• padmabati kund

Mi ସୁପର ସେଲ : ଏହିସବୁ ସ୍ମାର୍ଟଫୋନରେ ମିଳୁଛି ଏମିତି ଅଫର ଓ ରିହାତି


(ବେତାର ବ୍ୟୁରୋ) ସାଓମି ତରଫରୁ Mi ସୁପର ସେଲର ଆରମ୍ଭ କରାଯାଇଛି। ଗ୍ରାହକମାନେ ସାଓମିର ବିଭିନ୍ନ ସ୍ମାର୍ଟଫୋନ ଉପରେ ବିଭିନ୍ନ ଅଫର ଓ ରିହାତି ପାଇପାରିବେ। ଏହି ସେଲରେ ସାଓମିର ରେଡମି ନୋଟ6 ପ୍ରୋ, ପୋକୋ F1, ରେଡମି Y2 ପରି ଅନ୍ୟ ସାଓମି ସ୍ମାର୍ଟଫୋନରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଓ ରିହାତି ମିଳିବ।

ମାର୍ଚ୍ଚ 25ରୁ ଆରମ୍ଭ ହୋଇଥିବା ଏହି ସେଲ ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଯେଉଁମାନେ ସାଓମିର ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ସେମାନେ ଏକ୍ସଚେଞ୍ଜ ଅଫର, କ୍ୟାଶବ୍ୟାକ ଓ ଅନ୍ୟ ଅଫର ଗୁଡିକର ଫାଇଦା ଉଠାଇ ପାରିବେ। ଏହାସହିତ ନୋ-କଷ୍ଟ୍ ଇଏମଆଇ, ଡ଼ିସକାଉଣ୍ଟ କୁପନ, ମୋବିକ୍ଵିକ, ପେଟିଏମ, ଆମାଜନ ପେ ଓ ଏସବିଆଇ ଡେବିଟ/କ୍ରେଡିଟ କାର୍ଡରେ କ୍ୟାଶବ୍ୟାକର ଫାଇଦା ଉଠାଇପାରିବେ।

ଅଫର

ସାଓମିର ଏହି ସୁପର ସେଲରେ ରେଡମି ନୋଟ 6 ପ୍ରୋ ସ୍ମାର୍ଟଫୋନକୁ ଟ.13,999ରେ କିଣିପାରିବେ। ଏହାର ବଜାର ମୂଲ୍ୟ ଟ.17,999 ଅଟେ। ଏଥିରେ ଅତିରିକ୍ତ ଡ଼ିସକାଉଣ୍ଟ ଓ MI ଏକ୍ସଚେଞ୍ଜ ଅଫର ମଧ୍ୟ ମିଳୁଛି। ରେଡମି 6A ସ୍ମାର୍ଟଫୋନକୁ ଆପଣ ଏହାର ବଜାର ମୂଲ୍ୟ ଠାରୁ ଏକ ହଜାର କମ ମୂଲ୍ୟରେ ଅର୍ଥାତ ଟ.5,999ରେ କିଣିପାରିବେ।

ଏହି ସେଲରେ ସାଓମିର Poco F1 ସ୍ମାର୍ଟଫୋନର 6ଜିବି ରାମ +128ଜିବି ଷ୍ଟୋରେଜ ଭାରିଏଣ୍ଟକୁ ଟ.20,999ରେ ଉପଲବ୍ଧ କରାଯାଇଛି। ସେହିପରି ରେଡମି Y2 ସ୍ମାର୍ଟଫୋନକୁ ସେଲ ସମୟରେ ଟ.7,999 ମୂଲ୍ୟରେ କିଣିପାରିବେ। ଏହାବ୍ୟତୀତ ଏହି Mi ସୁପର ସେଲରେ Mi A2କୁ ଟ.14,999ରେ, ରେଡମି6 କୁ ଟ.7,499ରେ ଓ ରେଡମି ନୋଟ 5 ପ୍ରୋ କୁ ଟ.10,999 ମୂଲ୍ୟରେ କିଣିପାରିବେ।

ଏହାବ୍ୟତୀତ କମ୍ପାନୀ ତରଫରୁ ଅନେକ ଗେମିଙ୍ଗ ଅଫର ସହିତ କ୍ରାକର ନିଞ୍ଜା ଗେମର ଘୋଷଣା କରାଯାଇଛି। ଏହା ଜରିଆରେ ସ୍ମାର୍ଟଫୋନ ସମେତ ଅନେକ ଗ୍ୟାଜେଟ ମଧ୍ୟ ଜିତିପାରିବେ। ଏହି ସମସ୍ତ ଅଫରର ଲାଭ ଉଠାଇବା ପାଇଁ ସାଓମିର ଅଫିସିଆଲ ୱେବସାଇଟରେ ଲଗଇନ କରିବାକୁ ପଡିବ।

ଆମାଜନ ଫ୍ୟାବ ଫୋନ ଫେଷ୍ଟ ଓ ଫ୍ଲିପକାର୍ଟ ମୋବାଇଲ ବୋନାଞ୍ଜା ସେଲ

ସାଓମିର Mi ସୁପର ସେଲ ବ୍ୟତୀତ ଇ-କମର୍ସ ୱେବସାଇଟ ଆମାଜନ ତରଫରୁ ଆମାଜନ ଫ୍ୟାବ ଫୋନ ଫେଷ୍ଟ ଓ ଫ୍ଲିପକାର୍ଟ ତରଫରୁ ମୋବାଇଲ ବୋନାଞ୍ଜା ସେଲ ଆରମ୍ଭ କରାଯାଇଛି। ଏହି ସେଲ ମଧ୍ୟ ମାର୍ଚ୍ଚ 25 ତାରିଖରୁ ଆରମ୍ଭ ହୋଇଯାଇଛି ଓ ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଆମାଜନ ଓ ଫ୍ଲିପକାର୍ଟର ଏହି ସେଲରେ ବିଭିନ୍ନ ମୋବାଇଲ କମ୍ପାନୀ ଯଥା ଆପଲ, ଆସୁସ, ସାଓମି, ରିଅଲ ମି, ନୋକିୟା, ହନର, ସାମସଙ୍ଗ, ଭିଭୋ ଓ ଓପୋ ଇତ୍ୟାଦିର ସ୍ମାର୍ଟଫୋନରେ ଗ୍ରାହକଙ୍କ ପାଇଁ  ଆକର୍ଷଣୀୟ ଅଫର ଓ ଡିସକାଉଣ୍ଟ ଉପଲବ୍ଧ ରହିଛି।

#mobile #onlinesale #Misupersale

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon