• ବେତାର ବ୍ୟୁରୋ

ୱେବ୍ ସିରିଜ ସମୀକ୍ଷା : ସସପେନ୍ସଫୁଲ୍ ‘କ୍ରିମିନାଲ ଜଷ୍ଟିସ’ ଓ ମଜାଦାର ରୋଡ ଟ୍ରିପ ‘ଟ୍ରିପଲିଂ 2’


(ବେତାର ବ୍ୟୁରୋ) ଶୁକ୍ରବାର କେବଳ ଆଉ ଫିଲ୍ମ ରିଲିଜର ଦିନ ହେଇ ରହିନାହିଁ । ଅନେକ ଫିଲ୍ମ ନିର୍ମାତାମାନେ ୱେବସିରିଜ ମଧ୍ୟ ଶୁକ୍ରବାରରେ ରିଲିଜ କରିବାକୁ ପସନ୍ଦ କରୁଛନ୍ତି । ଚଳିତ ଶୁକ୍ରବାର ଦୁଇଟି ୱେବସିରିଜ ରିଲିଜ ହେଇଯାଇଛି । ସେଗୁଡିଲା ହେଲା ‘କ୍ରିମିନାଲ ଜଷ୍ଟିସ’ ଓ ‘ଟ୍ରିପଲିଂ 2’ । ‘କ୍ରିମିନାଲ ଜଷ୍ଟିସ’ ହଟଷ୍ଟାରରେ ରିଲିଜ ହେଇଥିବା ବେଳେ, ଟିଭିଏଫ ଆପ ଓ ଏହାର ୱେବ୍ସାଇଟରେ ମୁକ୍ତିଲାଭ କରିଛି ଭାଇ-ଭଉଣୀଙ୍କ ସମ୍ପର୍କକୁ ନେଇ ‘‘ଟ୍ରିପଲିଂ 2’ । ଦୁଇଟି ଯାକ ଭିନ୍ନ ଭିନ୍ନ କାହାଣୀ ହେଇଥିଲେ ହେଁ ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଏହା ଭାରତର ଦର୍ଶକମାନଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେଇସାରିଛି ଓ ସୋସିଆଲ ମିଡିଆରେ ଏ ନେଇ ଅନେକ ଚର୍ଚ୍ଚା ମଧ୍ୟ ଚାଲିଛି ।

‘କ୍ରିମିନାଲ ଜଷ୍ଟିସ: ଜ୍ୟାକି ଶ୍ରଫ, ପଙ୍କଜ ତ୍ରିପାଠୀଙ୍କ ଦମଦାର ଅଭିନୟ

ଜଣେ ପେଷାଦାର କାର ଡ୍ରାଇଭର ଏକୁଟିଆ ମହିଳା ଯାତ୍ରୀଙ୍କୁ ଘରକୁ ଛାଡିବାକୁ ଯାଇ ତାଙ୍କ ସହିତ କିଛି ସମୟ ରୋମାଣ୍ଟିକ ମୂହୁର୍ତ୍ତ ବିତାଇଛନ୍ତି ଓ ପର କ୍ଷଣରେ ଉକ୍ତ ମହିଳାଙ୍କ ରକ୍ତ ଜୁଡୁବୁଡୁ ଲାଶ୍ ସେହି ବେଡରୁମରେ ମିଳିଛି । ଏମିତି ଘଟଣାରୁ ଆରମ୍ଭ ହେଇଛି ଭିଡିଓ ଆପ ହଟଷ୍ଟାରର ନୂଆ ଅନୁସନ୍ଧାନମୂଳକ ୱେବ ସିରିଜ ‘କ୍ରିମିନାଲ ଜଷ୍ଟିସ’ । ଏଠାରେ ପଙ୍କଜ ତ୍ରିପାଠୀ ଏକ ଲୋଭୀ ଓକିଲ ଭୂମିକାରେ ଅଭିନୟ କରିଥିବା ବେଳେ ଜ୍ୟାକି ଶ୍ରଫ ତାଙ୍କର ପ୍ରଥମ ୱେବସିରିଜରେ ଏକ ଗୁଣ୍ଡା ଭୂମିକରେ ନିଖୁଣ ଅଭିନୟ କରିଛନ୍ତି । ବିଭିନ୍ନ ସମୀକ୍ଷକଙ୍କ ମତରେ ଏହାର ଏକ ଉନ୍ନତ ଧାରଣର କ୍ରାଇମ ପାଟ୍ରୋଲ ସିରିଏଲ ଭଳି ଶୁଟିଙ୍ଗ ହେଇଛି ଓ ଯେଉଁମାନେ ଏଭଳି ଶୋ’ ପସନ୍ଦ କରୁଥିବେ ସେମାନେ ମୂଳରୁ ଶେଷ ଯାଏଁ ନ ଦେଖି ରହିପାରିବେନି ।

କିପରି ଦେଖିବେ : ହଟଷ୍ଟାର ଆପ୍, ହଟଷ୍ଟାର ୱେବସାଇଟ

ଏପିସୋଡ ସଂଖ୍ୟା : 10

ଦେୟ : ପ୍ରଥମ ଏପିସୋଡ (କୌଣସି ଦେୟ ନାହିଁ), ଅନ୍ୟାନ୍ୟ ଏପିସୋଡ (ହଟଷ୍ଟାର ଭିଆଇପି ମେମ୍ବର : ବାର୍ଷିକ 365 ଟଙ୍କା)

‘‘ଟ୍ରିପଲିଂ 2’ “ ସୁମିତ ବ୍ୟାସ, ଅମୋଲ ପରାଶରଙ୍କ କମେଡି ଚମତ୍କାର

ଜଣେ ସୁପ୍ରସିଦ୍ଧ ଲେଖକ, ତାଙ୍କ ବାଳୁଙ୍ଗା ସାନ ଭାଇ, ରାଜସ୍ଥାନ ରାଜପରିବାରରେ ବିବାହ କରିଥିବା ତାଙ୍କ ଭଉଣୀ, ତାଙ୍କ ନିଖୋଜ ହେଇଥିବା ଭିଣୋଇ ଭଳି କିଛି ଘଟଣା ଓ ତା’ ସହିତ କାରରେ ଲମ୍ବାଯାତ୍ରାର ରୋଡ ଟ୍ରିପକୁ ନେଇ ‘ଦି ଭାଇରାଲ ଫିଭର (TVF)’ ତରଫରୁ ଆରମ୍ଭ ହେଇଛି ନୂଆ ଏକ ୱେବସିରିଜ। ଏହିଭଳି ଏକ ସଫଳ କାହାଣୀକୁ ନେଇ ଆରମ୍ଭ ହେଇଥିବା ପ୍ରଥମ ସିଜିନ ‘ଟ୍ରିପଲିଂ’ର ଦ୍ଵିତୀୟ ଭାଗ ଶୁକ୍ରବାର ରିଲିଜ ହେଇସାରିଛି । ତେବେ ଗତଥର ଭଳି ଏଥର ମଧ୍ୟ ରୋଡ ଟ୍ରିପରେ ଜୟପୁର ସହିତ ଲକ୍ଷ୍ନୌ, କଲିକତା ଇତ୍ୟାଦି ସହରରେ ଶୁଟିଙ୍ଗ କରାଯାଇଛି । ଭିଣୋଇ ଖୋଜା ଅଭିଯାନରେ କିଭଳି ପରିସ୍ଥିତି ସୃଷ୍ଟି ହେଇଛି ଓ କିଭଳି ମଜାଳିଆ ଢଙ୍ଗରେ କାହାଣୀ ଆଗକୁ ବଢିଛି, ତାହା ଏହି କାହାଣୀର ବିଷୟ ବସ୍ତୁ । ଉଭୟ ମୁଖ୍ୟ କଳାକାରଙ୍କ ଚମତ୍କାର ଅଭିନୟ ଓ କମେଡି ଦୃଶ୍ୟ ଦର୍ଶକମାନଙ୍କୁ ମୂଳରୁ ଶେଷ ଯାଏଁ ବାନ୍ଧି ରଖିବ ବୋଲି କିଛି ସମୀକ୍ଷକ ଲେଖିଛନ୍ତି ।

କିପରି ଦେଖିବେ : TVF ଆପ୍, TVFplay ୱେବସାଇଟ, SonyLiv ଆପ୍ ଓ ୱେବସାଇଟ

ଏପିସୋଡ ସଂଖ୍ୟା : 5

ଦେୟ : କୌଣସି ଦେୟ ନାହିଁ

#webseiries #entertainment #mobileapp

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon