• padmabati kund

ନିଜ ସାଥୀଙ୍କ ସହ ଝଗଡା ହେଲେ କରନ୍ତୁ ନାହିଁ ଏହି 5 ଭୁଲ


(ବେତାର ବ୍ୟୁରୋ) ପ୍ରତ୍ୟେକ ପ୍ରେମୀଯୁଗଳଙ୍କ ଭିତରେ ଭଲପାଇବା ସହିତ ଛୋଟ ଛୋଟ ଝଗଡା ମଧ୍ୟ ହୋଇଥାଏ, ମାତ୍ର ଏହି କଥାକୁ ଆପଣ କେତେ ମହତ୍ଵ ଦେଉଛନ୍ତି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦି ଆପଣଙ୍କ ଏହି ଝଗଡାକୁ ଅଧିକ ମହତ୍ଵ ଦେଇନଥାନ୍ତି ତେବେ ଆପଣଙ୍କ ସମ୍ପର୍କ ମଜଭୁତ ହୋଇଥାଏ। କିଛି ଲୋକ ଛୋଟ ଛୋଟ କଥାକୁ ନେଇ ଅଧିକ ଗମ୍ଭୀର ଓ ନକରାତ୍ମକ ହୋଇଥାନ୍ତି, ଯାହାଫଳରେ ଝଗଡା ବହୁତ ଅଧିକ ହୋଇଯାଇଥାଏ। ଏପରି ସମୟରେ ନିଜକୁ ରାଗକୁ ନିୟନ୍ତ୍ରଣରେ ରଖି ଧୈର୍ଯ୍ୟର ସହିତ ଝଗଡାକୁ ସମାଧାନ କରିବା ଉଚିତ।

ଯଦି ଜୀବନସାଥୀଙ୍କ ସହିତ ଝଗଡା ହୁଏ ତେବେ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ନକରିବା ପାଇଁ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବେ ଆସନ୍ତୁ ଜାଣିବା।

. ନିଜ ଜୀବନସାଥୀଙ୍କ ସହିତ ଝଗଡା ହେଲେ ପରସ୍ପର  ଉପରେ ବିରକ୍ତ ହେବା ବ୍ୟତୀତ ନିଜକୁ ଶାନ୍ତ ରଖନ୍ତୁ। କ୍ରୋଧକୁ ନିଜ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ। ଆପଣଙ୍କ ପ୍ରକୃତି କ୍ରୋଧୀ ହୋଇଥିଲେ ମଧ୍ୟ ସେହି ସମୟରେ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। ଯାହାକୁ ଆପଣ ଏତେ ଅଧିକ ଭଲ ପାଉଛନ୍ତି ତାଙ୍କ ଉପରେ ଏତେ ଅଧିକ କିପରି ରାଗିବେ ତାହା ଭାବନ୍ତୁ, ଯାହାଫଳରେ ଆପଣଙ୍କ ରାଗ ଶାନ୍ତ ହୋଇଯିବ।

.ମନୋବିଜ୍ଞାନ ମୁତାବକ ପ୍ରେମ  ସମ୍ପର୍କକୁ ମଜଭୁତ କରିବା ପାଇଁ ଝଗଡା ହେବା ମଧ୍ୟ ଜରୁରୀ, ମାତ୍ର ଏହି ଝଗଡାର ମାତ୍ରା ଅଧିକ ନହେବା ଜରୁରୀ। ଝଗଡା ହେବା ସମୟରେ ଏହି କଥା ଉପରେ ଗୁରୁତ୍ଵ ଦିଅନ୍ତୁ ଯେ ଆପଣଙ୍କ ପାଇଁ ଆପଣଙ୍କ ଜୀବନସାଥୀ କେତେ ଗୁରୁତ୍ଵପୂର୍ଣ୍ଣ।

.ଆପଣଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଝଗଡା  ବା ଅନ୍ୟକୌଣସି କଥାକୁ କେବେବି ଅଣଦେଖା କରନ୍ତୁ ନାହିଁ। ଯେଉଁ କାରଣ ଯୋଗୁଁ ଝଗଡା ହେଉଛି ତାହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଉଭୟଙ୍କର ମତାମତ ବିଷୟରେ ପରସ୍ପର ଆଗରେ ମନଖୋଲି ଆଲୋଚନା କରନ୍ତୁ।

.ପତିପତ୍ନୀ ବା ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡା ହେଲେ ଅଧିକାଂଶ ଲୋକ ସାମାନ୍ୟ ହେବା ପାଇଁ ବହୁତ ଦିନ ଲଗାଇଥାନ୍ତି। ଏହା ଠିକ ନୁହେଁ। ଯେଉଁ ସମୟରେ ଝଗଡା ଆରମ୍ଭ ହୋଇଛି ତାହାକୁ ଅଳ୍ପ ସମୟ ମଧ୍ୟରେ ସମାଧାନ କରନ୍ତୁ। ଝଗଡାକୁ ଆପଣ ଯେତେଦିନ ପର୍ଯ୍ୟନ୍ତ ଚୁପ ରହିବେ ତାହା ସେତେ ଅଧିକ ଆପଣଙ୍କ ନିୟନ୍ତ୍ରଣରୁ ବାହାରକୁ ଚାଲିଯାଇଥାଏ।  

.ଝଗଡା ଚାଲିଥିବା ସମୟରେ କେବେବି ନିଜ ପାର୍ଟନରଙ୍କୁ ପୁରୁଣା କଥାକୁ ନେଇ ସମାଲୋଚନା କରନ୍ତୁ ନାହିଁ। ଆପଣଙ୍କୁ ଏହି ଝଗଡାର ସମାଧାନ କରିବାକୁ ପଡିବ। ଯଦି ଆପଣ ପୁରୁଣା କଥା ନେଇ ପରସ୍ପରକୁ ସମାଲୋଚନା କରିବେ ତେବେ ଆପଣଙ୍କ ଝଗଡା ବହୁତ ଅଧିକ ବଢିପାରେ ଓ ଆପଣଙ୍କ ପାର୍ଟନରଙ୍କ ମନକୁ ଆଘାତ ଲାଗିପାରେ।

#lifestyle #relationship

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon