• padmabati kund

ଟିମ୍ କୁ ସମାଲୋଚିତ କରିଥିବାରୁ RCB ଫ୍ୟାନ କମେଣ୍ଟେଟରଙ୍କୁ ଦେଲେ ମୃତ୍ୟୁ ଧମକ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ 2019ରେ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଟି ମ୍ୟାଚ ଖେଳିଛି ଓ ସମସ୍ତ ମ୍ୟାଚରେ ପରାଜୟରେ ସାମ୍ନା କରିଛି। ବାଙ୍ଗାଲୋର ଦଳର ବାରମ୍ବାର ପରାଜୟରେ ଫ୍ୟାନମାନେ ମଧ୍ୟ ନିରାଶ ଓ ଚିନ୍ତିତ ଅଛନ୍ତି। ଏପରି ସମୟରେ ବାଙ୍ଗାଲୋରର ଜଣେ ଫ୍ୟାନ ନ୍ୟୁଜିଲାଣ୍ଡର ପୂର୍ବ କ୍ରିକେଟର ତଥା କମେଣ୍ଟେଟର ସାଇମନ ଡୁଲଙ୍କୁ ସୋସିଆଲ ମିଡିଆରେ ଜୀବନରୁ ମାରିବାର ଧମକ ଦେଇଛନ୍ତି।  

ବାଙ୍ଗାଲୋର ଦଳର ଖରାପ ପ୍ରଦର୍ଶନ କାରଣରୁ ଦଳକୁ ପୂର୍ବ କ୍ରିକେଟର ତଥା ସମୀକ୍ଷକଙ୍କ ଆଲୋଚନାର ଶିକାର ହେବାକୁ ପଡୁଛି। ରାଜସ୍ଥାନ ରୟାଲ୍ ବିପକ୍ଷ ମ୍ୟାଚରେ ମଧ୍ୟ ବାଙ୍ଗାଲୋର ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚ ସମୟରେ ସାଇମନ ଡୁଲଙ୍କ କୌଣସି ଟିପ୍ପଣୀ ଉପରେ ବାଙ୍ଗାଲୋର ଫ୍ୟାନ ରାଗିଯାଇଥିଲେ ଓ ସାଇମନ ଡୁଲଙ୍କୁ ମେସେଞ୍ଜରରେ ଧମକପୂର୍ଣ୍ଣ ମେସେଜ କରିଥିଲେ।

ଏହି ଧମକପୂର୍ଣ୍ଣ ମେସେଜର ଏକ ସ୍କ୍ରିନସଟ୍ ସାଇମନ ଡୁଲ ନିଜ ଟ୍ଵିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ଉକ୍ତ ଫ୍ୟାନ ଜଣକ ଧମକ ଦେଇ ଲେଖିଛନ୍ତି ଯେ, “ତୁମେ ଯାହା କହୁଛ ଭାବିଛିନ୍ତି କୁହ। ବାଙ୍ଗାଲୋର ଦଳ ବିରୁଦ୍ଧରେ କେବେବି କମେଣ୍ଟ କରିବେ ନାହିଁ। ଯଦି ପୁଣି କେବେ ଏମିତି କର ତେବେ ତୁମକୁ ଜୀବନରୁ ମାରି ଦିଆଯିବ।“

ସାଇମନ ଏହି ଧମକପୂର୍ଣ୍ଣ ମେସେଜର ସ୍କ୍ରିନସଟ୍ ଶେୟାର କରିବା ସହିତ ସେ ଲେଖିଛନ୍ତି ଯେ, “ଧର୍ମିଶ ମୋ କଥାରେ ଖୁସି ନାହାନ୍ତି। ମତେ ଜଣାନାହିଁ ଯେ, ମୁଁ ଏମିତି କଣ କହିଛି, ଯାହାପାଇଁ ମତେ ଜୀବନରୁ ମାରିବାର ଧମକ ଦିଆଯାଉଛି। ଏହା କେବଳ ଏକ କ୍ରିକେଟ ଖେଳ ଅଟେ। ଶାନ୍ତ ହୋଇଯାଅ।“

ନ୍ୟୁଜିଲାଣ୍ଡର ଏହି ପୂର୍ବ କ୍ରିକେଟର ସାଇମନ ଡୁଲ ସମ୍ମାନିତ କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି। ଦୀର୍ଘ ଦିନରୁ  ସେ କମେଣ୍ଟ୍ରୀ କରୁଛନ୍ତି ଓ କ୍ରିକେଟ ଫ୍ୟାନମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି।

ଆଇପିଏଲର ପୂର୍ବ ସିଜିନ ପରି ଚଳିତ ସିଜିନରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଭଲ ପ୍ରଦର୍ଶନ କରିପାରିନାହିଁ। ଏହି ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ଚାରିଟି ମ୍ୟାଚରେ ବାଙ୍ଗାଲୋରର ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ଗୋଟିଏ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଖରାପ ରହିବା ବେଳେ ଅନ୍ୟ ମ୍ୟାଚରେ ବୋଲରଙ୍କ ପ୍ରଦର୍ଶନ ଖରାପ ରହୁଛି। ଏହାସହିତ ବାଙ୍ଗାଲୋର ଦଳର ବ୍ୟାଟିଙ୍ଗ ଓ ବୋଲିଙ୍ଗ ବିଭାଗରେ ତାଳମେଳ ମଧ୍ୟ ସମାନ ରହୁନାହିଁ। ଏଥିପାଇଁ ଦଳ ବର୍ତ୍ତମାନ ଆଇପିଏଲ ପଏଣ୍ଟ ଟେବୁଲରେ ସର୍ବନିମ୍ନ ସ୍ଥାନରେ ରହିଛି।

#cricket #ipl2019 #simondoull #rcbfan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon