• ବେତାର ବ୍ୟୁରୋ

ଆଇଟିଆଇ ପାସଙ୍କ ପାଇଁ OHPCରେ 115 ଟ୍ରେନି ପଦବୀ,ଷ୍ଟାଇପେଣ୍ଡ ଟ.13,000


(ବେତାର ବ୍ୟୁରୋ) ଓଡିଶା ସରକାରଙ୍କ ଅଧୀନସ୍ଥ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ (OHPC) ତରଫରୁ ଆଇଟିଆଇ ପାସ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଟ୍ରେଡରେ 115ଟି ଟ୍ରେନି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 115ଟି ପଦବୀ ପ୍ରକାଶ ପାଇଛି ସେଥିମଧ୍ୟରୁ ଇଲେକ୍ଟ୍ରିକାଲ ଟ୍ରେନି ପାଇଁ 66ଟି, ମେକାନିକାଲ ଟ୍ରେନି ପାଇଁ 30ଟି, ୱେଲ୍ଦର ପାଇଁ 4ଟି, କ୍ରେନ ଅପରେଟର ପାଇଁ 7ଟି, ୱେୟାର ମ୍ୟାନ ପାଇଁ 3ଟି ଓ ଷ୍ଟୋର କିପର ପାଇଁ 5ଟି ପଦବୀ ରହିଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଆସନ୍ତା ଏପ୍ରିଲ 10ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଦରମା

ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ଗୋଟିଏ ବର୍ଷ ପାଇଁ ଟ୍ରେନିଙ୍ଗ ପିରିୟଡରେ ରଖାଯିବ ଓ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଏହି ଟ୍ରେନିଙ୍ଗ ସମୟରେ ଟ୍ରେନି ପ୍ରାର୍ଥୀଙ୍କୁ ମାସିକ ଟ.13,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଟ୍ରେନିଙ୍ଗରେ ଯେଉଁ ପ୍ରାର୍ଥୀ ଭଲ ପ୍ରଦର୍ଶନ କରିବେ ତାଙ୍କୁ ନିୟମିତ କରାଯିବ ଓ ମାସିକ ଟ.25,500 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 1 ମାର୍ଚ୍ଚ 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଛି ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଏହାକୁ 10ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଇଲେକ୍ଟ୍ରିକାଲ ଟ୍ରେନି, ମେକାନିକାଲ ଟ୍ରେନି, ୱେଲ୍ଦର ଓ ୱେୟାରମ୍ୟାନ ପଦ ପାଇଁ ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ସହିତ ଆବଶ୍ୟକ ଟ୍ରେଡରେ ଆଇଟିଆଇ ପାସ କରିଥିବା ଆବଶ୍ୟକ। ଏହାସହିତ NCVT ସ୍ଵୀକୃତିପ୍ରାପ୍ତ ଆବଶ୍ୟକ ଟ୍ରେଡର ଆପ୍ରେଣ୍ଟିସସିପ ପ୍ରମାଣପତ୍ର ଥିବା ଆବଶ୍ୟକ।

ଷ୍ଟୋର କିପର ପଦ ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଓ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ। କ୍ରେନ ଅପରେଟର ପଦ ପାଇଁ ପ୍ରାର୍ଥୀଙ୍କ ପାଖରେ 5ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ ଟ.500 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫି ଦେବାକୁ ପଡିବ ନାହିଁ। ଏହାକୁ ଆପଣ ଅନଲାଇନ ବା ଅଫଲାଇନରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ଆଗରୁ ପ୍ରାର୍ଥୀଙ୍କ ପାଖରେ ବୈଧ ଇ-ମେଲ ଆଇଡି, ପାସପୋର୍ଟ ଫଟୋ ଓ ଦସ୍ତଖତର ସ୍କାନ କପି ରଖିବାକୁ ପଡିବ। ଆବେଦନ କରିବା ପାଇଁ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ

http://www.ohpcltd.com ରେ ଲଗଇନ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟକୁ ପୂରଣ କରି ଆବେଦନ ଫର୍ମକୁ ସବମିଟ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ http://www.ohpcltd.comରେ ଲଗଇନ କରନ୍ତୁ।

#jobs #GovtJob #OHPCrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon