- padmabati kund
ଜାଣନ୍ତୁ : ବେଡସିଟ କିଣିବା ସମୟରେ 6ଟି ଜରୁରୀ କଥା

(ବେତାର ବ୍ୟୁରୋ) ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କାମ କରି ଫେରିଲା ପରେ ମଣିଷ ଟିକେ ଶାନ୍ତି ଖୋଜେ ଓ ନିଜ ଘରେ ଆରାମରେ କରିବାକୁ ଚାହେଁ। ଦିନଯାକ କାମ କରି ଫେରିବା ପରେ ମନୁଷ୍ୟ ଶରୀରକୁ ବିଶ୍ରାମ ମଧ୍ୟ ଜରୁରୀ। ଶୟନକକ୍ଷରେ ବିଶ୍ରାମଠୁ ଆନନ୍ଦ ଅନ୍ୟ କୌଣସି ଜାଗାରେ ମିଳେନି। କକ୍ଷରେ ସବୁ ଜିନିଷ ନିଜ ପସନ୍ଦ ଅନୁସାରେ ଥାଏ। ଶୋଇବା ସମୟରେ ଖଟ ଆରାମଦାୟକ ନଥିଲେ ଭଲ ଭାବରେ ନିଦ ହୁଏ ନାହିଁ। ଏଥିପାଇଁ ଖଟରେ ବେଡସିଟ୍ ମଧ୍ୟ ଭଲ ଓ ସଫା ହେଇଥିବା ଆବଶ୍ୟକ।
ବେଡସିଟ୍ ନରମ, କୋମଳ ଓ ଆରାମଦାୟକ ହେବା ଜରୁରୀ। ତେଣୁ ବେଡସିଟ୍ କିଣିବା ସମୟରେ କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବେ ଆସନ୍ତୁ ଜାଣିବା।
୧.ବଜାରରେ ଆମକୁ ଯେଉଁ ବେଡସିଟ ଭଲ ଲାଗିଥାଏ ଆମେ ସେହି ବେଡସିଟ କିଣିଥାଉ। ତେଣୁ ସବୁ ସୁନ୍ଦର ଦେଖାଯାଉଥିବା ବେଡସିଟ ବ୍ୟବହାର କରିବା ପାଇଁ ସୁନ୍ଦର ହୋଇନଥାଏ। ତେଣୁ ଋତୁ ହିସାବରେ ବେଡସିଟ୍ କିଣିବା ଉଚିତ୍।
୨.ଯଦି ଆପଣ ଖରାଦିନେ ବେଡସିଟ କିଣୁଛନ୍ତି ତେବେ କଟନ ବେଡଶିଟ ବ୍ୟବହାର କରିବା ଉଚିତ୍। ଶୀତ
ଦିନରେ ସିଲ୍କ, ଲାଇଲନ ଭଳି ବେଡସିଟ ବ୍ୟବହାର କରନ୍ତୁ।

୩. ବେଡସିଟ କିଣିବା ସମୟରେ ଏହାର ସାଇଜ୍ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। କାରଣ କଟନ ବେଡସିଟ ଧୋଇବା ପରେ ସାମାନ୍ୟ ଛୋଟ ହୋଇଥାଏ। ଏଥିପାଇଁ କଟନ ବେଡସିଟ କିଣିବା ସମୟରେ ଆପଣଙ୍କୁ ଆବଶ୍ୟକ ସାଇଜ୍ ଠାରୁ ବଡ ବେଡସିଟ କିଣନ୍ତୁ। ଏହାବ୍ୟତୀତ ଏପରି କପଡା ମଧ୍ୟ ଅଛି ଯାହାକି ଧୋଇଲା ପରେ ଖରାପ ହୋଇଯାଏ ତେଣୁ ବେଡସିଟ୍ ବାଛିଲା ବେଳେ ଭଲ ଭାବେ ବାଛି ଆଣିବା ଉଚିତ୍।
୪.ପ୍ରତିଦିନ ବ୍ୟବହାର କରିବା ବେଡସିଟ୍ ଲୋଚା କୋଚା ହେଲେ ଶୀଘ୍ର ନଷ୍ଟ ହୋଇଯାଏ। ବେଡସିଟ୍ ସବୁବେଳେ ବଡ ସାଇଜର ଆଣିବା ଉଚିତ୍। ଫଳରେ ବେଡସିଟ୍ ଗଦି ଭିତରେ ମୋଡାଯାଇ ପାରିବ।
୫.ବେଡସିଟର ରଙ୍ଗ ଓ ଏହାର ଲୁକ୍ ଶୟନକକ୍ଷର ସୁନ୍ଦରତା ବଢାଇ ଥାଏ। ଏଥିପାଇଁ ଶୟନକକ୍ଷର ରଙ୍ଗକୁ ଧ୍ୟାନରେ ରଖି ବେଡସିଟ ବାଛିବା ଉଚିତ। ଏହାବ୍ୟତୀତ କିଛି ବିଶେଷ ଦିନ ଗୁଡିକରେ ଅଲଗା ଅଲଗା ବେଡସିଟ ବାଛିବା ଉଚିତ। ଶୋଇବା ଘରେ ଅଧିକ ଆଲୋକ ପ୍ରବେଶ କରୁଥିଲେ ଉଜ୍ଜଳ ଓ ଗାଢ ରଙ୍ଗର ବେଡସିଟ୍ ବ୍ୟବହାର କରିଲେ ରୁମ ଅଧିକ ସୁନ୍ଦର ଦେଖାଯାଏ । ବେଡରୁମ୍ ଜଦି ଅନ୍ଧାରୁଆ ହୋଇଥାଏ ତେବେ ହାଲକା ରଙ୍ଗର ବେଡସିଟ୍ ବ୍ୟବହାର କରିବା ଉଚିତ୍।
୬.ଦୈନଦିନ ବ୍ୟବହାର କରୁଥିବା ବେଡସିଟ୍ ଭଲ ଭାବେ ସଫା କରିବା ଆବଶ୍ୟକ। ତେଣୁ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ବେଡସିଟ୍ ସୁତା, ଲାଇଲନ ଓ ହାଲକା ହେଲେ ଧୋଇବାକୁ ସୁବିଧା ହୋଇଥାଏ।