• padmabati kund

ଶିଶୁର ଆତ୍ମବିଶ୍ଵାସ କମ୍ ରହୁଛି ? ଆପଣାନ୍ତୁ ଏହି 5 ଟିପ୍ସ


(ବେତାର ବ୍ୟୁରୋ) ଛୋଟପିଲାଙ୍କ ହୃଦୟ ବହୁତ କୋମଳ ହୋଇଥାଏ, ଏଥିପାଇଁ ସେମାନଙ୍କର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ। ପିଲାବେଳେ ଶିଖୁଥିବା ସମସ୍ତ କଥା ସାରା ଜୀବନ ପାଇଁ ସେମାନଙ୍କ ମନରେ ରହିଯାଇଥାଏ। କିଛି ପିଲାଙ୍କ ଭିତରେ ଛୋଟବେଳୁ ହିଁ ଆତ୍ମବିଶ୍ଵାସ ଭରି ହୋଇ ରହିଥାଏ ମାତ୍ର କିଛି ପିଲାଙ୍କର ଭିତରେ ଆତ୍ମବିଶ୍ଵାସ ଏତେ କମ ରହିଥାଏ ଯେ ଏହା ସେମାନଙ୍କର ସାରା ଜୀବନକୁ ପ୍ରଭାବିତ କରିଥାଏ। ଏପରି ସମୟରେ ଛୋଟବେଳୁ ହିଁ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢେଇବା ପିତାମାତାଙ୍କର ପ୍ରଥମ କର୍ତ୍ତବ୍ୟ ଅଟେ।

ପିଲାମାନେ ଛୋଟବେଳୁ ପିତାମାତାଙ୍କର କଥା ଯେତେ ଶୁଣିଥାନ୍ତି ଓ ମାନିଥାନ୍ତି, ସେତିକି କଥା ଆଉ କାହାର ଶୁଣିନଥାନ୍ତି। ତେଣୁ ନିଜ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ପାଇଁ ପିତାମାତାଙ୍କୁ କଣ କରିବାକୁ ପଡିବ ଆସନ୍ତୁ ଜାଣିବା।

୧.ପ୍ରଶଂସା କରନ୍ତୁ: ଯଦି ଆପଣଙ୍କୁ ଏପରି ଅନୁଭବ ହେଉଛି ଯେ, ଆପଣଙ୍କ ପିଲା ମଧ୍ୟରେ କମ ଆତ୍ମବିଶ୍ଵାସ ରହିଛି ତେବେ ଆପଣ ନିଜ ପିଲାର ପ୍ରଶଂସା କରନ୍ତୁ। କିଛି ଛୋଟ କାମ କଲେ ମଧ୍ୟ ଆପଣ ତାଙ୍କର ପ୍ରଶଂସା କରନ୍ତୁ। ଏହାଦ୍ୱାରା ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ପାଇଥାଏ ଓ ସମସ୍ତ କାମକୁ ଆଗ୍ରହର ସହିତ କରିଥାନ୍ତି।

୨.କଥାବାର୍ତ୍ତା କରନ୍ତୁ: ପିଲାମାନଙ୍କ ସହିତ ସବୁବେଳେ କଥାବାର୍ତ୍ତା କରିବା ଦ୍ଵାରା ମଧ୍ୟ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ପାଇଥାଏ। ପିଲାଙ୍କ ସହ ଏମିତି କୌଣସି ବିଷୟରେ କଥା ହୁଅନ୍ତୁ ଯେଉଁ କଥାରେ ପିଲାମାନେ ଆଗ୍ରହ ବା ରୁଚି ରଖୁଥିବେ। ଏହାଦ୍ଵାରା ସେମାନେ କଥାକୁ ସହଜରେ ବୁଝିପାରିବେ।

୩.ଭୁଲ କଲେ ଗାଳି ନ କରି ବୁଝାନ୍ତୁ : ଛୋଟପିଲାଙ୍କ ଦ୍ଵାରା ଅନେକ କିଛି ଭୁଲ କାମ ହୋଇଯାଇଥାଏ। ଏପରି ସମୟରେ ଭୁଲ କାମ କରିଥିବା ଯୋଗୁଁ ପିଲାଙ୍କୁ ଗାଳିଦେବା ଦ୍ଵାରା ପିଲାମାନଙ୍କ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ ଓ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ କମ ହୋଇଯାଇଥାଏ। ତେଣୁ ଆପଣଙ୍କ ପିଲା କିଛି ଭୁଲ କାମ କଲେ ତାଙ୍କୁ ଗାଳି ନଦେଇ ଭଲ ଭାବରେ ବୁଝାନ୍ତୁ। ଯେପରି ସେ ଆଗକୁ ଏପରି ଭୁଲ କରିବେ ନାହିଁ।

୪.ପ୍ରୋତ୍ସାହିତ କରନ୍ତୁ: ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢାଇବା ପାଇଁ ତାଙ୍କୁ ସମସ୍ତ ଛୋଟ ବଡ କାମ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଯେକୌଣସି କାମ କରିବା ପାଇଁ ଆତ୍ମବିଶ୍ଵାସ ବହୁତ ଜରୁରୀ ବୋଲି ତାଙ୍କୁ ବୁଝାନ୍ତୁ।

୫.କୌଣସି ମହାନ ବ୍ୟକ୍ତିତ୍ଵଙ୍କର ଉଦାହରଣ ଦିଅନ୍ତୁ: ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢାଇବା ପାଇଁ ତାଙ୍କୁ ଦେଶ ଓ ଦୁନିଆର ମହାନ ବ୍ୟକ୍ତିତ୍ଵ ମାନଙ୍କର ଉଦାହରଣ ଦେଇ ବୁଝାନ୍ତୁ। ସେମାନଙ୍କର ଜୀବନ କାହାଣୀ ଓ ସଂଘର୍ଷ ବିଷୟରେ ଶୁଣିବା ପରେ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ପାଇଥାଏ ଓ ପିଲାମାନେ ଠିକ ସେହି ବ୍ୟକ୍ତିଙ୍କ ପରି ହେବା ପାଇଁ ଚେଷ୍ଟା କରିଥାନ୍ତି।

#lifestyle #relationship #parenting

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon