• padmabati kund

ନୂଆ ଫିଚର : ଏଣିକି ବିନା ଅନୁମତିରେ କେହି କରିପାରିବେନି ହ୍ଵାଟସଅପ ଗ୍ରୁପରେ ସାମିଲ


(ବେତାର ବ୍ୟୁରୋ) ଇନଷ୍ଟାଣ୍ଟ ମେସେଞ୍ଜିଙ୍ଗ ଆପ୍ ହ୍ଵାଟସଅପ ଏହାର ବ୍ୟବହାରକାରୀଙ୍କୁ ନୂତନ ଅନୁଭୂତି ଦେବା ପାଇଁ ଅନେକ ନୂଆ ଫିଚର ଲଞ୍ଚ କରୁଛି। ହ୍ଵାଟସଅପ ତରଫରୁ ଅନ୍ୟଏକ ନୂଆ ଫିଚର ଲଞ୍ଚ କରାଯାଇଛି। ଏହି ଫିଚର ଅନୁଯାୟୀ ଆପଣଙ୍କ ବିନା ଅନୁମତିରେ କେହି ବି ଆପଣଙ୍କୁ କୌଣସି ହ୍ଵାଟସଅପ ଗ୍ରୁପରେ ଆଡ୍ କରିପାରିବେ ନାହିଁ। ବୁଧବାର ହ୍ଵାଟସଅପ ତରଫରୁ ଏହି ଫିଚର ବିଷୟରେ ଘୋଷଣା କରାଯାଇଛି।

ହ୍ଵାଟସଅପର ଏହି ନୂଆ ଫିଚର ସାହାଯ୍ୟରେ କେଉଁ ବ୍ୟକ୍ତି ଆପଣଙ୍କୁ ହ୍ଵାଟସଅପ ଗ୍ରୁପରେ ଆଡ୍ କରିପାରିବ ସେନେଇ ଆପଣ ନିଷ୍ପତ୍ତି ନେଇପାରିବେ। ଅନେକ ସମୟରେ ଆପଣଙ୍କ ଅନିଚ୍ଛା ସତ୍ତ୍ୱେ ମଧ୍ୟ ଅନେକ ବ୍ୟକ୍ତି ଆପଣଙ୍କୁ ବିଭିନ୍ନ ଗ୍ରୁପରେ ଆଡ୍ କରିଦେଇଥାନ୍ତି, ତେବେ ଏହି ନୂଆ ଫିଚର ଆସିବା ପରେ ଆପଣଙ୍କୁ ଆଉ ଏହି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ।

ହ୍ଵାଟସଅପ ଗ୍ରୁପ ପାଇଁ ଇନଭାଇଟ୍ ସିଷ୍ଟମ ଲଞ୍ଚ କରାଯାଇଛି। ଏଥିରେ ବ୍ୟବହାରକାରୀଙ୍କୁ ଗ୍ରୁପ ଜଏନ୍ କରିବା ଓ ନକରିବା ପାଇଁ ବିକଳ୍ପ ଦିଆଯିବ। ହ୍ଵାଟସଅପର କହିବା ଅନୁଯାୟୀ, ନୂଆ ପ୍ରାଇଭେସି ସେଟିଙ୍ଗ ଓ ଇନଭାଇଟ୍ ସିଷ୍ଟମ ମାଧ୍ୟମରେ ବ୍ୟବହାରକାରୀଙ୍କ ପାଖରେ ଗ୍ରୁପ୍ ମେସେଜ ଉପରେ ଅଧିକ ନିୟନ୍ତ୍ରଣ ରହିବ। କୌଣସି ଗ୍ରୁପରେ ସାମିଲ ହେବା ପାଇଁ ବ୍ୟବହାରକାରୀଙ୍କ ପାଖକୁ ଏକ ଇନଭାଇଟ୍ ଆସିବା ଓ ଏଥିରେ ଆପଣ ସାମିଲ ହେବାକୁ ଚାହୁଁଥିଲେ ଆପଣ ଅନୁମତି ଦେଇପାରିବେ।

ଗ୍ରୁପରେ ସାମିଲ ହେବା ପାଇଁ ଏହି ଇନଭାଇଟ୍ ପ୍ରାଇଭେଟ ମେସେଜ ଜରିଆରେ ବ୍ୟବହାରକାରୀଙ୍କ ପାଖକୁ ପଠାଯିବ। ଏହାକୁ ସ୍ଵୀକାର କରିବା ପାଇଁ ତିନି ଦିନର ସମୟ ଦିଆଯିବ। ଏହି ଇନଭାଇଟ୍ ପାଇଁ ସମୟସୀମା ତିନି ମିନିଟ ପର୍ଯ୍ୟନ୍ତ ରହିବ। ଏହି ଇନଭାଇଟରେ ଗ୍ରୁପର ନାମ, ଗ୍ରୁପରେ ଥିବା ଅନ୍ୟ ସଦସ୍ୟ ଓ ଅନ୍ୟାନ୍ୟ ସମସ୍ତ ବିବରଣୀ ରହିଥିବ।

କିପରି ବ୍ୟବହାର କରିବେ

ହ୍ଵାଟସଅପର ଏହି ନୂଆ ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପକୁ ଅପଡେଟ କରିବାକୁ ପଡିବ। ଏହାପରେ ହ୍ଵାଟସଅପର setting ଅପ୍ସନକୁ କ୍ଲିକ କରିବାକୁ ପଡିବ। ଏଥିରେ ଥିବା account ଅପ୍ସନ ଉପରେ କ୍ଲିକ କରନ୍ତୁ ଓ privacy କ୍ଲିକ କରନ୍ତୁ। ଏହିଠାରେ ଆପଣଙ୍କୁ groupsର ଅପ୍ସନ ମିଳିବ। groupsରେ Nobody, My contact ଓ Everyone ଅପ୍ସନ ଥିବ। ଏହି ତିନି ବିକଳ୍ପ ମଧ୍ୟରୁ ଆପଣ କୌଣସି ଏକ ବିକଳ୍ପକୁ ବାଛି ପାରିବେ।

ଯଦି ଆପଣ Nobody ଅପ୍ସନ ବାଛୁଛନ୍ତି ତେବେ କୌଣସି ବି ଗ୍ରୁପରେ ସାମିଲ ହେବା ପାଇଁ ଆପଣଙ୍କୁ ଅନୁମତି ଦେବାକୁ ପଡିବ। ସେହିପରି ଯଦି My contact ଅପ୍ସନ ବାଛିବେ ତେବେ ଆପଣ ବାଛିଥିବା କଣ୍ଟାକ୍ଟ ହିଁ ଆପଣଙ୍କୁ କୌଣସି ଗ୍ରୁପରେ ସାମିଲ କରିପାରିବେ।

#mobileapp #whatsapp #invitesystem

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon