• padmabati kund

ଜାଣନ୍ତୁ : ଚାକିରୀ ଇଣ୍ଟରଭିୟୁ ଯିବା ପୂର୍ବରୁ ଏହି ସଫଳ ଟିପ୍ସ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ନିଯୁକ୍ତି ବଜାରରେ ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ପ୍ରତିଯୋଗୀତା ଦେଖିବାକୁ ମିଳୁଛି। ଏହି ପ୍ରତିଯୋଗୀତା ଭିତରେ ନିଜକୁ  ସ୍ୱତନ୍ତ୍ର ପ୍ରତିପାଦିତ କରିବାକୁ ହେଲେ ସ୍ୱତନ୍ତ୍ର ପ୍ରସ୍ତୁତିର ଆବଶ୍ୟକ ହୋଇଥାଏ। କୌଣସି ଚାକିରୀରେ ନିଯୁକ୍ତି ପାଇବା ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସାକ୍ଷାତକାର ଦେବାକୁ ପଡିଥାଏ। ଆପଣଙ୍କ ଭିତରେ କେତେ ଦକ୍ଷତା ରହିଛି ତାହା ଏହି ସାକ୍ଷାତକାରରୁ ହିଁ ଜଣାପଡିଥାଏ। କିଛି ଛୋଟ ଭୁଲ ପାଇଁ ସାକ୍ଷାତକାରରେ ପ୍ରାର୍ଥୀମାନେ ଅସଫଳ ହୋଇଯାଇଥାନ୍ତି।

ସାକ୍ଷାତକାର ଦେବାକୁ ଯିବା ପୂର୍ବରୁ ସ୍ଵତନ୍ତ୍ର ପ୍ରସ୍ତୁତି କରିବାକୁ ପଡିବ ଓ ସାକ୍ଷାତକାର ଦେବା ସମୟରେ ଆପଣଙ୍କ ଶାରୀରିକ ଅଙ୍ଗଭଙ୍ଗୀ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ। ତେବେ ସାକ୍ଷାତକାର ଦେବାକୁ ଯାଉଥିଲେ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବେ ଜାଣନ୍ତୁ।

୧.ସମୟାନୁବର୍ତ୍ତିତା : ଭୁଲ୍‌ରେ ବି ଇଣ୍ଟରଭ୍ୟୁକୁ ବିଳମ୍ବରେ ଯାଆନ୍ତୁ ନାହିଁ। ସାକ୍ଷାତକାର ପାଇଁ ଆପଣଙ୍କୁ ଯେକୌଣସି ସମୟରେ ବି ଡକା ଯାଇପାରେ। ତେଣୁ ସମୟର ଯଥେଷ୍ଟ ପୂର୍ବରୁ ଯାଇ ଯଥା ସ୍ଥାନରେ ପହଞ୍ଚିଯିବା ଭଲ। ଏହାସହିତ ସାକ୍ଷାତକାର ପାଇଁ ସଠିକ ପୋଷାକ ମଧ୍ୟ ଚୟନ କରନ୍ତୁ।

୨.ସଠିକ ଭାବରେ ହାତ ମିଳାନ୍ତୁ: ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କ ସହିତ ସଠିକ ଢଙ୍ଗରେ ହାତ ମିଳାନ୍ତୁ। ହାତ ମିଳାଇବା ସମୟରେ ବହୁତ ଜୋରରେ ବା ହାଲକା ଭାବରେ ହ୍ୟାଣ୍ଡସେକ କରନ୍ତୁ ନାହିଁ। ଦୁଇରୁ ତିନି ସେକେଣ୍ଡ ପର୍ଯ୍ୟନ୍ତ ହ୍ୟାଣ୍ଡସେକ କରନ୍ତୁ ଓ ସେହି ସମୟରେ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କ ସହିତ ହାତ ମିଳାନ୍ତୁ।

୩.ଶାରୀରିକ ଅଙ୍ଗଭଙ୍ଗୀ ଉପରେ ଧ୍ୟାନ ଦିଅନ୍ତୁ: ସାକ୍ଷାତକାରରେ ଆପଣଙ୍କର ଶାରୀରିକ ଅଙ୍ଗଭଙ୍ଗୀକୁ ବିଶେଷ ଧ୍ୟାନ ଦିଆଯାଇଥାଏ ଓ ସାକ୍ଷାତକାର ନେଉଥିବା ବ୍ୟକ୍ତି ଆପଣଙ୍କ ଅଙ୍ଗଭଙ୍ଗୀକୁ ଦେଖି ଆପଣଙ୍କ ବିଷୟରେ ରାୟ ଦେଇଥାନ୍ତି। ସେଥିପାଇଁ ସାକ୍ଷାତକାର ଦେବାକୁ ଯିବା ପୂର୍ବରୁ ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ ଓ ମନକୁ ଶାନ୍ତ ରଖନ୍ତୁ। ସଠିକ ଭଙ୍ଗୀରେ ବସନ୍ତୁ।

୪. ଶୁଣିବାର ଧୈର୍ଯ୍ୟ : ଶୁଣିବାର ଧୈର୍ଯ୍ୟ ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଦେଖିବାକୁ ମିଳେନାହିଁ। ଏହା ଏକ ବଡ଼ ଅଭାବ। କିନ୍ତୁ ଯିଏ ଧୀରସ୍ଥିର ଚିତ୍ତରେ ଶୁଣେ ତାକୁ ପ୍ରଶ୍ନକୁ ବୁଝିବା ସହଜ ହୁଏ। ଅନ୍ୟମନସ୍କ ନ ହୋଇ ଶୁଣିଲେ ଯେ କୌଣସି ପ୍ରଶ୍ନକୁ ଠିକ୍ ବୁଝି ହୁଏ।

୫. ଜାଣି ନଥିଲେ ପ୍ରଶ୍ନର ଭୁଲ ଉତ୍ତର ଦିଅନ୍ତୁ ନାହିଁ : ଆପଣ ସବୁ ପ୍ରଶ୍ନର ଉତ୍ତର ଜାଣିଛନ୍ତି ବୋଲି ମନରେ  ଧାରଣା ରଖନ୍ତୁ ନାହିଁ। ଯେଉଁ ପ୍ରଶ୍ନର ଉତ୍ତର ଜାଣିନାହାନ୍ତି ତାହାର ଉତ୍ତର ଦିଅନ୍ତୁ ନାହିଁ। ଉତ୍ତର ଆସୁନଥିଲେ, କହିଦିଅନ୍ତୁ ଯେ ଆପଣ ଜାଣନ୍ତି ନାହିଁ। ଭୁଲରେ ବି ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।  ପ୍ରଶ୍ନର ଠିକ୍ ଉତ୍ତର ସଂକ୍ଷିପ୍ତ ଓ ସରଳ ଭାବେ ରଖିବା ଭଲ। 

୬. ପୂର୍ଣ୍ଣ ପ୍ରସ୍ତୁତି : ସାକ୍ଷାତକାର ଦେବା ପାଇଁ ଯିବା ପୂର୍ବରୁ ଆପଣଙ୍କୁ ଯେଉଁ ସବୁ ଡକ୍ୟୁମେଣ୍ଟ୍ ଆଣିବାକୁ କୁହାଯାଇଛି ସେ ସବୁ ଠିକ୍‌ ଭାବେ ସଜ କରି ରଖନ୍ତୁ।

#interview #tips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon