• padmabati kund

ଇନଷ୍ଟାଗ୍ରାମରେ କାଟ୍ରିନା ସବୁଠୁ ଆଗରେ; ଫ୍ୟାନ ସଂଖ୍ୟା  2 କୋଟି


(ବେତାର ବ୍ୟୁରୋ) ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ବଲିଉଡ ଇଣ୍ଡଷ୍ଟ୍ରୀର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ନିଜର ଅଭିନୟ ପାଇଁ ସେ ବେଶ ଲୋକପ୍ରିୟ। ସୋସିଆଲ ମିଡିଆରେ ମଧ୍ୟ କାଟ୍ରିନା କୈଫଙ୍କର ବହୁତ ବଡ ଫ୍ୟାନ ଫଲୋଇଙ୍ଗ ଅଛନ୍ତି, ଯାହାକି ବର୍ତ୍ତମାନ ଆହୁରି ଅଧିକ ବଢିଯାଇଛି। ଏମିତି ଦେଖିବାକୁ ଗଲେ କାଟ୍ରିନା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିନଥାନ୍ତି ମାତ୍ର ବର୍ତ୍ତମାନ ଇନଷ୍ଟାଗ୍ରାମରେ ତାଙ୍କର ଫ୍ୟାନ ସଂଖ୍ୟା ୨୦ମିଲିୟନ ଅର୍ଥାତ ୨କୋଟିରୁ ଅଧିକ ହୋଇଯାଇଛି।

ଇନଷ୍ଟାଗ୍ରାମରେ ଏହି ଫ୍ୟାନ ସଂଖ୍ୟା କେବଳ ଦୁଇବର୍ଷ ମଧ୍ୟରେ ହିଁ ସେ ହାସଲ କରିପାରିଛନ୍ତି। ମାତ୍ର ଦୁଇବର୍ଷ ମଧ୍ୟରେ ଅନ୍ୟ କୌଣସି ଭାରତୀୟ ସେଲିବ୍ରିଟି ତୁଳନାରେ ସେ ଏତେ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ଫ୍ୟାନ ଫଲୋଇଙ୍ଗ ହାସଲ କରିପାରିchhanti। କାଟ୍ରିନା କୈଫ ନିଜର ପ୍ରତିଦ୍ଵନ୍ଦୀଙ୍କ ତୁଳନାରେ ଅଧାରୁ କମ ସମୟ ମଧ୍ୟରେ ଏହି ସଫଳତା ପାଇପାରିଛନ୍ତି।

ଇନଷ୍ଟାଗ୍ରାମରେ ଏତେ ମାତ୍ରାରେ ଫ୍ୟାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସେ ବହୁତ ଖୁସି ଅଛନ୍ତି ଓ ନିଜ ଶୈଳୀରେ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିପାଇଁ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଓ ଏଥିରେ ସମୁଦ୍ରକୂଳରେ ଦୌଡି ଦୌଡି ଖୁସି ହୋଇ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛନ୍ତି।

କେବଳ ଜଣେ ଭାରତୀୟ ସେଲିବ୍ରିଟି ଭାବରେ ନୁହେଁ, ଇନଷ୍ଟାଗ୍ରାମର ଅନ୍ୟ ପୁରୁଷ ସୁପରଷ୍ଟାରଙ୍କ ତୁଳନାରେ ମଧ୍ୟ ସେ ୨୦ମିଲିୟନ ଫ୍ୟାନ ବହୁତ କମ ସମୟରେ ପାଇଛନ୍ତି।

ଏହାପୂର୍ବରୁ ଇନଷ୍ଟାଗ୍ରାମରେ ୫ମିଲିୟନ ଫ୍ୟାନ ଫଲୋଇଙ୍ଗ ପାଇବାରେ କାଟ୍ରିନାଙ୍କୁ ବହୁତ କମ ସମୟ ଲାଗିଥିବା। ଇନଷ୍ଟାଗ୍ରାମ ବ୍ୟବହାର କରିବାର ୪ମାସ ୧୭ଦିନରେ ତାଙ୍କର ୫ମିଲିୟନ ଫ୍ୟାନ ପୁରା ହୋଇଯାଇଥିଲେ। ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ କାଟ୍ରିନା ବହୁତ କମ ସମୟ ମଧ୍ୟରେ ଏହି ଉପଲବ୍ଧି ପାଇଥିଲେ। ବଲିଉଡର ଅନ୍ୟ ଅଭିନେତ୍ରୀ କାଟ୍ରିନାଙ୍କ ଠାରୁ ଦୁଇବର୍ଷ ଆଗରୁ ଇନଷ୍ଟାଗ୍ରାମର ବ୍ୟବହାର କରୁଥିଲେ ମଧ୍ୟ କାଟ୍ରିନାଙ୍କ ଫ୍ୟାନ ଫଲୋଇଙ୍ଗ ସଂଖ୍ୟା ଖୁବ ଦ୍ରୁତ ଗତିରେ ବଢିଛି।

କାଟ୍ରିନାଙ୍କୁ ଶେଷଥର ପାଇଁ ଶାହରୁଖ ଖାନଙ୍କ ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ସେତେଟା ସୁପରହିଟ ହୋଇନଥିଲେ ମଧ୍ୟ  କାଟ୍ରିନାଙ୍କ ଅଭିନୟକୁ ଏଥିର ସମସ୍ତେ ପ୍ରଶଂସା କରିଥିଲେ। ଏହାପରେ କାଟ୍ରିନାଙ୍କୁ ସଲମାନ ଖାନଙ୍କ 'ଭାରତ'ରେ ଦେଖିବାକୁ ମିଳିବ। ଫିଲ୍ମର ସୁଟିଙ୍ଗ ଶେଷ ହୋଇସାରିଛି ଓ ଫିଲ୍ମଟି ଚଳିତ ବର୍ଷ ଇଦ୍ ଅବସରରେ ରିଲିଜ କରାଯିବ।

#entertainment #bollywood #katrinakaif

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon