• padmabati kund

ଏମିତି ରହିବ ‘ବାହୁବଳୀ’ ନିର୍ଦ୍ଦେଶକଙ୍କ ଆଗାମୀ ଟ.400କୋଟି ଫିଲ୍ମର କାହାଣୀ


(ବେତାର ବ୍ୟୁରୋ) ଫିଲ୍ମ ନିର୍ଦ୍ଦେଶକ ଏସ.ଏସ. ରାଜାମୌଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଯାଉଥିବା ମଲ୍ଟିଷ୍ଟାରର୍ ଫିଲ୍ମ ‘RRR’କୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି। ଯେବେଠାରୁ ଏହି ଫିଲ୍ମର ଘୋଷଣା କରାଯାଇଛି, ସେବେଠାରୁ ଫିଲ୍ମ ବିଷୟରେ କିଛି ନା କିଛି ଖବର ଲଗାତାର ଭାବରେ ସାମ୍ନାକୁ ଆସୁଛି। କିଛିଦିନ ପୂର୍ବରୁ ଏହାର ଷ୍ଟାରକାଷ୍ଟଙ୍କ ବିଷୟରେ ଘୋଷଣା କରଯାଇଥିଲା ଓ ବର୍ତ୍ତମାନ ଫିଲ୍ମର କାହାଣୀ ବିଷୟରେ ଖବର ସାମ୍ନାକୁ ଆସିଛି।

ବିଭିନ୍ନ ମନୋରଞ୍ଜନ ଖବର ପ୍ରଦାନ କରୁଥିବା ୱେବସାଇଟ ମୁତାବକ ନିର୍ଦ୍ଦେଶକ ରାଜାମୌଲୀ ଭାରତର ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଓ କୋମାରାମ ଭୀମଙ୍କ କାହାଣୀକୁ ପରଦା ଉପରକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି।

ନିର୍ଦ୍ଦେଶକ ଏସ.ଏସ. ରାଜାମୌଲୀଙ୍କ ମତରେ ସ୍ଵାଧୀନତା ସଂଗ୍ରାମୀଙ୍କ ବିଷୟରେ ଭାରତୀୟ ଫିଲ୍ମରେ ଆଜି ପର୍ଯ୍ୟନ୍ତ ସେମାନଙ୍କ ବ୍ୟକ୍ତିଗତ ଜୀବନର ସଂଘର୍ଷକୁ ଦର୍ଶାଯାଇଛି, କିନ୍ତୁ ସେମାନେ ଇଂରେଜ ସରକାରଙ୍କ ଦାସତ୍ଵ ବିରୁଦ୍ଧରେ ସଂଗ୍ରାମ କରିଥିଲେ। ଏଥିପାଇଁ ସେ ନିଜର ଆଗାମୀ ଫିଲ୍ମ ‘RRR’ରେ ବିଦ୍ରୋହ ଓ ସଂଘର୍ଷ ବିରୁଦ୍ଧରେ ଯାଇ ଏହି ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନ କାହାଣୀକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି। ଏଥିପାଇଁ 400 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି ।

ଏହି ଫିଲ୍ମର କାହାଣୀକୁ ନେଇ ଏସ.ଏସ. ରାଜମୌଲୀ କହିଛନ୍ତି, ‘ମୁଁ ଏହି କାନଭାସକୁ ସଂପୂର୍ଣ୍ଣ ଭାବରେ ଏକ ନୂଆ ତୁଳୀରେ ଚିତ୍ରିତ କରବାକୁ ଚାହୁଁଛି, ଯେଉଁଥିରେ ସେଥିରେ ବୀରତା, ଶକ୍ତି ଓ ଧୈର୍ଯ୍ୟର ଝଲକ ରହିବ।“ 1920 ଦଶକର ବାସ୍ତବିକ ଜୀବନର ଏହି ଦୁଇ ସ୍ଵାଧୀନତା ସଂଗ୍ରାମୀ ସୀତାରାମ ରାଜୁ ଓ କୋମାରାମ ଭୀମଙ୍କ କାହାଣୀକୁ ପରଦା ଉପରକୁ ଆଣିବା ପାଇଁ ଏହାର ସୁଟିଙ୍ଗ ମଧ୍ୟ ଆରମ୍ଭ ହୋଇ ସାରିଲାଣି।

ଆଲିଆ ଭଟ୍ଟ

ଏହି ଫିଲ୍ମରେ ସାଉଥ ସୁପର ଷ୍ଟାର ଜୁନିୟର ଏନ.ଟି.ଆର ଓ ରାମଚରଣଙ୍କ ସହିତ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ଏହି ଫିଲ୍ମରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିବେ। ଏହା ସହିତ ବ୍ରିଟିଶ ଯୁବ ଅଭିନେତ୍ରୀ ଡେଜି ଏଡଗର ଜୋନ୍ସ ଏହି ଫିଲ୍ମ ଜରିଆରେ ଭାରତୀୟ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ପ୍ରାୟ 400କୋଟି ଟଙ୍କାର ବଜେଟରେ ପ୍ରସ୍ତୁତ ଏହି ଫିଲ୍ମ ‘RRR’ରେ ମଧ୍ୟ ‘ବାହୁବଳୀ’ ପରି ଭବ୍ୟ ସେଟଅପ ଦେଖିବାକୁ ମିଳିବ। ଫିଲ୍ମଟିକୁ ଆସନ୍ତା ଜୁଲାଇ 30, 2020ରେ ରିଲିଜ କରାଯିବ। ଏହି ଫିଲ୍ମକୁ ଏକାସହିତ ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟାଲମ ସମେତ ମୋଟ 10ଟି ଭାରତୀୟ ଭାଷାରେ ରିଲିଜ କରାଯିବ।

#entertainment #bollywood #RRR #ssrajamouli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon