• padmabati kund

କମ୍ ଖର୍ଚ୍ଚରେ ପୁରୁଷମାନେ ଆକର୍ଷକ ଦେଖାଯିବା ପାଇଁ ଆପଣାନ୍ତୁ ଏହି 6 ଟିପ୍ସ


(ବେତାର ବ୍ୟୁରୋ) ସବୁ ବ୍ୟକ୍ତି ସବୁବେଳେ ଆକର୍ଷକ ଦେଖାଯାଇ ନଥାନ୍ତି। ବିଶେଷ କରି ସେହି ପୁରୁଷ ଯେଉଁମାନେ ଦେଖିବାକୁ ଅଧିକ ସୁନ୍ଦର ହୋଇନଥାନ୍ତି ସେମାନଙ୍କୁ ନିଜ ଲୁକ୍ ଊପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଅଧିକାଂଶ ପୁରୁଷ ଭବିଥାନ୍ତି ଯେ ଆକର୍ଷକ ଲୁକ୍ ପାଇବା ପାଇଁ ନିୟମିତ ସାଲୁନ ଯିବାକୁ ପଡିଥାଏ ଓ ଏଥିପାଇଁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡିଥାଏ। ମାତ୍ର ଏହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ।

ପୁରୁଷମାନଙ୍କୁ ଆକର୍ଷକ ଲୁକ୍ ପାଇବା ପାଇଁ ନିଜର ଦୈନନ୍ଦିନ ଜୀବନଶୈଳୀ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଆକର୍ଷକୀୟ ଲୁକ୍ ପାଇବା ପାଇଁ ପୁରୁଷମାନଙ୍କୁ ନିୟମିତ କେଉଁ ଛଅଟି କାମ କରିବାକୁ ପଡିବ ଆସନ୍ତୁ ଜାଣିବା।

୧.ନିୟମିତ ସକାଳୁ ପାଣି ପିଅନ୍ତୁ: ପୁରୁଷମାନଙ୍କୁ ଆକର୍ଷଣୀୟ ଲୁକ୍ ପାଇବା ପାଇଁ ନିୟମିତ ଭାବରେ ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ପାଣି ପିଇବା ଉଚିତ। ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଅପରିଷ୍କାର ପଦାର୍ଥ ବାହାରି ଯାଇଥାଏ ଓ ଆପଣଙ୍କ ରକ୍ତ ସଫା ହୋଇଥାଏ। ଯାହାଫଳରେ ଆପଣଙ୍କ ତ୍ଵଚା ମଧ୍ୟ ଉଜ୍ଜ୍ଵଳ ହେବାକୁ ଲାଗିଥାଏ।

୨.ଚେହେରାର ଅନାବଶ୍ୟକ କେଶକୁ ହଟାନ୍ତୁ: ପୁରୁଷଙ୍କ ଚେହେରାରେ ନିଶ ଦାଢି ଖୁବ ଶୀଘ୍ର ବଢିବାକୁ ଲାଗିଥାଏ। ଏହାକୁ ନିୟମିତ ଭାବରେ ସେଭିଙ୍ଗ କରନ୍ତୁ। ଯଦି ଆପଣ ନିଶ ଦାଢି ରଖିବାକୁ ପସନ୍ଦ କରନ୍ତି ତେବେ ନିଜ ଲୁକ୍ ଅନୁଯାୟୀ ନିଶ ଦାଢି ରଖି ସେଭ କରନ୍ତୁ।

୩.ସନସ୍କ୍ରିନର ପ୍ରୟୋଗ କରନ୍ତୁ: ଖରାରେ ବାହାରକୁ ଯିବା ପୂର୍ବରୁ ନିଜ ଚେହେରା ଓ ଚର୍ମରେ ସନସ୍କ୍ରିନର ପ୍ରୟୋଗ ନିଶ୍ଚିନ୍ତ କରନ୍ତୁ। ଏହା ଆପଣଙ୍କ ତ୍ଵଚାକୁ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ହାନିକାରକ ପ୍ରଭାବ ଠାରୁ ଦୂରେଇ ରଖିଥାଏ।

୪.ଆବଶ୍ୟକ ମାତ୍ରାରେ ଶୁଅନ୍ତୁ: ରାତିରେ ସଠିକ ମାତ୍ରାରେ ନଶୋଇବା ଦ୍ଵାରା ଆଖିତଳେ କଳାଦାଗ ପଡିଯାଇଥାଏ। ଏହା ଆପଣଙ୍କ ଲୁକ୍ ଉପରେ ପ୍ରଭାବ ପକାଇଥାଏ। ତେଣୁ ନିୟମିତ ରାତିରେ ୬ରୁ ୭ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ।

୫.ନିୟମିତ ବ୍ୟାୟମ କରନ୍ତୁ: ପୁରୁଷମାନେ ଏକ ଆକର୍ଷକୀୟ ଚେହେରା ଓ ଫିଟ ଶରୀର ପାଇବା ପାଇଁ ନିୟମିତ ଭାବରେ ବ୍ୟାୟମ କରିବା ଜରୁରୀ। ଯଦି ଆପଣ ଜିମ ଯାଇ ପାରୁନାହାନ୍ତି ତେବେ ଘରେ ମଧ୍ୟ ବ୍ୟାୟମ କରିପାରିବେ। ସକାଳୁ ଦୈନିକ ବ୍ୟାୟମ କରିବା ଦ୍ଵାରା ଆପଣ ଦିନଯାକ ନିଜକୁ ଫ୍ରେସ ଅନୁଭବ କରିବେ।

୬.ମଶ୍ଚୁରାଇଜର ଲଗାନ୍ତୁ: ପୁରୁଷଙ୍କ ତ୍ଵଚା ମହିଳାଙ୍କ ତ୍ଵଚା ଠାରୁ ଭିନ୍ନ ହୋଇଥାଏ। ପୁରୁଷଙ୍କ ତ୍ଵଚାକୁ ସୁସ୍ଥ ଓ ଫ୍ରେସ ରଖିବା ପାଇଁ ନିୟମିତ ତ୍ଵଚାରେ ମଶ୍ଚୁରାଇଜରର ପ୍ରୟୋଗ କରନ୍ତୁ।

#lifestyle #menfashion #menskincare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon