• padmabati kund

ଫିଲ୍ମି ଫ୍ରାଇଡେ : ''ନୋଟବୁକ୍'ରେ ଚମତ୍କାର ପ୍ରେମ କାହାଣୀ ଓ 'ଜଙ୍ଗଲି'ରେ ଓଡ଼ିଶାର ହାତୀଦାନ୍


(ବେତାର ବ୍ୟୁରୋ) ଫ୍ରାଇଡେ ରିଲିଜରେ ପ୍ରେକ୍ଷାଳୟରେ ଦୁଇଟି ବଲିଉଡ ଫିଲ୍ମ ରିଲିଜ ହୋଇଯାଇଛି। ଗୋଟିଏ ପଟେ ରହିଛି ସଲମାନ ଖାନ ପ୍ରଡକ୍ସନ ହାଉସର ରୋମାଣ୍ଟିକ ଫିଲ୍ମ ‘ନୋଟବୁକ୍’ ଓ ଅନ୍ୟପଟେ ରହିଛି ବଲିଉଡ ଅଭିନେତା ବିଦ୍ୟୁତ ଜାମବାଲଙ୍କ ଅଭିନୀତ ଆକ୍ସନ ଫିଲ୍ମ ‘ଜଙ୍ଗଲି’। ତେବେ 'ଜଂଗଲି' ଫିଲ୍ମର ଓଡିଶା ସହିତ ରହିଛି ଏକ ବଡ଼ କନେକ୍ସନ। ଯଦି ଆପଣ ଏହି ଦୁଇଟି ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି ତେବେ ଜାଣିରଖନ୍ତୁ କାହାଣୀ କିପରି ରହିଛି।

ନୋଟବୁକ୍

ସଲମାନ ଖାନଙ୍କ ପ୍ରଡ଼କ୍ସନ ହାଉସରେ ନିର୍ମିତ ଏହି ଫିଲ୍ମରେ ଏକ ସୁନ୍ଦର ପ୍ରେମକାହାଣୀକୁ ଚିତ୍ରିତ କରାଯାଇଛି। ଫିଲ୍ମର କାହାଣୀ କାଶ୍ମୀରରେ ଥିବା ଏକ ପବ୍ଲିକ ସ୍କୁଲର ଦୁଇ ଶିକ୍ଷକ ଶିକ୍ଷୟତ୍ରୀ କବୀର ଓ ଫିରଦୌସୀଙ୍କ ଉପରେ ଆଧାରିତ। ଏହି ସ୍କୁଲରେ ବିଜୁଳି ନାହିଁ କି ପିଇବାକୁ ପାନୀୟ ଜଳର ସୁବିଧା ନାହିଁ। ମୋବାଇଲ ନେଟୱାର୍କତ ବହୁତ ଦୂରର କଥା। ପ୍ରଥମେ ଏହି ସ୍କୁଲରେ ଫିରଦୌସୀ ଛୋଟ ପିଲାମାନଙ୍କୁ ଘରୁ ଡାକିଆଣି ପାଠ ପଢାଉଥିଲେ।

ଫିରଦୌସୀ ଏଠାରୁ ଚାଲିଯିବା ପରେ କବୀରକୁ ଏହି ସ୍କୁଲରେ ପାଢ ପଢେଇବା ପାଇଁ ପଠାଯାଇଥାଏ। କବୀରକୁ ସେହି ସ୍କୁଲରେ ଏକ ନୋଟବୁକ୍ ମିଳିଛି ଯାହାକୁ କି ଫିରର୍ଦୌସୀ ସେଠାରେ ଛାଡି ଚାଲିଯାଇଥିଲେ।ସେହି ନୋଟବୁକ୍ ପଡିବା ପରେ କବୀର ଫିରଦୌସୀକୁ ନଦେଖି ମଧ୍ୟ ଭଲ ପାଇ ବସିଛନ୍ତି। ତେବେ ଏହି ଦୁଇଙ୍କର ପ୍ରେମ କାହାଣୀ ଆଗକୁ କେଉଁ ମୋଡ ନେଉଛି ଜାଣିବା ପାଇଁ ଫିଲ୍ମ ଦେଖିବାକୁ  ପଡିବ।

ଏଥିରେ ମୁଖ୍ୟ ଭୂମିକାରେ ଜହୀର ଇକାବାଲ ଓ ପ୍ରନୂତନ ବହଳ ଅଭିନୟ କରିଛନ୍ତି। ଏହି ଦୁଇ କଳାକାରଙ୍କ ଅଭିନୟକୁ ଦର୍ଶକମାନେ ପସନ୍ଦ କରୁଛନ୍ତି। ଏହି ରୋମାଣ୍ଟିକ ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶକ ନିତିନ କକ୍କଡ ଯେଉଁ ବାର୍ତ୍ତା ଯେଇଛନ୍ତି ଓ ଏହାର ସରଳ ପ୍ରେମ କାହାଣୀ ଦର୍ଶକଙ୍କ ମନକୁ ଛୁଇଁ ପାରିଛି।

ଜଙ୍ଗଲି

ବିଦ୍ୟୁତ ଜାମବାଲଙ୍କ ଅଭିନୀତ ଓ ଚକ୍ ରସେଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜଙ୍ଗଲି’ର କାହାଣୀ ବହୁତ ସରଳ ଅଟେ। ଫିଲ୍ମର ଆରମ୍ଭରେ ସହରରେ ପଶୁ ଡାକ୍ତର ଥିବା ରାଜ ନାୟର (ବିଦ୍ୟୁତ ଜାମବାଲ) ଦୀର୍ଘ ଦଶବର୍ଷ ପରେ ଓଡିଶାକୁ ଫେରିଛି। ଓଡିଶାରେ ତାର ବାପା ଜଣେ ହାତୀ ସଂରକ୍ଷକ ଅଟନ୍ତି। ରାଜର ପଛେ ପଛେ ପତ୍ରକାର ମୀରା (ଆଶା ଭଟ୍ଟ) ଆସି ଓଡିଶାରେ ପହଞ୍ଚି ଯାଇଛନ୍ତି ଓ ସେ ରାଜଙ୍କ ବାପାଙ୍କ ବିଷୟରେ ଏକ ଅନୁଚ୍ଛେଦ ଲେଖିବାକୁ ଚାହୁଁଛନ୍ତି।

ଇତିମଧ୍ୟରେ ଏହି ହାତୀ ଗୁଡିକ ଉପରେ ଜଣେ ଶିକାରୀର ନଜର ପଡିଛି। ସେ ହାତୀଦାନ୍ତକୁ ନେଇ ବିଦେଶରେ ବିକ୍ରିକରିବା ପାଇଁ ଉକ୍ତ ସ୍ଥାନରେ ପହଞ୍ଚି ସବୁକିଛି ଛାରଖାର କରିଦେଉଛି। ଏହାସହିତ ସେ ହାତୀଙ୍କର ସର୍ଦ୍ଦାର ଭୋଳା ଓ ରାଜର ପିତାଙ୍କୁ ହତ୍ୟା କରି ସେଠାରୁ ଖସି ପଳାଇଛି। ତେବେ ଏହାପରେ ରାଜ ହାତୀଙ୍କୁ ଶିକାରୀ କବଳରୁ ବଞ୍ଚାଇ ପାରୁଛି ନା ନାହିଁ ଜାଣିବା ପାଇଁ ଫିଲ୍ମ ଦେଖିବାକୁ ପଡିବ।

ଏଥିରେ ବିଦ୍ୟୁତ ଜାମବାଲଙ୍କ ବ୍ୟତୀତ ଆଶା ଭଟ୍ଟ, ପୂଜା ସାୱନ୍ତ, ଅତୁଲ କୁଲକର୍ଣ୍ଣୀ, ଅକ୍ଷୟ ଓବରୟ ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ବିଦ୍ୟୁତଙ୍କ ଅଭିନୟ ଓ ଆକ୍ସନ ଦୃଶ୍ୟକୁ ଦର୍ଶକମାନେ ପସନ୍ଦ କରିଛନ୍ତି। ଏଥିରେ ନୀରିହ ହାତୀ ଓ ଓଡିଶାର ପ୍ରାକୃତିକ ପରିବେଶ ଓ ମନୋହର ଦୃଶ୍ୟକୁ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି।     

#entertainment #bollywoodsuperhit #fridayrelease #junglee #notebook

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon