• ବେତାର ବ୍ୟୁରୋ

ଘର ତିଆରି କରିବାକୁ ଯାଉଛନ୍ତି?  ଏହି 8 ବାସ୍ତୁ ନିୟମ ଜାଣି ରଖନ୍ତୁ


(ବେତାର ବ୍ୟୁରୋ) ଜ୍ୟୋତିଷ ଶାସ୍ତ୍ରରେ ବାସ୍ତୁର ବିଶେଷ ମହତ୍ତ୍ଵ ରହିଛି। ସୁଖଶାନ୍ତିରେ ଜୀବନଯାପନ କରିବା ପାଇଁ ଓ ସବୁବେଳେ ଘରେ ସମୃଦ୍ଧି ଲାଗିରହିବା ପାଇଁ ଆପଣଙ୍କ ଘର ବାସ୍ତୁ ଅନୁଯାୟୀ ହେବା ଜରୁରୀ। ଯଦି ଘରର ବାସ୍ତୁ ଠିକ ହୋଇଥାଏ ତେବେ ଘର ଉପରେ ସବୁବେଳେ ସକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ଓ ପରିବାର ସଦସ୍ୟଙ୍କ ଉପରେ ଏହାର ଶୁଭ ପ୍ରଭାବ ପକାଇଥାଏ। ସେହିପରି ଘରେ ବାସ୍ତୁ ଦୋଷ ରହିଥିଲେ ପରିବାର ସଦସ୍ୟଙ୍କୁ ଅନେକ ପ୍ରକାରର ଅସୁବିଧା ଭୋଗିବାକୁ ପଡିଥାଏ।

ତେଣୁ ଘର ତିଆରି କରିବା ସମୟରେ ବା ନୂତନ ଘର କିଣିବା ସମୟରେ ଏହାର ବାସ୍ତୁ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଘର ତିଆରି କରିବା ସମୟରେ ଓ ଘର କିଣିବା ସମୟରେ କେଉଁ କେଉଁ ବାସ୍ତୁ ନିୟମ ଉପରେ ଧ୍ୟାନ ଦେବେ ଆସନ୍ତୁ ଜାଣିବା।

.ଘରେ ପୂଜାସ୍ଥାନର ମହତ୍ତ୍ଵ ବହୁତ ଅଧିକ ରହିଥାଏ। କାରଣ ଏହି ସ୍ଥାନରୁ ସବୁଠାରୁ ଅଧିକ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ତେଣୁ ଘର ତିଆରି କରିବା ସମୟରେ କେବେବି ପୂଜାସ୍ଥାନକୁ ଶୋଇବା ଘରେ କରନ୍ତୁ ନାହିଁ। ପୂଜା ପାଇଁ ଭିନ୍ନ ଏକ କକ୍ଷ ନିର୍ମାଣ କରନ୍ତୁ ଓ ଘରର ଇଶାଣ କୋଣ (ଉତ୍ତର-ପୂର୍ବ ଦିଗ)ରେ ହିଁ ପୂଜା ଘର କରନ୍ତୁ।

.ବାସ୍ତୁ ଅନୁଯାୟୀ ଘରର ସାମ୍ନାରେ ବା ବାହାରପଟେ ସିଡି ରହିବା ଅନୁଚିତ। ଏହା ଅଶୁଭ ପ୍ରଭାବ ପକାଇଥାଏ। ତେଣୁ ଘର ତିଆରି କରିବା ସମୟରେ ଘର ସାମ୍ନାରେ ବା ବାହାରେ ସିଡି ତିଆରି କରନ୍ତୁ ନାହିଁ।

.ଆପଣଙ୍କ ଘରେ ରୋଷେଇ ଘର କେବେବି ଇଶାଣ କୋଣରେ କରନ୍ତୁ ନାହିଁ। ଏହାଦ୍ଵାରା ଆପଣଙ୍କ ପରିବାର ସଦସ୍ୟଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ଓ ସେମାନଙ୍କ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ।

.ଘର ମୁଖ୍ୟ ଦ୍ଵାରକୁ ଏପରି ତିଆରି କରନ୍ତୁ ଯେପରି ଏହାର କବାଟକୁ ଖୋଲିବା ପରେ କବାଟଟି ଭିତର ପଟକୁ ଖୋଲିବ। ବାସ୍ତୁ ଅନୁଯାୟୀ ଏହା ଶୁଭ ହୋଇଥାଏ।

.ଘରେ ଇଲେକ୍ଟ୍ରିକ ବୋର୍ଡ ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ-ପୂର୍ବ କୋଣରେ ଲଗାନ୍ତୁ। ଏହି ଦିଗରେ ସ୍ଵିଚବୋର୍ଡ ରହିବା ବହୁତ ଶୁଭ ହୋଇଥାଏ।

.ଘରର ମଧ୍ୟ ଭାଗରେ ଗାଧୋଇବା ଘରେ କରନ୍ତୁ ନାହିଁ। ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ବି ଗାଧୋଇବା ଘରେ ରଖନ୍ତୁ ନାହିଁ।

.ଘରର ମୁଖ୍ୟଦ୍ଵାର ସମ୍ମୁଖରେ ବିଜୁଳି ଖୁଣ୍ଟ କିମ୍ବା କୌଣସି ବଡ ଗଛ ନଥିବା ଉଚିତ। ବାସ୍ତୁ ଅନୁଯାୟୀ ଏପରି ହେବା ଦ୍ଵାରା ପରିବାର ସଦସ୍ୟଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।

.ନୂତନ ଘର ବା ଫ୍ଲାଟ କିଣିବା ସମୟରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ, ଘର ମୁଖ୍ୟଦ୍ଵାର ପୂର୍ବ ଇଶାଣ, ଉତ୍ତରି ଇଶାଣ ଓ ଦକ୍ଷିଣ ଆଗ୍ନେୟ କୋଣରେ ହେବା ଉଚିତ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#Vastu #vastutips #Lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon