• padmabati kund

ଜାଣନ୍ତୁ : କିପର ପରଖିବେ ନକଲି ସ୍ମାର୍ଟଫୋନ


(ବେତାର ବ୍ୟୁରୋ) ଭାରତୀୟ ସ୍ମାର୍ଟଫୋନ ବଜାରରେ ବିଭିନ୍ନ କମ୍ପାନୀର ସ୍ମାର୍ଟଫୋନ ଲଞ୍ଚ କରାଯାଇଛି। ଏଥିରେ ଚୀନର ବିଭିନ୍ନ କମ୍ପାନୀ ଯଥା ସାଓମି, ୱାନ ପ୍ଲସ, ଓପୋ, ଭିଭୋ, ହୁୱାଇ ଇତ୍ୟାଦିର ସ୍ମାର୍ଟଫୋନ ସାମିଲ ରହିଛି। ଏହି ସ୍ମାର୍ଟଫୋନ ଗୁଡିକର ଲୋକପ୍ରିୟତା ବଢିବା ସହିତ ଏହା ସବୁଠାରୁ ଅଧିକ ବିକ୍ରି ହେଉଛି। ସ୍ମାର୍ଟଫୋନର ବିକ୍ରି ବଢିବା ସହିତ ସ୍ମାର୍ଟଫୋନ ଠକେଇକୁ ନେଇ ଅନ୍ୟ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ନକଲି ମୋବାଇଲ ବିକ୍ରି ହେବା ସମସ୍ୟା ବହୁତ ଅଧିକ।

ଏପରି ପରିସ୍ଥିତିରେ ଗ୍ରାହକମାନେ ଏକଥା ଜାଣିବା ଜରୁରୀ ଯେ, ଆପଣ କିଣୁଥିବା ସ୍ମାର୍ଟଫୋନଟି ଅସଲି ନା ନକଲି। ଅନଲାଇନ ମାଧ୍ୟମରେ ସ୍ମାର୍ଟଫୋନ କିଣୁଥିବା ଗ୍ରାହକମାନେ ଏହି ସମସ୍ୟାର ସାମ୍ନା କରିଥାନ୍ତି। ତେବେ ସ୍ମାର୍ଟଫୋନ କିଣିବା ସମୟରେ ଏହା ସଲି ବା ନକଲି କିପରି ଜାଣିବେ ଆସନ୍ତୁ ଜାଣିବା।

ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେସନ ତରଫରୁ ଏକ ନୂତନ ସେବା ଆରମ୍ଭ କରାଯାଇଛି। ଏହି ସେବାର ସାହାଯ୍ୟରେ ଆପଣଙ୍କ ମୋବାଇଲ ଅସଲି ବା ନକଲି ଜାଣିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଏକ ମେସେଜ କରିବାକୁ ପଡିବ। ଏହାବ୍ୟତୀତ ଏକ ଆପ୍ ଜରିଆରେ ମଧ୍ୟ ଆପଣ ମୋବାଇଲ ବିଷୟରେ ସୂଚନା ପାଇପାରିବେ। ଏହାଦ୍ଵାରା ଆପଣ ମୋବାଇଲର ମଡେଲ୍ ନମ୍ବର, ବ୍ରାଣ୍ଡ ଓ ମୋବାଇଲ ପ୍ରସ୍ତୁତ କରିଥିବା କମ୍ପାନୀ ବିଷୟରେ ସୂଚନା ପାଇପାରିବେ।

ମେସେଜ ମାଧ୍ୟମରେ ପାଇପାରିବେ ସୂଚନା

ଆପଣଙ୍କ ମୋବାଇଲ ଅସଲି ବା ନକଲି ଜାଣିବା ପାଇଁ ଆପଣଙ୍କୁ ନିଜ ଫୋନରୁ ଏକ ଏସଏମଏସ ପଠାଇବାକୁ ପଡିବ। ଏହି ଏସଏମଏସରେ KYM ଲେଖି ସ୍ପେସ୍ ଦିଅନ୍ତୁ ଆପଣଙ୍କ ମୋବାଇଲର ୧୫ଅଙ୍କ ବିଶିଷ୍ଟ IMEI ନମ୍ବର ଲେଖନ୍ତୁ। ଏହି ଏସଏମଏସକୁ ୧୪୪୨୨ରେ ପଠାଇ ଦିଅନ୍ତୁ। ଏହାପରେ ଆପଣଙ୍କ ନମ୍ବରକୁ ଏକ ମେସେଜ ଆସିବ। ଏହି ମେସେଜରେ ଆପଣଙ୍କ ମୋବାଇଲ ବିଷୟରେ ସମସ୍ତ ସୂଚନା ରହିଥିବ।

ଆପ୍ ସାହାଯ୍ୟରେ ପାଇପାରିବେ ସୂଚନା

ଆପ୍ ସାହାଯ୍ୟରେ ଆପଣଙ୍କ ମୋବାଇଲ ଅସଲି ବା ନକଲି ସୂଚନା ପାଇବା ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ Know Your Mobile ଆପ୍ ଡାଉନଲୋଡ କରନ୍ତୁ। ଏହି ଆପ୍ ଇନଷ୍ଟଲ ହେବା ପରେ ଏଥିରେ ମୋବାଇଲ IMEI ନମ୍ବର ଦେଇ verify ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କୁ ମୋବାଇଲ ବିଷୟରେ ସମସ୍ତ ସୂଚନା ମିଳିବ। ଏହା ସାହାଯ୍ୟରେ ଆପଣ ବ୍ଲାକଲିଷ୍ଟ ହୋଇଥିବା ନମ୍ବର ବିଷୟରେ ମଧ୍ୟ ସୂଚନା ପାଇପାରିବେ।

IMEI ନମ୍ବର କିପରି ଜାଣିବେ

ଆପଣଙ୍କ ମୋବାଇଲ ଅସଲି ବ ନକଲି ଜାଣିବା ପାଇଁ ମୋବାଇଲ IMEI ନମ୍ବର ଜାଣିଥିବା ଜରୁରୀ। ଯଦି ଆପଣ ମୋବାଇଲର IMEI ନମ୍ବର ବିଷୟରେ ଜାଣିନାହାନ୍ତି ତେବେ ମୋବାଇଲରୁ *#୦୬# ଡାଏଲ କରନ୍ତୁ। ଏପରି କରିବା ଦ୍ଵାରା ମୋବାଇଲ ସ୍କ୍ରିନରେ IMEI ନମ୍ବର ଲେଖା ହୋଇଯିବ।

#mobile #smartphone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon