• padmabati kund

ପତିପତ୍ନୀ ଦୁହେଁ ରୋଜଗାର କରୁଥିଲେ ଆପଣାନ୍ତୁ ଏହି ଫାଇନାନ୍ସ ଟିପ୍ସ


(ବେତାର ବ୍ୟୁରୋ) ଆଜିକାଲିକା ସମୟରେ ଏକ ସୁଖଦ ଜୀବନ ଅତିବାହିତ କରିବା ପାଇଁ ପତିପତ୍ନୀ ଉଭୟ ରୋଜଗାର କରୁଛନ୍ତି। ଏହାଦ୍ଵାରା ଦୁଇଜଣ ସାଥୀ ହୋଇ ଘର ଖର୍ଚ୍ଚ କରିଥାନ୍ତି ଓ ପରସ୍ପରକୁ ସହଯୋଗ କରିଥାନ୍ତି। କିଛି ଦମ୍ପତି ବିବାହ ପୂର୍ବରୁ ହିଁ ଏସବୁ ବିଷୟରେ ଆଲୋଚନା କରିନେଇଥାନ୍ତି। କିନ୍ତୁ ଏହାର ସଠିକ ପରିଚାଳନା କରିବା ବହୁତ କଠିନ ହୋଇଥାଏ। ପଇସାପତ୍ରକୁ ନେଇ ବିଭିନ୍ନ ସମୟରେ ପତିପତ୍ନୀଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥାଏ। ତେବେ ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଆପଣ ନିଜର ସମ୍ପର୍କ ଓ ଅର୍ଥକୁ ସଠିକ ଭାବରେ ପରିଚାଳନା କରିପାରିବେ।

ପଇସାପତ୍ର ମାମଲାକୁ ନେଇ ଯେପରି ପତିପତ୍ନୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ନେହବ ସେଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ।

.କିଛି ଦମ୍ପତ୍ତି ନିଜର ସମସ୍ତ ଆୟକୁ ଜଏଣ୍ଟ ଆକାଉଣ୍ଟରେ ରଖିଥାନ୍ତି ଓ କିଛି ଦମ୍ପତ୍ତି ନିଜ ନିଜର ବ୍ୟକ୍ତିଗତ ଆକାଉଣ୍ଟରେ ଅର୍ଥ ରଖିଥାନ୍ତି। ଏହା ଆପଣଙ୍କ ବ୍ୟକ୍ତିଗତ ପସନ୍ଦ ଓ ବୁଝାମଣା ଉପରେ ନିର୍ଭର କରେ। ତେବେ ଆପଣଙ୍କର ନିଜ ବ୍ୟତୀତ ପରିବାର ସଦସ୍ୟଙ୍କ ପ୍ରତି ମଧ୍ୟ କିଛି କର୍ତ୍ତବ୍ୟ ରହିଥାଏ। ଏଥିପାଇଁ ପତିପତ୍ନୀଙ୍କୁ ବ୍ୟକ୍ତିଗତ ଆକାଉଣ୍ଟ ରଖିବା ସହିତ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିବା ଜରୁରୀ।

.ଆପଣ କେତେ ଖର୍ଚ୍ଚ କରୁଛନ୍ତି ଓ ଆପଣଙ୍କର ପାର୍ଟନର କେତେ ଖର୍ଚ୍ଚ କରୁଛନ୍ତି ତାହା ଉପରେ ମଧ୍ୟ ନଜର ରଖନ୍ତୁ। ଅଧିକାଂଶ ପତିପତ୍ନୀଙ୍କ ମଧ୍ୟରେ ଜଣେ ଅଧିକ ଖର୍ଚ୍ଚୀ ହୋଇଥାନ୍ତି। ତେଣୁ ଅଧିକ ଖର୍ଚ୍ଚକୁ ନେଇ ନିଜ ପାର୍ଟନରକୁ ସଚେତନ କରନ୍ତୁ।

.ସବୁ ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ସମାନ ରହିନଥାଏ। ଯଦି ପରିବାର ମଧ୍ୟରେ କୌଣସି ସମସ୍ୟା

ଚାଲିଛି ତେବେ ସେହି ସମୟରେ କେବଳ ନିଜ ବିଷୟରେ ଭାବିବା ଅପେକ୍ଷା ପରିବାର ପ୍ରାଥମିକ ଆବଶ୍ୟକତା ବିଷୟରେ ଚିନ୍ତା କରନ୍ତୁ।

.ଯଦି ହଠାତ ପରିବାର ମଧ୍ୟରେ କୌଣସି ସମସ୍ୟା ଦେଖାଦିଏ ବା କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ ତେବେ ଅର୍ଥର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଗରୁ ଟଙ୍କା ଜମା କରି ରଖିଥାନ୍ତୁ। ଏଥିପାଇଁ ଉଭୟ ଟଙ୍କା ଜମା କରନ୍ତୁ।

.ଦାମ୍ପତ୍ୟ ଜୀବନରେ ଅର୍ଥନୈତିକ ବ୍ୟାପାରକୁ ନେଇ ପରସ୍ପର ପ୍ରତି ସବୁବେଳେ ସଚ୍ଚୋଟ ରୁହନ୍ତୁ ଓ ଏହା ବିଷୟରେ ଆଲୋଚନା କରନ୍ତୁ। ଯଦି ଆପଣ କୌଣସି କରଜ ନେଇଛନ୍ତି ତେବେ ଏହା ବିଷୟରେ ପାର୍ଟନରଙ୍କ ଆଗରେ କୌଣସି କଥା ଲୁଚାନ୍ତୁ ନାହିଁ। ଯଦି ଆଗକୁ କିଛି ସମସ୍ୟା ଆସେ ତେବେ ସେ ଆପଣଙ୍କୁ ସାହାଯ୍ୟ ମଧ୍ୟ କରିପାରନ୍ତି।

. ଘର ପାଇଁ କିଛି ଆବଶ୍ୟକୀୟ ସାମଗ୍ରୀ କିଣିବା ସମୟରେ ପରସ୍ପର ସହିତ ଆଲୋଚନା କରନ୍ତୁ। କିଣିବାକୁ ଚାହୁଁଥିବା ସାମଗ୍ରୀଟି ଘର ପାଇଁ କେତେ ଜରୁରୀ ତାହା ମଧ୍ୟ ବିଚାର କରନ୍ତୁ। ତେବେ ପରସ୍ପର ମଧ୍ୟରେ ଆଲୋଚନା ନକରି ଉଭୟଙ୍କ ଜଏଣ୍ଟ ଆକାଉଣ୍ଟରୁ କିଛି ଅର୍ଥ ଖର୍ଚ୍ଚ କରନ୍ତୁ ନାହିଁ।

#lifestyle #relationship #moneymanagement #personalfianance

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon