- ବେତାର ବ୍ୟୁରୋ
ଜାଣନ୍ତୁ : ଖରାଦିନେ କିପରି ପାଇବେ ସ୍କାର୍ଫରେ ଷ୍ଟାଇଲିଶ ଲୁକ

(ବେତାର ବ୍ୟୁରୋ) ନାରୀର ସୁନ୍ଦରତା କେବଳ ଗହଣାରେ ନ ଥାଏ ।ସେଥିପାଇଁ ବିଭିନ୍ନ ଆସେସୋରିଜ ଯଥା ହିଲ୍ ଯୋତା, ଭ୍ୟାନିଟି ବ୍ୟାଗ, ଚଷମା ଇତ୍ୟାଦି ବିଭିନ୍ନ ସମୟରେ ମହିଳାମାନେ ପରିଧାନ କରିଥାନ୍ତି ।
ସେହିପରି ନିଜ ଲୁକ୍କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଜିକାଲି ଅଧିକାଂଶ ଯୁବତୀ ହୁଅନ୍ତୁ ଅବା ମହିଳା ସ୍କାର୍ଫ ବ୍ୟବହାର କରୁଛନ୍ତି। ଖାସ କରି ଖରା ଦିନ ଚାଲିଥିବାରୁ ଏହାର ଆବଶ୍ୟକତା ଏବେ ଅଧିକ ବଢିଯାଇଛି ।
କେବଳ ଘରେ ନୁହେଁ, ଅଫିସ କିମ୍ବା ପାର୍ଟିରେ ଯୋଗ ଦେଉଥିଲେ ଏହାକୁ ଆପଣ ବ୍ୟବହାର କରିପାରିବେ। ଏହାକୁ ଡ୍ରେସ ଉପରେ ଠିକ୍ ଭାବରେ ପକାଇବା ପରେ ଅନେକ ମହିଳା ବେଶ୍ ଆକର୍ଷଣୀୟ ଦେଖାଯାଇଥାଆନ୍ତି। ବେଳେବେଳେ ଏହା ଆପଣଙ୍କ ପୁରୁଣା ଲୁକ୍ ବଦଳାଇବା ସହ ଆକର୍ଷଣୀୟ ଲୁକ୍ ଦେଇଥାଏ।
ଆଜିକାଲି ମାର୍କେଟରେ ସ୍କାର୍ଫର ବହୁତ ଭେରାଇଟି ଯଥା କଲର ଏବଂ ଟେକ୍ସଚର୍ ରେ ମିଳୁଛି। ଆପଣ ଏହାକୁ ବିଭିନ୍ନ ଷ୍ଟାଇଲ୍ରେ ବ୍ୟବହାର କରିବା ସହ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ ରୂପେ ନେଇପାରିବେ। ଆସନ୍ତୁ ଜାଣିବା ସେ ସମ୍ପର୍କରେ ପାଞ୍ଚ ଟିପ୍ସ ।
-ନିଜ କାନ୍ଧରେ ସ୍କାର୍ଫକୁ ଖେଳାଇ କ୍ୟାପ୍ ଆକାରରେ ପିନ୍ଧିପାରିବେ। ଏହା ଆପଣଙ୍କୁ ୟୁନିକ୍ ଲୁକ୍ ଦେବ। ଏହା ଆପଣଙ୍କ ଷ୍ଟାଇଲ୍ ଷ୍ଟେଟମେଣ୍ଟ ହୋଇପାରିବ।
-ଯଦି ଆପଣ ସ୍କାର୍ଫକୁ ଦୁପଟ୍ଟା ଭଳି କଭର କରିବାକୁ ଚାହାନ୍ତି ତେବେ ତାକୁ ସାମ୍ନାକୁ ଫ୍ରି ଛାଡି ବଟନ ବା ପିନ୍ ଗଳାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଟ୍ରାଡିଶନାଲ ଲାଗିବା ସହ ଓ୍ବେଷ୍ଟର୍ନ ଲୁକ୍ ଦେଇଥାଏ।
-ଆଜିକାଲି ମାର୍କେଟରେ ଝାଲର ସ୍କାର୍ଫ ମିଳୁଛି। ଏହାକୁ ଆପଣ ପାର୍ଟିଓ୍ବେର ଓ୍ବେଷ୍ଟର୍ନ ଷ୍ଟାଇଲ୍ ଡ୍ରେସ ସହ କ୍ୟାରି କରିପାରିବେ। ଗାଇନ୍ ସହିତ ଫ୍ରିଲ୍ ଥିବା ସ୍କାର୍ଫ ବହୁତ ଷ୍ଟାଇଲିଶ୍ ଲାଗିଥାଏ।
-ସ୍କାର୍ଫ ସାହାଯ୍ୟରେ ଆପଣ ଗ୍ଲାମର ଲୁକ୍ ପାଇପାରିବେ। ଏଥିଲାଗି ହେୟାର ଷ୍ଟାଇଲ୍ ପାଇବାକୁ ଆପଣ କଲରଫୁଲ୍ ସ୍କାର୍ଫ ନେଇ ମୁଣ୍ଡର ଚାରିପଟେ ବୁଲାଇ ଦିଅନ୍ତୁ।
-ସ୍କାର୍ଫକୁ ସବୁବେଳେ ସ୍କାର୍ଫ ଭଳି ବ୍ୟବହାର ନ କରି କିଛି ଅଲଗା ଉପାୟରେ ବେଲ୍ଟ ଭଳି ଟ୍ରାଏ ମଧ୍ୟ କରିପାରିବେ। ଏଥିପାଇଁ ଡେନିମ୍ର କୋଣସି ଡ୍ରେସ କିମ୍ବା ଜିନ୍ସ ନେଇପାରନ୍ତି।
ଏହିଭଳି ଆପଣ ନିଜ ଶରୀର ଓ ପସନ୍ଦ ମୁତାବକ ସ୍କାର୍ଫ ବ୍ୟବହାର କରି ଷ୍ଟାଇଲିଶ ଲୁକ ପାଇପାରିବେ ।