• ବେତାର ବ୍ୟୁରୋ

ଧନୁ ରାଶିରେ ବୃହସ୍ପତି ଚଳନ : କଣ ରହିବ ପ୍ରଭାବ


(ବେତାର ବ୍ୟୁରୋ) ବୈଦିକ ଜ୍ୟୋତିଷରେ ବୃହସ୍ପତି ଗ୍ରହ ବା ଦେବଗୁରୁଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ବୋଲି ବିବେଚନା କରାଯାଇଥାଏ। ଏହାକୁ ଜ୍ଞାନ, ସନ୍ତାନ ତଥା ଧନ ପ୍ରଦାତା ଗ୍ରହ ବୋଲି କୁହାଯାଇଥାଏ। ଏହା ଧର୍ମ ପ୍ରଣେତା ଓ ବୁଦ୍ଧିର କାରକ ଅଟନ୍ତି। ସମ୍ପଦ, ବିଭବ, ସନ୍ତାନ, ପ୍ରତିଭା ତଥା ବିବାହ ନିମନ୍ତେ ଏହି ଗ୍ରହଙ୍କୁ ହିସାବକୁ ନିଆ ଯାଇଥାଏ। ଆମ ସୌର ମଣ୍ଡଳରେ ଏହା ସର୍ଵ ବୃହତ ଗ୍ରହ ହେଇଥିବାରୁ ବୃହସ୍ପତି ଚଳନ ସମସ୍ତ ଘଟଣାବଳୀ ଓ ଜୀବନକୁ ପ୍ରଭାବିତ କରିଥାଏ।

ଏହି ଦେବଗୁରୁ ବୃହସ୍ପତି 28 ମାର୍ଚ୍ଚ ଗୁରୁବାର ରାତି 7.42ରେ ବିଛା ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ। ଏହାପରେ ଏପ୍ରିଲ 10 ତାରିଖରେ ବକ୍ରୀ ହେବେ ଓ ଏପ୍ରିଲ 24 ତାରିଖ ବୁଧବାର ରାତି 2.41ରେ ଏହି ବକ୍ରୀ ଅବସ୍ଥାରେ ପୁଣି ବିଛା ରାଶିକୁ ଫେରିଯିବେ।

ଏହାପରେ ଅଗଷ୍ଟ 11ରେ ମାର୍ଗୀ ବା ସଳଖ ହେବେ ଓ ନଭେମ୍ବର 5 ମଙ୍ଗଳବାର ରାତି 12.03ରେ ପୁନଃ ଧନୁ ରାଶିକୁ ଆସିବେ। ଏହିପରି ଭାବରେ ଆଗାମୀ ଦିନରେ ବୃହସ୍ପତିଙ୍କ ଗତିରେ ଲଗାତର ପରିବର୍ତ୍ତନ ଦେଖିବାକୁ ମିଳିବ। ଏହାର ପ୍ରଭାବ ସମସ୍ତ ବାରଟି ରାଶି ଉପରେ ପଡିବ।

ମେଷ: କର୍ମକ୍ଷେତ୍ର ବା ବ୍ୟବସାୟରେ ଉନ୍ନତି ହେବ। ସମସ୍ତ କାର୍ଯ୍ୟକୁ କୁଶଳତାର ସହ କରିବେ। ପାରିବାରିକ ଜୀବନ ଅନୁକୂଳ ରହିବ। ଆୟ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ଲମ୍ବା ଓ ସୁଖଦ ଯାତ୍ରା ଯୋଗ ରହିଛି।

ବୃଷ: ଏହି ଗୋଚର ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିବ। କୌଣସି ଦୁଃଖଦ ଖବର ମିଳିପାରେ। ଧନହାନୀର ଯୋଗ ରହିଛି। କୌଣସି ବ୍ୟକ୍ତିଙ୍କ ଉପରେ ହଠାତ ବିଶ୍ଵାସ କରନ୍ତୁ ନାହିଁ।

ମିଥୁନ: ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଅଚାନକ ଧନ ଲାଭ ହେବ। ତରବରରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ଵାଦିଷ୍ଟ ଭୋଜନ ମିଳିବ। ଭୌତିକ ସୁଖ ସୁବିଧାର ଆନନ୍ଦ ଉଠାଇବେ। ନିଜ କଥାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବେ।

କର୍କଟ: ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବ। ମାନସିକ ଦୁଃଶ୍ଚିନ୍ତା ବଢିବ ତେଣୁ ଧୈର୍ଯ୍ୟର ସହିତ ସମସ୍ତ କାର୍ଯ୍ୟ କରନ୍ତୁ। ବୈବାହିକ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଅନୁକୂଳ ଫଳାଫଳ ମିଳିବ।

ସିଂହ: ଏହି ସମୟରେ ନୂଆ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି କରିବେ ଯାହାକି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପରୋପକାରୀ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ। ନୂତନ ଯାନବାହାନ ବା ଜମିବାଡି କିଣିପାରନ୍ତି।

କନ୍ୟା: ପରିବାର ମଧ୍ୟରେ ଅଶାନ୍ତି  ଲାଗି ରହିବ। ଜୀବନସାଥୀ ବା ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଧୈର୍ଯ୍ୟ ଓ ସଂଯମତାର ସହିତ କାମ କରନ୍ତୁ। ନିଜ ଲୋକ ଆପଣଙ୍କ ସହିତ ବିଶ୍ଵାସଘାତକତା କରିପାରନ୍ତି।

ତୁଳା: ଅଫିସ କାମ ପାଇଁ ବା ଅନ୍ୟକୌଣସି କାରଣରୁ ଦୂରସ୍ଥାନକୁ ଯାତ୍ରା କରିବେ। କର୍ମକ୍ଷେତ୍ରରେ ବହୁତ ସମସ୍ୟାର ସମ୍ମୁଖୀନ ହେବେ। ଧୈର୍ଯ୍ୟର ସହ କାମ କଲେ ଏହି ସମସ୍ୟାକୁ ସମାଧାନ କରିପାରିବେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

ବିଛା: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ପରିବାର ସଦସ୍ୟଙ୍କ ସହଯୋଗ ପାଇବେ। ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ବୈବାହିକ ଜୀବନରେ ସୁଖଶାନ୍ତି ରହିବ। ଶତ୍ରୁ ଓ ବିରୋଧୀଙ୍କ ଉପରେ ଜୟଲାଭ କରିବେ।

ଧନୁ: ଏହି ଗୋଚର ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କିନ୍ତୁ ଧନହାନୀର ଯୋଗ ରହିଛି। କାହା ସହିତ ଝଗଡା ମଧ୍ୟ ହୋଇପାରେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର: ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ଧାର୍ମିକ ଓ ପରୋପକାରୀ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। ଯେଉଁମାନେ ବିଦେଶରେ ରହୁଛନ୍ତି ସେମାନେ ଉକ୍ତ ସ୍ଥାନରେ ନୂତନ ଘର କିଣିପାରନ୍ତି।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। କଠିନ ପରିଶ୍ରମର ଶୁଭଫଳ ପାଇବେ। ଧନଲାଭର ଯୋଗ ରହିଛି ଓ ଏହାଦ୍ଵାରା ଆପଣଙ୍କର ମନ ମଧ୍ୟ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହିତ ହସଖୁସିରେ ସମୟ କଟାଇବେ। ଅଫିସ କାମ ପାଇଁ ବିଦେଶ  ଯାତ୍ରା କରିପାରନ୍ତି।

ମୀନ: ଅଫିସ କାମ ପାଇଁ ବାହାରକୁ ଯାତ୍ରା କରିବେ। ନିଜ ସ୍ଵାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ପାରିବାରିକ ସୁଖ ମିଳିବ ଓ ପରିବାର ସଦସ୍ୟଙ୍କ ସହିତ ହସଖୁସିରେ ସମୟ କଟାଇବେ।

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #jupitertransits #sagittarius

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon