• padmabati kund

ହୋଲିରେ ତ୍ଵଚାର ଯତ୍ନ କିପରି ନେବେ


(ବେତାର ବ୍ୟୁରୋ) ରଙ୍ଗର ପର୍ବ ହୋଲି ଆରମ୍ଭ ହେବା ପାଇଁ ଅଳ୍ପ ଦିନ ବାକି ରହିଛି। ହୋଲିରେ ଭିନ୍ନ ଭିନ୍ନ ରଙ୍ଗର ଅବିରରେ ହୋଲି ଖେଳିବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ କେମିକାଲ ଯୁକ୍ତ ରଙ୍ଗର ବ୍ୟବହାରରେ ବିଭିନ୍ନ ତ୍ଵଚା ସମସ୍ୟା ଦେଖାଯାଇଥାଏ। ପ୍ରାକୃତିକ ରଙ୍ଗ ବ୍ୟବହାର କଲେ ମଧ୍ୟ ଅନେକ ସମୟ ଧରି ଖରାରେ ହୋଲି ଖେଳିବା ଦ୍ଵାରା ଆପଣଙ୍କ ତ୍ଵଚା ଉପରେ ଖରାପ ପ୍ରଭାବ ପଡିଥାଏ। ଏପରି ସମୟରେ ଆପଣଙ୍କୁ ନିଜ ତ୍ଵଚାର ଯତ୍ନ ନେବା ଜରୁରୀ।

ହୋଲିରେ ନିଜ ତ୍ଵଚାର କିପରି ଯତ୍ନ ନେବେ ଓ କେମିକାଲ ଯୁକ୍ତ ରଙ୍ଗର ହାନିକାରକ ପ୍ରଭାବରୁ ତ୍ଵଚାକୁ କିପରି ରକ୍ଷା କରିବେ ଆସନ୍ତୁ ଜାଣିବା।

.ରଙ୍ଗର ହାନିକାରକ ପ୍ରଭାବରୁ ବଞ୍ଚିବା ପାଇଁ ତ୍ଵଚାକୁ ଅଧିକରୁ ଅଧିକ ଘୋଡାଇ ରଖନ୍ତୁ, ଅର୍ଥାତ ଶରୀରର ଅଧିକରୁ ଅଧିକ ଅଂଶ ଘୋଡାଇ ପାରୁଥିବା ପୋଷାକ ପିନ୍ଧାନ୍ତୁ। ଏହାସହିତ ହୋଲି ଖେଳିବାକୁ ଯିବା ପୂର୍ବରୁ ତ୍ଵଚାରେ ସୋରିଷ ତେଲ, ଭେସଲିନ ଓ ନଡିଆ ତେଲ ଲଗାନ୍ତୁ। ଏହାଦ୍ଵାରା ରଙ୍ଗ ଖେଳିବା ପରେ ଆପଣଙ୍କ ତ୍ଵଚାରୁ ରଙ୍ଗ ସହଜରେ ଛାଡିଯିବ।

.ବଜାରରେ ମିଳୁଥିବା କେମିକାଲ ଯୁକ୍ତ ରଙ୍ଗ ଅପେକ୍ଷା ପ୍ରାକୃତିକ ରଙ୍ଗ ଯଥା ହଳଦୀ, ନିମ୍ବ ପତ୍ର, କୁସୁମ ଫୁଲ ଇତ୍ୟାଦିରୁ ପ୍ରସ୍ତୁତ ରଙ୍ଗ ବ୍ୟବହାର କରନ୍ତୁ। ଏହି ରଙ୍ଗ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ତ୍ଵଚା ଉପରେ ଖରାପ ପ୍ରଭାବ ପଡିବ ନାହିଁ ଓ ଏହା ଆପଣଙ୍କର ତ୍ଵଚାରୁ ସହଜରେ ଛାଡିଯିବ।

.ହୋଲି ଖେଳିବା ପୂର୍ବରୁ ଭଲ ଭାବରେ ପାଣି ପିଅନ୍ତୁ। କେମିକାଲ ଯୁକ୍ତ ରଙ୍ଗ ବ୍ୟବହାର କରିବା ଦ୍ଵାରା ଶରୀର ଡିହାଇଡ୍ରେଟ ହୋଇଯାଇଥାଏ। ଏହାବ୍ୟତୀତ ଖରାରେ ଅଧିକ ସମୟ ରହିବା ଦ୍ଵାରା ଆପଣଙ୍କ ଶରୀରରେ ପାଣିର ଅଭାବ ଦେଖାଯାଇଥାଏ।

.ହୋଲି ଖେଳିବା ପୂର୍ବରୁ ତ୍ଵଚାରେ ଟୋନର ବ୍ୟବହାର କରନ୍ତୁ। ଏହାଦ୍ଵାରା ରଙ୍ଗ ଆପଣଙ୍କ ତ୍ଵଚାର ଭିତର ଭାଗକୁ ଯାଇପାରିନଥାଏ। ନଖକୁ ହୋଲିରେ ରଙ୍ଗରୁ ବଞ୍ଚାଇବା ପାଇଁ ଏହା ଉପରେ ଭଲ ଭାବରେ ନେଲପଲିସ ଲଗାନ୍ତୁ।

.ରଙ୍ଗ ଖେଳିସାରିବା ପରେ ଶରୀରକୁ ପ୍ରଥମେ ଶୁଖିଲା କପଡା ସାହାଯ୍ୟରେ ଝାଡି ଦିଅନ୍ତୁ। ଏହାପରେ ପାଣି ସାହାଯ୍ୟରେ ଧୁଅନ୍ତୁ। ସେହିପରି ରଙ୍ଗ ଛଡାଇବା ସମୟରେ ତ୍ଵଚାକୁ ରଗଡନ୍ତୁ ନାହିଁ। ରଙ୍ଗ ଛଡାଇବା ପାଇଁ ସାବୁନ ବ୍ୟବହାର କରିବା ପରିବର୍ତ୍ତେ ଫେସିଆଲ କ୍ଲିଞ୍ଜରର ବ୍ୟବହାର କରନ୍ତୁ।

.ରଙ୍ଗ ଛଡାଇବା ପରେ ଆପଣଙ୍କ ତ୍ଵଚାରେ ଜଳାପୋଡା ଅନୁଭବ ହେଉଥିଲେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ଓ ଏଥିରେ ମଶ୍ଚୁରାଇଜର ଲଗାନ୍ତୁ। ରଙ୍ଗ ଖେଳିବା ପୂର୍ବରୁ ଶରୀରରେ ସନସ୍କ୍ରିନ ଓ ମଶ୍ଚୁରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ।

#skincare #holicolour

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon