• padmabati kund

ଓଜନ କମ କରିବା ପାଇଁ ଏମିତି ବ୍ୟବହାର କରନ୍ତୁ ମେଥି


(ବେତାର ବ୍ୟୁରୋ) ପ୍ରତ୍ୟେକଙ୍କ ରୋଷେଇ ଘରେ ମେଥିର ବ୍ୟବହାର କରାଯାଇଥାଏ। ସାଧାରଣତଃ ତରକାରୀ ଓ ସାମ୍ବରରେ ମେଥିର ବ୍ୟବହାର କରିବା ଦ୍ଵାରା ଏହା ସ୍ଵାଦ ଦୁଇଗୁଣ ହୋଇଯାଇଥାଏ। ଏହା ଖାଦ୍ୟକୁ ସ୍ଵାଦିଷ୍ଟ କରିବା ସହିତ ଉଚ୍ଚ ରକ୍ତଚାପ ଓ ମଧୁମେହ ପରି ରୋଗର ଉପଚାର କରିବା ପାଇଁ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଓ ଓଜନ କମାଇବାରେ ମେଥି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।

ଯଦି ଆପଣ ମଧ୍ୟ ନିଜ ଶରୀରର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ରହୁଛନ୍ତି ତେବେ ଏହାର ଉପଚାର ପାଇଁ ମେଥିର ବ୍ୟବହାର କରିପାରିବେ। ତେବେ ଏଥିପାଇଁ ମେଥିକୁ ସଠିକ ଊପାୟରେ ବ୍ୟବହାର କରିବାକୁ ପଡିବ। ଓଜନ କମ କରିବା ପାଇଁ ମେଥିକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା।

୧.ମେଥି ଗୁଣ୍ଡ ଓ ପାଣି: ପ୍ରଥମେ ମେଥିକୁ ଏକ ପ୍ୟାନ ରେ ଭାଜନ୍ତୁ। ଭଲ ଭାବରେ ଭାଜି ହୋଇଯିବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ମେଥି ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ସକାଳୁ ଅଳ୍ପ ଉଷୁମ ପାଣି ସହିତ ଏହି ମେଥି ଗୁଣ୍ଡ ମିଶାଇ ପିଅନ୍ତୁ। କିଛିଦିନ ବ୍ୟବହାର କରିବା ପରେ ଫରକ ଜାଣିପାରିବେ।

୨.ମେଥିପାଣି: ଏହା ମଧ୍ୟ ଆପଣଙ୍କ ଓଜନ କମ କରିବା ପାଇଁ ବହୁତ ସାହାଯ୍ୟ କରିଥାଏ। ଏଥିପାଇଁ ରାତିରେ ଦୁଇ ଚାମଚ ମେଥିକୁ ଏକ ଗ୍ଳାସ ପାଣିରେ ବତୁରାଇ ରଖନ୍ତୁ। ସକାଳୁ ଏହି ପାଣିକୁ ଛାଣିଦେଇ ପିଅନ୍ତୁ। ନିୟମିତ ଭାବରେ ଏହି ପାଣି ପିଇବା ଦ୍ଵାରା ଆପଣଙ୍କ ଓଜନ କମ ହେବାକୁ ଲାଗିବ। କାରଣ ମେଥି ପାଣି ପିଇବା ଦ୍ଵାରା ଆପଣ ପେଟ ପୁରିଲା ପରି ଅନୁଭବ କରିବେ ଓ ଏହାଦ୍ଵାରା ଆପଣଙ୍କୁ ଅଧିକ ମାତ୍ରାରେ ଖାଇବାକୁ ମଧ୍ୟ ଇଚ୍ଛା ହେବ ନାହିଁ।

୩. ମେଥି ଚା’ : ଓଜନ କମ କରିବା ପାଇଁ ଆପଣ ମେଥି ଚା’ ମଧ୍ୟ ପିଇପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କ୍ଷୀର ଚା’ ଓ ଗ୍ରୀନ ଟି’ ଇତ୍ୟାଦି ପିଇଥିବେ ମାତ୍ର ଓଜନ କମେଇବା ପାଇଁ ଏହି ମେଥି ଚା’ ପିଇବା ଆରମ୍ଭ କରନ୍ତୁ। ଏହା ଓଜନ କମ କରିବା ସହିତ ମଧୁମେହ ନିୟନ୍ତ୍ରଣ କରିଥାଏ ଓ ପାଚନ କ୍ରିୟା ମଧ୍ୟ ସଠିକ ରଖିଥାଏ। ଏହି ମେଥି ଚା’କୁ ନିୟମିତ ଖାଲିପେଟରେ ହିଁ ସେବନ କରନ୍ତୁ।

୪.ମେଥି ଗଜା: ମେଥିକୁ ଆପଣ ଗଜା କରି ଖାଇପାରିବେ। ଏଥିପାଇଁ ରାତିଯାକ ମେଥିକୁ ଏକ ଓଦା କପଡାରେ ରଖନ୍ତୁ। ସକାଳକୁ ଏହି ମେଥି ସଂପୂର୍ଣ୍ଣ ଭାବରେ ଗଜା ହୋଇଯିବା ପରେ ଏହାକୁ ଖାଆନ୍ତୁ। ଏଥିରେ ମାଗ୍ନେସିୟମ, ଭିଟାମିନ-ଇ, ଭିଟାମିନ-ସି, ଭିଟାମିନ-ଏ ଓ ଭିଟାମିନ-ବି ରହିଥାଏ। ଏହାସହିତ ଏଥିରେ କ୍ୟାଲସିୟମ, ଜିଙ୍କ ଓ କ୍ୟାରୋଟିନ ରହିଥାଏ। ସକାଳୁ ଖାଲି ପେଟରେ ଏହାକୁ ଖାଇବା ଦ୍ଵାରା ଆପଣଙ୍କୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ଭୋକ ଲାଗିନଥାଏ।

#lifestyle #weightloosetips #fenugreekseed

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon