• padmabati kund

ଏହି କାରଣ ପାଇଁ ଆଇପିଏଲର ସବୁ ମ୍ୟାଚ ବିଳମ୍ବରେ ସରୁଛି : ମହମ୍ମଦ କୈଫ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ 2019ରେ  ସନ ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଗୁରୁବାର ମ୍ୟାଚ ଖେଳାଯିବ। ଏହି ମ୍ୟାଚର ପୂର୍ବ ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲର ଆସିଷ୍ଟାଣ୍ଟ କୋଚ୍ ମହମ୍ମଦ କୈଫ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ସମସ୍ତଙ୍କ ନଜରକୁ ଆଣିଛନ୍ତି। ଆଇପିଏଲରେ ଫ୍ରାଇଞ୍ଚିଜିମାନେ ଫିଲ୍ଡର ପରିବର୍ତ୍ତନର ନିୟମକୁ ଦୁର୍ବ୍ୟବହାର କରୁଛନ୍ତି ଓ ଏଥିପାଇଁ ଆଇପିଏଲର ସବୁ ମ୍ୟାଚ ବିଳମ୍ବରେ ସରୁଛି ବୋଲି ଅଭିଯୋଗ କରିଛନ୍ତି।

ମହମ୍ମଦ କୈଫଙ୍କ କହିବା ଅନୁଯାୟୀ, ଅଧିକାଂଶ ଦଳ ନିଜର ଧିମା ଫିଲ୍ଡରକୁ ବଦଳାଇ ଭଲ ଫିଲ୍ଡରଙ୍କୁ ଗ୍ରାଉଣ୍ଡକୁ ଆଣୁଛନ୍ତି। ଇନିଙ୍ଗ୍ସ ମଧ୍ୟରେ ବାରମ୍ବାର ଖେଳାଳୀ ପରିବର୍ତ୍ତନ କରାଯିବା ଦ୍ଵାରା ମ୍ୟାଚ ସରିବାରେ ମଧ୍ୟ ବିଳମ୍ବ ହେଉଛି। ଆଇପିଏଲରେ ଦଳମାନେ ଏହି ଯେଉଁ ପରିବର୍ତ୍ତନ କରୁଛନ୍ତି ତାହା ଉପରେ ଅମ୍ପାୟାରଙ୍କୁ ଧ୍ୟାନ ଦେବାକୁ ପଡିବ ବୋଲି ସେ କହିଛନ୍ତି।

ଟି20 ପରି କ୍ରିକେଟର ଛୋଟ ଫର୍ମାଟରେ ଅଳ୍ପ ସମୟର ବିଳମ୍ବ ହେବା ମଧ୍ୟ ବହୁତ ପ୍ରଭାବ ପକାଇଥାଏ। ତେଣୁ ଖେଳାଳୀଙ୍କ ପରିବର୍ତ୍ତନ ନିୟମର ଦୁର୍ବ୍ୟବହାର ରୋକିବା ପାଇଁ ଅମ୍ପାୟାରଙ୍କୁ ଧ୍ୟାନ ଦେବା ପାଇଁ କହିଛନ୍ତି। ଏଥିପାଇଁ ଉଚିତ ପଦକ୍ଷେପ ନିଆନଗଲେ ଦିଲ୍ଲୀ କ୍ୟାପିଟାଲ୍ସ ଏନେଇ ଅଭିଯୋଗ ଆଣିବ ବୋଲି ସେ କହିଛନ୍ତି।

ନିଜ ଅନ୍ତଃରାଷ୍ଟ୍ରୀୟ କ୍ୟାରିୟରରେ ଭାରତୀୟ ଦଳ ପାଇଁ ସର୍ବଶ୍ରେଷ୍ଠ ଫିଲ୍ଡର ଥିବା ମହମ୍ମଦ କୈଫ ଏହାର ଉଦାହରଣ ଦେଇ କହିଛନ୍ତି, “ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡ଼ର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କୋଲକାତାର ଆଣ୍ଡ୍ରେ ରସେଲ ଯେତେବେଳେ ବାହାରକୁ ଯାଇଥିଲେ ସେହି ସମୟରେ ରିଙ୍କୁ ସିଂ ଫିଲ୍ଦିଙ୍ଗ ପାଇଁ ଆସିଥିଲେ। ପୁଣି ପୀୟୂଷ ଚାୱଲା ନିଜର ଚାରି ଓଭର ବୋଲିଙ୍ଗ କରିବା ପରେ ରିଙ୍କୁ ସିଂ ପୁଣିଥରେ ଫିଲ୍ଦିଙ୍ଗ ପାଇଁ ଫେରି ଆସିଥିଲେ।“

ଏହାସହିତ ଆଇପିଏଲ 2019ର ଅନ୍ୟ ଏକ ମ୍ୟାଚର ଉଦାହରଣ ଦେଇ ସେ କହିଛନ୍ତି, “କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଏପରି କିଛି ଦେଖିବାକୁ ମିଳିଥିଲା। ସରଫରାଜ ଖାନଙ୍କ ଗ୍ଲୋବ୍ସରେ ବଲ୍ ଲାଗିବା ପରେ ସେ ଫିଲ୍ଦିଙ୍ଗ ପାଇଁ ଆସିନଥିଲେ। ତାଙ୍କୁ ଆଘାତ ଲାଗିଥିଲା କି ନାହିଁ  ତାହା ସ୍ପଷ୍ଟ ହୋଇନଥିଲା। ତାଙ୍କ ସ୍ଥାନରେ କରୁଣ ନାୟର ଫିଲ୍ଦିଙ୍ଗ ପାଇଁ ଆସିଥିଲେ ଓ ଲଙ୍ଗ୍ ଅନରେ ଦିଲ୍ଲୀର ବ୍ୟାଟ୍ସମ୍ୟାନ ଇନଗ୍ରାମଙ୍କର ଏହା ସଫଳ କ୍ୟାଚ ଧରିଥିଲେ।“

ଦଳମାନେ ଚତୁରତାର ସହ ଖେଳାଳୀ ବଦଳେଇବା ନିୟମର ଦୁର୍ବ୍ୟବହାର କରୁଛନ୍ତି ଯାହାକି ତାଙ୍କ ଆଖିରେ ଠିକ ନୁହେଁ ବୋଲି ସେ କହିଛନ୍ତି।

#cricket #ipl2019 #mohammadkaif

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon