• ବେତାର ବ୍ୟୁରୋ

ଘରର କୌଣସି ଅଂଶ ନ ଭାଙ୍ଗି ଏମିତି ଦୂର କରନ୍ତୁ ବାସ୍ତୁଦୋଷ


(ବେତାର ବ୍ୟୁରୋ) ଆପଣ ଯେଉଁ ଘରେ ରହୁଛନ୍ତି ସେହି ଘର ବାସ୍ତୁ ସମ୍ମତ ହେବା ଜରୁରୀ। ନିଜ ଘରେ ରୁହନ୍ତୁ ବା ଭଡାଘରେ ରୁହନ୍ତୁ ଉଭୟ ସ୍ଥିତିରେ ଆପଣଙ୍କ ଘର ବାସ୍ତୁଦୋଷ ମୁକ୍ତ ହେବା ଜରୁରୀ। ଘରେ ବାସ୍ତୁଦୋଷ ଦେଖାଦେଲେ ଏହାର ସମାଧାନ କିପରି କରିବେ ତାହା ଜାଣିବା ଜରୁରୀ। ବେଳେବେଳେ ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଘରର କିଛି ଅଂଶକୁ ଭାଙ୍ଗିବାକୁ ପଡିଥାଏ। କିଛିଲୋକ ଘର ଭାଙ୍ଗିବା ଚିନ୍ତାରେ ବାସ୍ତୁଦୋଷର ସମାଧାନ କରିବାକୁ ଅଣଦେଖା କରିଥାନ୍ତି।

ତେବେ ଘରର ବାସ୍ତୁଦୋଷ ଦୂର କରିବା ପାଇଁ ସବୁବେଳେ ଘରର ଭିନ୍ନ ଭିନ୍ନ ଅଂଶକୁ ଭାଙ୍ଗିବାକୁ ପଡିନଥାଏ। ଆସନ୍ତୁ ଜାଣିବା ଜାଣିବା ସେହି ସମାଧାନ ଗୁଡିକ କଣ କଣ।

.ଘରର ମୁଖ୍ୟଦ୍ଵାର ଉତ୍ତର ପଶ୍ଚିମ ଦିଗରେ ହେବା ଦ୍ଵାରା ଘର ଉପରେ ଅଶୁଭ ପ୍ରଭାବ ପଡିଥାଏ। ଏହି ବାସ୍ତୁଦୋଷକୁ ଦୂର କରିବା ପାଇଁ କବାଟର ଉଭୟ ପାର୍ଶ୍ଵରେ ତ୍ରିଶୂଳ ଓ ସ୍ଵସ୍ତିକର ଚିତ୍ର ଆଙ୍କନ୍ତୁ। ଏହାବ୍ୟତୀତ ମୁଖ୍ୟଦ୍ଵାରର ବାହାର ପାଖରେ ପିରାମିଡ ଲଗାଇ ପାରିବେ।

.ଯଦି ଆପଣଙ୍କ ଘରେ ରୋଷେଇ ଘର ଉତ୍ତର-ପୂର୍ବ ଦିଗରେ ଅଛି ତେବେ ଏହାକୁ ଠିକ କରିବା ପାଇଁ ରୋଷେଇ ଘରର ବାହାର ବା ଉପର ଦିଗରେ ଥିବା କାନ୍ଥରେ ବର୍ଗାକୃତି ସମତଳ ଦର୍ପଣ ଲଗାନ୍ତୁ। ଏହାବ୍ୟତୀତ ରୋଷେଇ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ରୋଷେଇ ଘରର ଉତ୍ତର-ପୂର୍ବ କୋଣରେ ପିରାମିଡ ରଖିପାରିବେ।

.ଘରର ଉତ୍ତର-ପୂର୍ବ ଦିଗରେ ଦେବୀ-ଦେବତାଙ୍କ ବାସ ହୋଇଥାଏ। ଏହି ଦିଗରେ ଘରର ଶୌଚାଳୟ ରହିବା ଅନୁଚିତ। ଏହି ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଶୌଚାଳୟରେ ଗୋଟିଏ ପାତ୍ରରେ ସମୁଦ୍ର ଲୁଣ ରଖନ୍ତୁ। ଏହାକୁ ପ୍ରତି ୧୫ରୁ ୨୦ଦିନ ମଧ୍ୟରେ ବଦଳାଇ ଦିଅନ୍ତୁ।

.ଯଦି ଆପଣଙ୍କ ଘରର ଉତ୍ତର-ପୂର୍ବ ଦିଗରେ କିଛି ଅଂଶ ଭାଙ୍ଗି ଯାଇଥାଏ ତେବେ ଏହି ଦିଗରେ କାନ୍ଥରେ ଏକ ବଡ ଦର୍ପଣ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇଯିବ।

.ଆପଣଙ୍କ ଘରର ଅଗଣାରେ ଆଗ୍ନେୟ କୋଣରେ କୌଣସି ଗଛ ଥିଲେ ଏହା ଘରର ବାସ୍ତୁ ଉପରେ ପ୍ରଭାବ ପକାଇଥାଏ। ଏହି ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଏହି ଗଛମୂଳେ ପ୍ରତିଦିନ ସନ୍ଧ୍ୟାରେ ଅଟାରେ ପ୍ରସ୍ତୁତ ଏକ ଦୀପ ଜଳାନ୍ତୁ। ଏହାଦ୍ଵାରା ଘରର ବାସ୍ତୁଦୋଷ ଦୂର ହୋଇଯିବ ଓ ଘରେ ସୁଖଶାନ୍ତି ବଜାୟ ରହିବ।

.ଘରର ପରିସରରେ ଆଗ୍ନେୟ କୋଣରେ କୂଅ ବା ଅନ୍ୟକୌଣସି ଜଳ ସ୍ରୋତ ରହିଥିଲେ ଏହା ଘରର  ସଦସ୍ୟଙ୍କ ଉପରେ କୁପ୍ରଭାବ ପକାଇଥାଏ। ଖାସ କରି ଘରର ବରିଷ୍ଠ ମହିଳା ସଦସ୍ୟ ଓ ସନ୍ତାନଙ୍କୁ ଶାରୀରିକ କଷ୍ଟ ଭୋଗିବାକୁ ପଡିଥାଏ। ଏହି ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଆପଣଙ୍କ ଆଖପାଖରେ ଖଣ୍ଡେ ଫିଟିକିରି ରଖନ୍ତୁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon