• ବେତାର ବ୍ୟୁରୋ

ବଢିଲା ବାର୍ଡ ଫ୍ଲୁ ଆତଙ୍କ : କଟକରେ 5 ଦିନ ଯାଏଁ କୁକୁଡା ବିକ୍ରି ବନ୍ଦ


(ବେତାର ବ୍ୟୁରୋ) କଟକ ସହର ନିକଟ ଖପୁରିଆ ସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଇଥିବା କଥା ଜଣାପଡିବା ପରେ ସମଗ୍ର କଟକ ସହରରେ ପ୍ରଶାସନ ପକ୍ଷରୁ କୁକୁଡା ଓ ଅଣ୍ଡା ବିକ୍ରି ଉପରେ ନିଷେଧାଜ୍ଞା ଜାରି କରାହେଇଛି ।

ଏଥିପାଇଁ ସହରରେ ବିଭିନ୍ନ ଚିକେନ ଦୋକାନରେ ଫୁଡ ସେଫ୍ଟି ବିଭାଗ ତରଫରୁ ନୋଟିସ ଲଗାଯାଇଛି । ଏହି ନୋଟିସ ଅନୁଯାୟୀ ଏହା ସହ ୪ରୁ ୫ଦିନ ଯାଏ କଟକରେ କୁକୁଡା ବିକ୍ରି ଉପରେ କଟକଣା ଲଗାଇଛି । ସେହିପରି କୁକୁଡା ଓ ଅଣ୍ଡା ବିକ୍ରି କରୁଥିବା ଫାଷ୍ଟଫୁଡ ବ୍ୟବସାୟ ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି ।

ଅନ୍ୟପକ୍ଷରେ ଖପୁରିଆ ଆଖପାଖ ୧ କିମି ପରିଧିରେ ଥିବା ସମସ୍ତ କୁକୁଡ଼ା ଏବଂ ଅଣ୍ଡା ଦୋକାନ ୩ ମାସ ପର୍ଯ୍ୟନ୍ତ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ତା’ସହିତ ୧୦ କି.ମି ପରିଧି ମଧ୍ୟରେ ପ୍ରାଣୀ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ୧୦ ଟି ଟିମ୍ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି।

ଏହା ସହ ସଂକ୍ରମଣ ଆଶଙ୍କାରେ ଏକ କିମି ପରିଧି ମଧ୍ୟରେ ଥିବା କୁକୁଡା ଓ ବତମ ମାନଙ୍କୁ ମଧ୍ୟ ମାରି ଦିଆଯାଇଛି । ଏକ ସାତ ଜଣିଆ ଟିମ୍ ଦ୍ୱାରା ଏହି ଚିହ୍ନଟ କାର୍ଯ୍ୟ କରାଯାଇଛି । ଏହି ଟିମରେ ୨ଜଣ ଡାକ୍ତର ଜଣେ ଏଏଲଆଇ, ଜଣେ ସହାୟକ, ଜଣେ ଡ୍ରାଇଭର ଓ ପୋଲିସ କର୍ମଚାରୀ ଥିଲେ ।

କଟକ ଖପୁରିଆସ୍ଥିିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଜଣା ପଡିବା ପରେ ସତର୍କତାମୂଳକ ପଦକ୍ଷେପ ସୂରୂପ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏହା ସହିତ ଏହି ରୋଗ ଯେଭଳି ଆଗକୁ ନ ବ୍ୟାପି ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଖବର ପ୍ରଚାର ହେବା ପରେ ଚାଂଚଲ୍ୟ ଖେଳିଯାଇଛି ।

#birdflu #chicken #goodhealth #foods

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon