।

. ଏହାପରେ ଆପଣଙ୍କୁ ଯାତ୍ରା ଆରମ୍ଭ କରୁଥିବା ଷ୍ଟେସନ ଓ କେଉଁଠାକୁ ଯିବାକୁ ଚାହୁଁଛନ୍ତି ଇତ୍ୟାଦି ତଥ୍ୟ ଦେବାକୁ ପଡିବ। ଏହାପରେ ଆପଣଙ୍କ ଆଗରେ ଉପଲବ୍ଧ ଥିବା ସମସ୍ତ ଟ୍ରେନ ସୂଚୀ ଆସିଯିବ। ପ୍ରତ୍ୟେକ ଟ୍ରେନରେ ଉପଲବ୍ଧ ଥିବା ସିଟ୍ ବିଷୟରେ ମଧ୍ୟ ଯାଞ୍ଚ କରିପାରିବେ।

. ‘Check Availibility’ ଉପରେ କ୍ଲିକ କରିବା ପରେ ସିଟ ସଂଖ୍ୟା ସହିତ ସିଟର ମୂଲ୍ୟ ମଧ୍ୟ ଆସିଯିବ। ସିଟ ବାଛିବା ପରେ Select ଅପ୍ସନ ଉପରେ କ୍ଲିକ କରନ୍ତୁ।

.ଏହାପରେ ‘Passanger details page’ ଖୋଲିଯିବ। ଏହାପରେ ଆପଣଙ୍କୁ ନିଜର IRCTC ଆକାଉଣ୍ଟର ID ଦେଇ ଲଗଇନ କରିବାକୁ ପଡିବ। ଯେଉଁମାନଙ୍କର IRCTCରେ ID ନାହିଁ ସେମାନଙ୍କୁ ID ଖୋଲିବାକୁ ପଡିବ। ଏହାପରେ ଆପଣଙ୍କୁ ଯାତ୍ରୀଙ୍କର ନାମ, ବୟସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ପୂରଣ କରିବାକୁ ପଡିବ।

.ଟିକେଟ ବୁକିଙ୍ଗ confirm କରିବା ପରେ ପେମେଣ୍ଟ ମୋଡ ଉପରେ କ୍ଲିକ କରିବେ। UPI ପିନ ଦେବା ପରେ ସିଧାସଳଖ IRCTC ୱେବସାଇଟ ଖୋଲିବ ଓ ଏଥିରେ ଆପଣଙ୍କୁ IRCTC ପାସୱାର୍ଡ ଓ ଲେଖାଯାଇଥିବା Captcha ଦେବାକୁ ପଡିବ। ଶେଷରେ Submit ଅପ୍ସନ କ୍ଲିକ କରିବା ପରେ ଟିକେଟ ବୁକ ହୋଇଯିବ।

#mobileapp #googlepay #trainticket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon