• padmabati kund

ଫାଷ୍ଟ ଲୁକ୍ : ଏସିଡ ଆକ୍ରମଣକୁ ନେଇ ଦୀପିକାଙ୍କ ଆଗାମୀ ଫିଲ୍ମ ‘ଛପାକ’


(ବେତାର ବ୍ୟୁରୋ) ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଙ୍ଗକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଦୀପିକା ଜଣେ ଏସିଡ୍ ଆକ୍ରମଣ ପିଡୀତାଙ୍କ ଭୂମିକାରେ ଅଭିନୟ କରିବେ। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପିକାଙ୍କ ପ୍ରଥମ ଲୁକ୍ ରିଲିଜ କରାଯାଇଛି ଓ ଦୀପିକା ଏହି ଲୁକରେ ସଂପୂର୍ଣ୍ଣ ଭାବରେ ଏସିଡ ଆକ୍ରମଣର ଶିକାର ହୋଇଥିବା ଅଗ୍ରୱାଲଙ୍କ ପରି ଦେଖାଯାଉଛନ୍ତି।

ଫିଲ୍ମର ପ୍ରଥମ ଲୁକ୍ ସହିତ ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଦୀପିକା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହିତ ଫିଲ୍ମକୁ ପ୍ରଯୋଜନା କରୁଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋକୁ ଶେୟାର କରିଛନ୍ତି ଓ ଲେଖିଛନ୍ତି, “ମାଳତୀ, ଏପରି ଏକ ଚରିତ୍ର ଯାହାକି ସବୁବେଳେ ମୋ ସହିତ ରହିବ। ‘ଛପାକ’ର ସୁଟିଙ୍ଗ ଆଜିଠାରୁ ଆରମ୍ଭ ହେଉଛି ଓ ଜାନୁୟାରୀ 10, 2020 ଏହି ଫିଲ୍ମକୁ ରିଲିଜ କରାଯିବ।“

ଏହି ପୋଷ୍ଟରେ ଦୀପିକା ଏକ ଦର୍ପଣରେ ନିଜକୁ ଦେଖୁଛନ୍ତି ଏବଂ ତାଙ୍କ ଆଖିରେ କିଛି ନୂଆ କରିବାର ଆଶା ଓ ଜୀବନରେ ଆଗକୁ ବଢିବାର ଚମକ ଦେଖିବାକୁ ମିଳିଛି। ‘ଛପାକ’ ଫିଲ୍ମରେ ଦୀପିକାଙ୍କର ଏହି ଲୁକକୁ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହେବା ସହିତ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। କେବଳ ଦର୍ଶକ ନୁହନ୍ତି ବଲିଉଡର ଅନ୍ୟ ଅଭିନେତାମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି।

ଦୀପିକାଙ୍କ ଏହି ଆଗାମୀ ଫିଲ୍ମ ‘ଛପାକ’ ଏସଡି ଆକ୍ରମଣ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଉପରେ ଆଧାରିତ। ଲକ୍ଷ୍ମୀଙ୍କ ଉପରେ 2005ମସିହାରେ ଜଣେ ବ୍ୟକ୍ତି ଏସିଡ ଫୋପାଡିଥିଲେ। ତାଙ୍କ ଉପରେ ଏସିଡ ପକାଇଥିବା ବ୍ୟକ୍ତି ତାଙ୍କ ପରିବାର ଚିହ୍ନା ଲୋକ ଥିଲା। ଲକ୍ଷ୍ମୀଙ୍କୁ ସେହି ସମୟରେ 15ବର୍ଷ ହୋଇଥିଲା ଓ 32ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କୁ ବିବାହ କରିବାକୁ ଚାହୁଁଥିଲା। ଲକ୍ଷ୍ମୀ ସେହି ବ୍ୟକ୍ତିର ପ୍ରସ୍ତାବରେ ଆରାଜି ହେବାରୁ ତାଙ୍କ ଉପରେ ଏସିଡ ଆଟାକ ହୋଇଥିଲା।

ଏହି ଏସିଡ ଆକ୍ରମଣରେ ଲକ୍ଷ୍ମୀଙ୍କର ଚେହେରା ସଂପୂର୍ଣ୍ଣ ଭାବରେ ଖରାପ ହୋଇଯାଇଥିଲା, ମାତ୍ର ସେ ହାରି ଯାଇନଥିଲେ। କୋର୍ଟରେ ସେ କେସ ଲଢିଥିଲେ ଏବଂ ତାଙ୍କରି ପ୍ରୟାସରେ ସ୍ଥାନୀୟ ଦୋକାନରେ କେମିକାଲ ଓ ଏସିଡ ବିକ୍ରିକୁ ନେଇ ଭାରତରେ କଡା niyam ଲାଗୁ ହୋଇଥିଲା। ବର୍ତ୍ତମାନ ଲକ୍ଷ୍ମୀ ଜଣେ ସମାଜ ସେବିକା ଭାବରେ ଏସିଡ ଆକ୍ରମଣ ପିଡୀତାଙ୍କର ହକ୍ ପାଇଁ ଲଢୁଛନ୍ତି।

ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ବିକ୍ରମ ମେସିଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। 2018ରେ ବିବାହ ପରେ ଦୀପିକା ପାଦୁକୋନଙ୍କର ଏହା ପ୍ରଥମ ଫିଲ୍ମ ଅଟେ। ଏହା ପୂର୍ବରୁ ଦୀପିକାଙ୍କୁ ‘ପଦ୍ମାବତ’ରେ ଦେଖିବାକୁ ମିଳିଥିଲା। ଯାହାକି ବକ୍ସଅଫିସରେ ସୁପରହିଟ୍ ହୋଇଥିଲା।

#entertainment #bollywod #deepikapadukon #chhapak

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon