• ବେତାର ବ୍ୟୁରୋ

ନିଯୁକ୍ତି ବେତାର : ଆଇଡିବିଆଇ ବ୍ୟାଙ୍କରେ 500 ଆସିଷ୍ଟାଣ୍ଟ ମ୍ୟାନେଜର ପଦ


(ବେତାର ବ୍ୟୁରୋ) ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ (IDBI) ତରଫରୁ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ଭାରତୀୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ବ୍ୟାଙ୍କିଙ୍ଗ ସେକ୍ଟରରେ ଚାକିରୀ କରିବା ପାଇଁ ଆଶାୟୀ ଥିବା ଯୋଗ୍ୟ grajuet ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏପ୍ରିଲ 15 ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷା ମେ’ 17, 2019ରେ ହେବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 500ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଅନୁସୂଚିତ ଜାତି ପାଇଁ 75ଟି ପଦ, ଆଦିବାସୀ ବର୍ଗଙ୍କ ପାଇଁ 37ଟି ପଦ, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ 135ଟି ପଦ ଓ ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ନିମନ୍ତେ 25ଟି ପଦବୀ ସଂରକ୍ଷିତ ରଖାଯାଇଛି । ଏହି ପଦବୀମାନଙ୍କ ମଧ୍ୟରୁ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗମାନଙ୍କ ପାଇଁ 15ଟି ପଦବୀ ସଂରକ୍ଷିତ ରହିଛି ।

ଦରମା

ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେଇଥିବା ପ୍ରାର୍ଥୀଙ୍କୁ ମାସିକ ମୂଳ ଦରମା ଟ.23, 700 ହେଇଥିବା ବେଳେ ଏହା ସହିତ ସେମାନଙ୍କୁ ମହଙ୍ଗା ଭତ୍ତା, ଘର ଭଡା ଓ ଅନ୍ୟାନ୍ୟ ଅଲାଓନ୍ସ ବାବଦକୁ ମଧ୍ୟ ଅର୍ଥ ମିଳିବ । ମେଟ୍ରୋ ସେଣ୍ଟର ପାଇଁ ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ-A) ପ୍ରାର୍ଥୀଙ୍କୁ ମାସିକ ଟ.60,000 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ମାର୍ଚ୍ଚ 1, 2019 ସୁଦ୍ଧା ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ। ସେହିପରି ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ, ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଆଇଡିବିଆଇ ବ୍ୟାଙ୍କର ଏହି ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଗ୍ରାଜୁଏସନରେ 60%ରୁ ଅଧିକ ମାର୍କ ରଖିଥିବା ଜରୁରୀ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀ ଗ୍ରାଜୁଏସନରେ 55%ରୁ ଅଧିକ ମାର୍କ ରଖିଥିବା ଜରୁରୀ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.700 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି, ଆଦିବାସୀ ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ ଟ.150 ଦେବାକୁ ପଡିବ। ଏହାକୁ ଅନଲାଇନରେ ପଇଠ କରିପାରିବେ। ଅନଲାଇନରେ ଆବେଦନ ଫି’ ପଇଠ କରିବାର ଶେଷ ତାରିଖ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ରହିଛି।

ପରୀକ୍ଷା ପଦ୍ଧତି

ଏହି ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷାରେ ମୋଟ 200 ମାର୍କର ପରୀକ୍ଷା କରାଯିବ ଓ 2ଘଣ୍ଟା ସମୟ ଦିଆଯିବ। ପରୀକ୍ଷାରେ ଚାରିଟି ଭୁଲ ଉତ୍ତର ପାଇଁ ଏକ ମାର୍କ କଟାଯିବ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ IDBI ବ୍ୟାଙ୍କର ଅଫିସିଆଲ ୱେବସାଇଟ www.idbi.com ରେ ଲଗଇନ କରନ୍ତୁ। ଏହାପରେ ‘CAREERS’ ଅପ୍ସନ ଉପରେ କ୍ଲିକ କରି “Recruitment of Assistant Manager - 2019” ଲିଙ୍କ ଉପରେ କ୍ଲିକ କରନ୍ତୁ। ଏହାପରେ ‘APPLY ONLINE” ଉପରେ କ୍ଲିକ କରି ସମସ୍ତ ଅବାଶ୍ୟକୀୟ ତଥ୍ୟ ପୂରଣ କରି ଆବେଦନ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ IDBI ବ୍ୟାଙ୍କର ଅଫିସିଆଲ ୱେବସାଇଟ www.idbi.com ରେ ଲଗଇନ କରନ୍ତୁ।

#jobs #bankjob #IDBIbank

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon