• padmabati kund

ଜାଣନ୍ତୁ : ଏମିତି ବ୍ୟବହାର କରୁଥିଲେ ଜୀବନସାଥୀ ମିଛ କହୁଛନ୍ତି


(ବେତାର ବ୍ୟୁରୋ) ପତିପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ମତଭେଦ ଦେଖାଯାଇଥାଏ। ଏହି ଛୋଟଛୋଟ ଝଗଡାରୁ ପତିପତ୍ନୀଙ୍କ ସମ୍ପର୍କ ମଜଭୁତ ହୋଇଥାଏ। ତେବେ କିଛି କିଛି ସ୍ତ୍ରୀ’ଙ୍କୁ ସବୁବେଳେ ଏହା ଅନୁଭବ ହୋଇଥାଏ ଯେ, ତାଙ୍କ ସ୍ଵାମୀ ତାଙ୍କୁ ମିଛ କହୁଛନ୍ତି। ସ୍ଵାମୀଙ୍କ ଠାରୁ ସତ ଜାଣିବା ପାଇଁ ମହିଳାମାନେ ଅନେକ ପ୍ରୟାସ କରିଥାନ୍ତି। ଏହା ସେମାନଙ୍କର ମାନସିକ ଚାପ ମଧ୍ୟ ବଢାଇଥାଏ।

ଯଦି ଆପଣ ମଧ୍ୟ ଏହି ପରିସ୍ଥିତିର ସାମ୍ନା କରୁଛନ୍ତି ତେବେ ଆପଣଙ୍କ ସ୍ଵାମୀ ଆପଣଙ୍କୁ ମିଛ କହୁଛନ୍ତି ବା ସତ କହୁଛନ୍ତି ଜାଣିବା ପାଇଁ କଣ କରିବେ ଆସନ୍ତୁ ଜାଣିବା।

୧.ପ୍ରଶ୍ନ ପଚାରିବା ଦ୍ଵାରା ବିରକ୍ତ ହେବା: ଯଦି ଆପଣଙ୍କ ଜୀବନସାଥୀ କାହା ସହ ଚ୍ୟାଟିଙ୍ଗ କରୁଛନ୍ତି ବା କଲରେ କଥା ହେଉଛନ୍ତି ଓ ଆପଣ ଏବିଷୟରେ ପଚାରିବା ଦ୍ଵାରା ବିରକ୍ତ ହେଉଛନ୍ତି ତେବେ ସେ ଆପଣଙ୍କ ସାଥିରେ ସେହି ବିଷୟରେ କଥା ହେବାକୁ ଚାହୁଁନାହାନ୍ତି। ବାରମ୍ବାର ପଚାରିବା ପରେ ମଧ୍ୟ ଯଦି ସେ ଠିକ ଉତ୍ତର ଦେଉନାହାନ୍ତି ତେବେ ସେ ଆପଣଙ୍କ ଠାରୁ କିଛି ଲୁଚେଇବାକୁ ଚାହୁଁଛନ୍ତି।

୨.ଆଗରୁ ମଧ୍ୟ ମିଛ କହିଥିବେ: କିଛି କିଛି ଲୋକଙ୍କୁ ମିଛ କହିବାର ଖରାପ ଅଭ୍ୟାସ ରହିଥାଏ। ପାର୍ଟନରଙ୍କର ଏହି ଅଭ୍ୟାସକୁ ଅଣଦେଖା କରିବା ଆପଣଙ୍କ ସମ୍ପର୍କ ଉପରେ ଭାରି ପଡିପାରେ। ଯଦି ଆପଣଙ୍କ ପାର୍ଟନର ଆଗରୁ ମଧ୍ୟ ଆପଣଙ୍କୁ ମିଛ କହିଛନ୍ତି ଓ ବର୍ତ୍ତମାନ କିଛି ପଚାରିବାରୁ ସଠିକ ଭାବରେ ଉତ୍ତର ଦେଉନାହାନ୍ତି ତେବେ ତାଙ୍କ ଉପରେ ଭରସା କରିବା ଆଗରୁ ଦୁଇଥର ଭାବିବାକୁ ପଡିବ।

୩.ଆଖିରେ ଆଖି ନମିଶାଇବା: ଏହା ମନୋବିଜ୍ଞାନ ଦ୍ଵାରା ପ୍ରମାଣ କରାଯାଇଛି ଯେ, ଯେଉଁମାନେ ମିଛ କୁହନ୍ତି ବା କିଛି କଥା ଲୁଚାନ୍ତି ସେମାନେ ନିଜ ଲୋକଙ୍କ ସହିତ ଆଖିରେ ଆଖି ମିଶାଇ ପାରିନଥାନ୍ତି। ଯଦି ଆପଣଙ୍କ ଜୀବନସାଥୀ ମଧ୍ୟ ଏପରି କରୁଛନ୍ତି ତେବେ ସେ ଆପଣଙ୍କ ଠାରୁ କିଛି ଲୁଚାଇବାକୁ ଚାହୁଁଛନ୍ତି।

୪.ବାରମ୍ବାର ସଚ୍ଚୋଟତାର କଥା କହିବା: ପ୍ରାୟ ପତିପତ୍ନୀଙ୍କ ମଧ୍ୟରେ ସ୍ଵାମୀ ନିଜର ପତ୍ନୀଙ୍କ ଉପରେ ସନ୍ଦେହର ଆରୋପ ଲଗାଇଥାନ୍ତି। ଏହି ସମୟରେ ସେ ବିଶ୍ଵାସ ଶବ୍ଦର ଅନେକ ଥର ପ୍ରୟୋଗ କରିଥାନ୍ତି। ଏହି ସମୟରେ ପତ୍ନୀମାନେ ନିଜକୁ ଭୁଲ ବୋଲି ଭବିଥାନ୍ତି, କିନ୍ତୁ ପ୍ରକୃତରେ ସେମାନେ ହିଁ ଠିକ ଥାଆନ୍ତି।

୫.ମିଛରେ ହସିବା: କୌଣସି ବ୍ୟକ୍ତିଙ୍କ ମୁହଁରେ ହସ ଥିବାର ଅର୍ଥ ସବୁକିଛି ଠିକ ଚାଲୁଅଛି। ମାତ୍ର ଅସଲି ଓ ନକଲି ହସ ମଧ୍ୟରେ ଫରକ ଜାଣିବାକୁ ପଡିବ। ଅଧିକାଂଶ ଲୋକ ମିଛ କହିବା ସମୟରେ ହସିଥାନ୍ତି। ତେବେ ଏହି ହସ ଅସଲି ବା ନକଲି ଚିହ୍ନିବାକୁ ପଡିବ।

୬.ପାଖରେ ନବସିବା: ଯଦି ଆପଣଙ୍କ ସ୍ଵାମୀ ଆପଣଙ୍କ ଠାରୁ କିଛି ଲୁଚାଉଛନ୍ତି ତେବେ ସେ ସବୁବେଳେ ଆପଣଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ। ଏଥିପାଇଁ ସେ  ଆପଣଙ୍କ ପାଖରେ ବସିବାକୁ ପସନ୍ଦ କରିନଥାନ୍ତି ଓ ନିଜ ଚେହେରା ମଧ୍ୟ ଲୁଚାଇଥାନ୍ତି।  

#lifestyle #relationship

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon