• ବେତାର ବ୍ୟୁରୋ

ଆଇପିଏଲ 2019 : ଚଳିତ ସିରିଜରେ ପ୍ରଥମ ବିଜୟ ପାଇଁ ଲଢିବେ ରାଜସ୍ଥାନ-ବାଙ୍ଗାଲୋର


(ବେତାର ବ୍ୟୁରୋ) ରାଜସ୍ଥାନ ରୋୟାଲସ୍‌ ଟିମ ମଙ୍ଗଳବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱାଦଶ ସଂସ୍କରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୋୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ। ଉଭୟ ଟିମ୍‌ ଆରମ୍ଭରୁ ୩-୩ ମ୍ୟାଚ୍‌ ହାରି ସାରିଛନ୍ତି ଏବଂ ଟେବୁଲ ତାଲିକାରେ ନିମ୍ନରେ ଅଛନ୍ତି। ତିନିଟି ମ୍ୟାଚରେ ଅତି ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଦୁର୍ବଳ ହେଇଥିବା ରାଜସ୍ଥାନ ଓ ଚଳିତ ସିଜିନରେ ଅତି ନିମ୍ନ ମାନର ପ୍ରଦର୍ଶନ କରିଥିବା ବାଙ୍ଗାଲୋର ଏହି ମ୍ୟାଚରେ ବିଜୟ ପାଇଁ ସଂଘର୍ଷ କରିବେ ।

ତେବେ ଦେଖିବାକୁ ଗଲେ ରାଜସ୍ଥାନର ରନ୍‌ ହାର ବେଙ୍ଗାଲୁରୁ ତୁଳନାରେ ଟିକିଏ ଅଧିକ।

ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମରେ ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ରୋୟାଲ ଚ୍ୟାଲେଞ୍ଜର୍ସକୁ ରବିବାର ସନରାଇଜର୍ସ ହାଇଦ୍ରାବାଦ ୧୧୮ ରନ୍‌ରେ ପରାସ୍ତ କରିଥିଲା। ସେହିପରି ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟ ରାଜସ୍ଥାନକୁ ହରାଇଥିଲା।

ନିରାଶ କରୁଛନ୍ତି ଷ୍ଟାର ପ୍ଲେୟର

ଚଳିତ ସିଜିନ ପାଇଁ ଅକ୍ସନରେ ରାଜସ୍ଥାନ ଦଳ ବେନ୍ ଷ୍ଟୋକ୍ସଙ୍କୁ 12କୋଟି 50ଲକ୍ଷ ଟଙ୍କାରେ କିଣିଥିଲା। ରାଜସ୍ଥାନର ଲଢୁଆ ବ୍ୟାଟ୍ସମ୍ୟାନ ଖେଳାଳି ସଞ୍ଜୁ ସାମସନ, ବଟଲରଙ୍କ ସହିତ ରାହୁଲ ତ୍ରିପାଠୀଙ୍କ ପ୍ରଦର୍ଶନ ଠିକଠାକ ଥିବା ବେଳେ ସ୍ମିଥ ଓ ଷ୍ଟୋକ୍ସଙ୍କ ପ୍ରଦର୍ଶନ ସେଭଳି ଆଖି ଦୃଶିଆ ହେଇ ପାରିନି ।

ମହେନ୍ଦ୍ରେ ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ ରାଜସ୍ଥାନକୁ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ରାଜସ୍ଥାନ ଆରମ୍ଭରୁ ଭଲ ଖେଳିଥିଲା କିନ୍ତୁ ୮ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା। ମାଙ୍କଡିଂ ପରେ ରାଜସ୍ଥାନର ଜୋସ୍‌ ବଟ୍‌ଲର ନିଜର ଫର୍ମ ଜାରି ରଖି ପାରି ନଥିଲେ। ଆଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ଥିଲା।

ସେହିପରି ବାଙ୍ଗାଲୋର ଦଳରେ ଏ ବି ଡିଭିଲିୟର୍ସ, ପାର୍ଥିବ ପଟେଲ ଓ ମୋଇନ ଅଲୀଙ୍କ ପରି ବ୍ୟାଟସମ୍ୟାନ ଥାଇ ମଧ୍ୟ ନ ଥିଲା ପରି । ବୋଲିଂ ବିଭାଗରେ ମଧ୍ୟ ୟୁଜବେନ୍ଦ୍ର ଚହଲଙ୍କୁ ଛାଡିଦେଲେ ବାଙ୍ଗାଲୋରର ଅନ୍ୟାନ୍ୟ ବୋଲରଙ୍କ ପ୍ରଦର୍ଶନ ନିମ୍ନ ମାନର ଅଟେ ।

ବାଙ୍ଗାଲୋରଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ ମଙ୍ଗଳବାର ସନ୍ଧ୍ୟା 8ଟାରେ ଖେଳାଯିବ। ଏହାର ସିଧାପ୍ରସାରଣ ଷ୍ଟାରସ୍ପୋର୍ଟ୍ସ ନେଟୱାର୍କ ଓ ହଟଷ୍ଟାରରେ ଦେଖିପାରିବେ।

#cricket #ipl2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon