- ବେତାର ବ୍ୟୁରୋ
ସାପ୍ତାହିକ ରାଶିଫଳ :କାହାର ରହିଛି ଖର୍ଚ୍ଚ ବୃଦ୍ଧି ଯୋଗ

(ବେତାର ବ୍ୟୁରୋ) ଏହି ସପ୍ତାହ ଚୈତ୍ରମାସ କୃଷ୍ଣପକ୍ଷର ପଞ୍ଚମ ତିଥିରୁ ଆରମ୍ଭ ହୋଇ ଚୈତ୍ରମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ସମାପ୍ତ ହେବ। ଚନ୍ଦ୍ରଦେବ ଏହି ସପ୍ତାହରେ ତୁଳାରାଶିରୁ ବାହାରି ବୃଷ, ଧନୁ, ମକର ରାଶିରେ ଗୋଚର କରିବେ। ଚନ୍ଦ୍ରଦେବଙ୍କର ଏହି ଗୋଚର ଯୋଗୁଁ ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢା, ଉତ୍ତରଷାଢା, ଶ୍ରବଣ ଓ ଧନିଷ୍ଠା ନକ୍ଷତ୍ରରେ ପ୍ରଭାବ ପଡିବ। ଏହି ସପ୍ତାହଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା।
ମେଷ: ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ ଓ ଏଥିପାଇଁ ଅର୍ଥ ବ୍ୟୟ ମଧ୍ୟ କରିବେ। ତେବେ ନିଜ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ। ନିଜ କାମ ପାଇଁ ଅନ୍ୟ କାହା ଉପରେ ନିର୍ଭର ରୁହନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।
ବୃଷ: କର୍ମକ୍ଷେତ୍ରରେ ସଫଳତା ପାଇବେ ଓ ପଦୋନ୍ନତି ମିଳିପାରେ। ବିଦେଶ ଯାତ୍ରା କରିପାରନ୍ତି। ଆୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ରହିବ। କୋର୍ଟକଚେରୀ ମାମଲାରେ ସଫଳତା ପାଇବେ।
ମିଥୁନ: ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। ତେବେ ବ୍ୟବସାୟରେ ଲାଭ ପାଇବେ ଓ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଭାଗୀଦାରୀ ବ୍ୟବସାୟ କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ: ବ୍ୟୟ ବୃଦ୍ଧି ପାଇବ। ମାନସିକ ଦୁଃଶ୍ଚିନ୍ତା ବଢିବା କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସନ୍ତାନଙ୍କ ସଫଳତାକୁ ନେଇ ଖୁସି ରହିବେ। ଛାତ୍ରଛାତ୍ରୀମାନେ ଆଶାନୁଯାୟୀ ସଫଳତା ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରନ୍ତୁ, ସଫଳତା ପାଇବେ।
ସିଂହ: ପରିବାର ସହିତ ସୁଖଶାନ୍ତିରେ ସମୟ ବିତାଇବେ। ଘରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହେବ। ନୂତନ ଜମିବାଡି କିଣିପାରନ୍ତି। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସପ୍ତାହର ଶେଷ ଭାଗକୁ ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି ଓ ବ୍ୟୟ ବୃଦ୍ଧି ପାଇବ।
କନ୍ୟା: ଭାଇଭଉଣୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ସିନିୟର ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ।
ତୁଳା: ଶୁଭ ଖବର ପ୍ରାପ୍ତି ହେବ। ଯାତ୍ରାରେ ବାଧା ସୃଷ୍ଟି ହୋଇପାରେ। ଭାଇଭଉଣୀଙ୍କ ବ୍ୟବହାରରେ ଆପଣଙ୍କ ମନକୁ ଆଘାତ ଲାଗିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳତା ମିଳିବ।
ବିଛା: ମାନସିକ ଦୁଃଶ୍ଚିନ୍ତା ବଢିବ। ନିଜ ସାହସ ଓ ଧୈର୍ଯ୍ୟ ବଳରେ ସମସ୍ତ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବେ। ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। ପରିବାରରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ।
ଧନୁ: ଖର୍ଚ୍ଚ ବୃଦ୍ଧି ପାଇବ ଓ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେବ। ନିଜକୁ ବହୁତ ଏକୁଟିଆ ମନେ କରିବେ ଓ ଦୁଃଖୀ ରହିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅଯଥା କଥାରେ ପଡନ୍ତୁ ନାହିଁ। ସହକର୍ମୀଙ୍କ ସହିତ ଅଧିକ ସମୟ ବିତାଇବେ।
ମକର: ଆଶାନୁଯାୟୀ ଫଳ ପାଇବେ। ଆୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ପରିବାର ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।
କୁମ୍ଭ: କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହିତ ଉତ୍ତମ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ। ସନ୍ତାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ପଠାପଢା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ସପ୍ତାହର ଶେଷ ଭାଗକୁ ବ୍ୟୟ ବୃଦ୍ଧି ପାଇବ।
ମୀନ: ପରିବାର ସଦସ୍ୟଙ୍କ ସହିତ କୌଣସି ତୀର୍ଥସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ଅଧିକ ସଚେତନ ରହିବାକୁ ପଡିବ। ଧୈର୍ଯ୍ୟର ସହିତ ସମସ୍ତ କାମ କରନ୍ତୁ। କର୍ମକ୍ଷେତ୍ରରେ ନିଜ ନିଷ୍ପତ୍ତି ପାଇଁ ପ୍ରଶଂସିତ ହେବେ।
(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)