• ବେତାର ବ୍ୟୁରୋ

ଯୁକ୍ତଦୁଇ,ଡିପ୍ଲୋମା ପାସଙ୍କ ପାଇଁ ଏୟାର ଇଣ୍ଡିଆରେ 42 ଟ୍ରେନିଂ ନିଯୁକ୍ତି ସୁଯୋଗ, ଷ୍ଟାଇପେଣ୍ଡ ₹15000


(ବେତାର ବ୍ୟୁରୋ) ଏୟାର ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ଏୟାର ଆଲିଏଡ ସର୍ଭିସ ଲିମିଟେଡ ତରଫରୁ ଅବିବାହିତ ଯୁବକ ଯୁବତୀଙ୍କ ପାଇଁ କ୍ୟାବିନ କ୍ର୍ୟୁ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦରେ ଆବେଦନ କରିବା ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ 19 ତାରିଖ  ମଧ୍ୟରେ ଆବେଦନ କରରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 42ଟି କ୍ୟାବିନ କ୍ର୍ୟୁ ପଦବୀ ପ୍ରକାଶ ପାଇଛି ସେଥିମଧ୍ୟରୁ ନର୍ଥନ ରିଜିଅନ ପାଇଁ 11ଟି, ଇଷ୍ଟର୍ଣ୍ଣ ରିଜିଅନ ପାଇଁ 6ଟି ଓ ସାଉଥର୍ଣ୍ଣ ରିଜିଅନ ପାଇଁ 25ଟି ପଦବୀ ରହିଛି। ପ୍ରତ୍ୟେକ ପ୍ରାର୍ଥୀ ଯେକୌଣସି ଗୋଟିଏ ରିଜିଅନରେ ହିଁ ଆବେଦନ କରିପାରିବେ।

ଦରମା

ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ଟ୍ରେନିଙ୍ଗ ପିରିୟଡରେ ରଖାଯିବ। ଏହି ଟ୍ରେନିଙ୍ଗ ସମୟରେ ପ୍ରାର୍ଥୀଙ୍କୁ ମାସିକ ଟ.15,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଟ୍ରେନିଙ୍ଗ ପରେ ପ୍ରାର୍ଥୀଙ୍କୁ ମାସିକ ଟ.37,800 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଏପ୍ରିଲ 15, 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 27ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 3ବର୍ଷ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଯେକୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ। ଯେଉଁ ପ୍ରାର୍ଥୀ ସରକାରୀ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ହୋଟେଲ ମ୍ୟାନେଜମେଣ୍ଟରେ ଡିପ୍ଲୋମା ପାସ କରିଥିବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ।

ଆବେଦନ ଫି’

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.1,500 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି  ଓ ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଏୟାର ଇଣ୍ଡିଆ ଲିମିଟେଡର ଅଫିସିଆଲ ୱେବସାଇଟ www.airindia.in ରେ ଲଗଇନ କରନ୍ତୁ। ଆବେଦନ ଫର୍ମରେ ସମସ୍ତ ଆବଶ୍ୟକ ତଥ୍ୟ ପୂରଣ କରିବା ସହିତ ପ୍ରାର୍ଥୀଙ୍କ ପାଖରେ ବୈଧ ଇମେଲ ଆଇଡି ଓ ପାସପୋର୍ଟ ସାଇଜ ଫଟୋର ସ୍କାନ କପି ଥିବା ଆବଶ୍ୟକ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଏୟାର ଇଣ୍ଡିଆ ଲିମିଟେଡର ଅଫିସିଆଲ ୱେବସାଇଟ www.airindia.in ରେ ଲଗଇନ କରନ୍ତୁ।   

#jobs #govtjobs #AASLrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon