• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : କାହାର ବଢିବ କର୍ମର ଚାପ


(ବେତାର ବ୍ୟୁରୋ) ଜ୍ୟୋତିଷ ଶାସ୍ତ୍ର ମତରେ ଏହି ସପ୍ତାହର ଆରମ୍ଭ ଧନିଷ୍ଠା (ମଙ୍ଗଳ) ନକ୍ଷତ୍ରରୁ ଆରମ୍ଭ ହେଇ ଭରିଣୀ (ଶୁକ୍ର) ନକ୍ଷତ୍ରରେ ଶେଷ ହେବ। ଉଭୟ ମଙ୍ଗଳ ଓ ଶୁକ୍ର ଗ୍ରହ ନିରପେକ୍ଷ ଓ ସ୍ଥଳ ବିଶେଷରେ ଚନ୍ଦ୍ର ସହିତ ଶତୃ ବ୍ୟବହାର କରୁଥିବାରୁ ଏହି ସପ୍ତାହରେ ଶୁଭ-ଅଶୁଭ ମିଶ୍ରିତ ଫଳ ପ୍ରଦାନ କରିବ।  ଏହାସହିତ ଚନ୍ଦ୍ରଦେବ ଏହି ସପ୍ତାହରେ ମକରରାଶିରୁ କୁମ୍ଭ, ମୀନ ଓ ମେଷ ରାଶିରେ ଗୋଚର କରିବେ। ଏହିସମୟରେ ଚନ୍ଦ୍ରଦେବ ଧନିଷ୍ଠା, ଶତଶିଭା, ପୂର୍ବଭାଦ୍ରପଦା, ଉତ୍ତରାଭାଦ୍ରପଦା, ରେବତୀ, ଅଶ୍ଵିନୀ ଓ ଭରଣୀ ନକ୍ଷତ୍ରରେ ନିଜର ପ୍ରଭାବ ଦେଖାଇବେ। ଏହାର ପ୍ରଭାବ ସମସ୍ତ ବାରଟି ରାଶି ଉପରେ ପଡିବ।

ମେଷ: କର୍ମକ୍ଷେତ୍ରରେ ସଫଳତା ମିଳିବ ଓ ପାରିବାରିକ ଜୀବନ ସୁଖମୟ ରହିବ। ଅଚାନକ ଧନଲାଭ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ସମ୍ପର୍କ ବୃଦ୍ଧି ପାଇବ। ଖର୍ଚ୍ଚ ବୃଦ୍ଧି ପାଇବ ଓ ବିଦେଶ ଯାତ୍ରାର ଯୋଗ ରହିଛି।

ବୃଷ: ମାନସମ୍ମାନ ବୃଦ୍ଧି ପାଇବ। ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର କରିବେ ଓ ଚାକିରୀରେ ପଦୋନ୍ନତି ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ନୂତନ ଯାନବାହାନ କିଣିପାରନ୍ତି। ସପ୍ତାହ ଶେଷ ଭାଗରେ ମାନସିକ ଦୁଃଶ୍ଚିନ୍ତା ବଢିପାରେ।   

ମିଥୁନ: ଧନହାନୀର ଯୋଗ ରହିଛି। ମାନସିକ ଦୁଃଶ୍ଚିନ୍ତା ବଢିପାରେ ଏଥିପାଇଁ ଧ୍ୟାନ ଓ ଯୋଗ କରନ୍ତୁ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ।

କର୍କଟ: ଧାର୍ମିକ ଯାତ୍ରାରେ ଯାଇପାରନ୍ତି। କର୍ମକ୍ଷେତ୍ରରେ ନିଜ କଠିନ ପରିଶ୍ରମ ପାଇଁ ସମସ୍ତଙ୍କ ଆଗରେ ପ୍ରଶଂସିତ ହେବେ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ବ୍ୟବସାୟରେ ଲାଭ ପାଇବେ। କାମର ଅଧିକ ଚାପ ଯୋଗୁଁ କ୍ଳାନ୍ତ ଅନୁଭବ କରିବେ।

ସିଂହ: ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦେବ। କୌଣସି ବାଦବିବାଦରେ ମଧ୍ୟ ପଡି ପାରନ୍ତି। ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। କୋର୍ଟକଚେରୀ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଆପଣଙ୍କ ବୌଦ୍ଧିକ କ୍ଷମତା ବଢିବ ଓ ନିଜ ବୁଦ୍ଧିମତାରେ ଲୋକମାନଙ୍କୁ  ପ୍ରଭାବିତ କରିପାରିବେ। ସନ୍ତାନଙ୍କର ଧ୍ୟାନ ରଖନ୍ତୁ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଖାଦ୍ୟପେୟ ପ୍ରତି  ସାବଧାନ ରୁହନ୍ତୁ।

ତୁଳା: ପାରିବାରିକ ଜୀବନ ସୁଖମୟ ରହିବ। ମା’ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ସନ୍ତାନଙ୍କ ସଫଳତା ପାଇଁ ଗର୍ବ ଅନୁଭବ କରିବେ। ଶତ୍ରୁଙ୍କୁ ଜୟ କରିବେ। ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ।

ବିଛା: ଆପଣଙ୍କ ସାହସ ଓ ପରାକ୍ରମରେ ବୃଦ୍ଧି ପାଇବ। କଠିନ ପରିଶ୍ରମର ଶୁଭଫଳ ପାଇବେ। ସାନ ଭାଇଭଉଣୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନୂତନ ଯାନବାହାନ କିଣିପାରନ୍ତି।

ଧନୁ: ସମସ୍ତ ସମସ୍ୟାକୁ ଧୈର୍ଯ୍ୟର ସହ ସାମ୍ନା କରିବେ। ନିଜ କଥା କହିବା ଶୈଳୀରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ। ପରିବାର ମଧ୍ୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବେ।

ମକର: ମନ ଅସ୍ଥିର ରହିବ। ସ୍ୱାସ୍ଥ୍ୟସମସ୍ୟା ଲାଗିରହିବ ଓ ଖର୍ଚ୍ଚ ଅଧିକ ବଢିବ କାରଣରୁ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ବଢିପାରେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ବନ୍ଧୁମାନଙ୍କ ସହିତ ଉତ୍ତମ ସମୟ ବିତାଇବେ। ନିଜ କଥାରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ।

କୁମ୍ଭ: ମାନସିକ ଦୁଃଶ୍ଚିନ୍ତା ବଢିବ ଓ ଏହାଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଅବନତି ଘଟିପାରେ। ଖର୍ଚ୍ଚ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କୌଣସି ନିଷ୍ପତ୍ତି ନେବା ଆଗରୁ ପରିବାର ସଦସ୍ୟଙ୍କ କଥା ଧ୍ୟାନର ସହ ଶୁଣନ୍ତୁ।

ମୀନ: କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଛାତ୍ରଛାତ୍ରୀମାନଙ୍କୁ  କଠିନ ପରିଶ୍ରମ କରିବାକୁ ପଡିବ। କୋର୍ଟକଚେରୀ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ବାଣୀରେ କଠୋରତା ଆସିପାରେ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon