• ବେତାର ବ୍ୟୁରୋ

ନିର୍ବାଚନ ପ୍ରଭାବ : ସାଧାରଣ ଗ୍ରାଜୁଏଟଙ୍କୁ ମାସକୁ ଟ.6,000 ଦେବ ମୋଦୀ ସରକାର


(ବେତାର ବ୍ୟୁରୋ) ନିର୍ବାଚନ ପୂର୍ବରୁ ଯୁବବର୍ଗଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ମୋଦୀ ସରକାର ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଦେଶର ଏକ ସରକାରୀ ଯୋଜନା ଅଧୀନରେ ବିଶ୍ଵବିଦ୍ୟାଳୟ ଓ କଲେଜରେ ପାଠପଢ଼ୁଥିବା ପାଞ୍ଚ ଲକ୍ଷ ଯୁବକଯୁବତୀ (ନନ ଟେକନିକାଲ)ଙ୍କୁ ବିଭିନ୍ନ କ୍ଷେତ୍ରରେ କାମ କରିବାର ସୁଯୋଗ ପ୍ରଦାନ କରାଯିବ। 2019 ଜୁଲାଇ ମାସରୁ ଏହି ଯୋଜନା ଆରମ୍ଭ କରାଯିବ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶର 1533ଟି ଅଣ ବୈଷୟିକ ବିଶ୍ଵବିଦ୍ୟାଳୟର 9.25 ଲକ୍ଷ ଛାତ୍ରଛାତ୍ରୀ ସର୍ବାଧିକ ଛଅ ମାସର ଇଣ୍ଟର୍ନସିପ୍ କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସ୍କିମ୍ ଫର ହାୟର ଏଜୁକେସନ ଫର ଆପ୍ରେଣ୍ଟିସିପ୍ ଆଣ୍ଡ୍ ସ୍କିଲସ୍ (ଶ୍ରେୟାସ) ନାମରେ ଏହି ସ୍କିମ୍ ଆରମ୍ଭ କରାଯାଇଛି।

ଏହା ହେଉଛି ଏ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ କୌଶଳ ବିକାଶ କାର୍ଯ୍ୟକ୍ରମ। ଏଥିରେ ପ୍ରତି ମାସରେ ଯୁବକଯୁବତୀଙ୍କୁ 6000 ଟଙ୍କାର ଷ୍ଟାଇପେଣ୍ଡ୍ ପ୍ରଦାନ କରାଯିବ। ଏହା ବ୍ୟତୀତ ସରକାର ପ୍ରତି ମାସରେ କିଛି ନିର୍ଦ୍ଦିଷ୍ଟ ଯୁବକଯୁବତୀଙ୍କୁ 1500 ଟଙ୍କାର ରିମ୍ବର୍ସମେଣ୍ଟ୍ ବା ଖର୍ଚ୍ଚ ବାବଦକୁ ଅର୍ଥ ପ୍ରଦାନ କରିବେ।

ଶ୍ରେୟାସ କାର୍ଯ୍ୟକ୍ରମରେ ସରକାର ଡିଗ୍ରି ପାଠ୍ୟକ୍ରମରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀଙ୍କୁ ସାମିଲ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଅଣ ବୈଷୟିକ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସମ୍ପର୍କିତ ଜ୍ଞାନ ସହିତ କାମ କରିବା ପାଇଁ ଦକ୍ଷତା ପ୍ରଦାନ କରିବା। ଏହସହିତ ସରକାର ଶୈକ୍ଷିକ ପାଠ୍ୟକ୍ରମ ରୋଜଗାରଭିତ୍ତିକ କରିବା ପାଇଁ ଚେଷ୍ଟା କରୁଛନ୍ତି।

ଫେବୃୟାରୀରୁ ଆରମ୍ଭ heithila

ଏହି ଶ୍ରେୟାସ କାର୍ଯ୍ୟକ୍ରମକୁ ତିନି ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ଆରମ୍ଭ କରାଯାଇଛି। ଭାରତରେ ଦିନକୁ ଦିନ ବଢୁଥିବା ବେରୋଜଗାରୀ ସମସ୍ୟାକୁ ଦୂର କରିବା ପାଇଁ କୌଶଳ ବିକାଶ ମନ୍ତ୍ରଣାଳୟ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଏବଂ ମାନବ ସଂସାଧନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଫେବୃୟାରୀ 27, 2019ରୁ ଏଥିପାଇଁ ଆବେଦନ ପତ୍ର ଗ୍ରହଣ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଜୀକରଣ କରିବାର ଶେଷ ତାରିଖ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଥିଲା।

ମାନବ ସଂସାଧନ ମନ୍ତ୍ରାଳୟରେ ଉଚ୍ଚ ଶିକ୍ଷା ସଚିବ ଆର.ସୁବ୍ରମଣ୍ୟମ କହିଥିଲେ ଯେ, “ଆବେଦନ କରିଥିବା ଛାତ୍ରଛାତ୍ରୀ ମୋଟ 1,533ଟି ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନର ଅଟନ୍ତି। ଏଥିରୁ ଅଧିକାଂଶ ଆବେଦନକାରୀ ଦକ୍ଷିଣ ରାଜ୍ୟ ଓ ମହାରାଷ୍ଟ୍ରର ଅଟନ୍ତି।“

ଏହି ଯୋଜନା ଅନୁସାରେ ଯୁବଗୋଷ୍ଠୀମାନଙ୍କୁ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ଚାକିରୀ ପ୍ରଦାନ କରାଯିବ ଓ ରୋଜଗାର ପାଇଁ ପ୍ରଥୀମାନଙ୍କୁ ନୂତନ ଅବସର ମଧ୍ୟ ମିଳିବ। କେନ୍ଦ୍ର ସରକାରଙ୍କ ଦ୍ଵାରା ଯୁବଗୋଷ୍ଠୀଙ୍କୁ ଏଥିରେ ପ୍ଲେସମେଣ୍ଟ ଦିଆଯିବ ଓ 2022ମସିହା ମଧ୍ୟରେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ଶେଷ ହୋଇଯିବ ସେମାନଙ୍କୁ ରୋଜଗାର ଦିଆଯିବ।

#jobs #modigovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon