• ବେତାର ଷ୍ଟାଫ ଲେଖକ

ପ୍ରତିଶୃତିରେ ପୋତିଲା ବିଜେପି : ଯୁବକଙ୍କୁ ସ୍ମାର୍ଟଫୋନ, ପୂଜାରୀଙ୍କୁ ମାସିକ ଟ.1000


(ବେତାର ବ୍ୟୁରୋ) ଓଡ଼ିଶାରେ କ୍ଷମତାକୁ ଆସିଲେ ବିଜେପି ଅନେକ ପରିବର୍ତ୍ତନ କରିବା ବୋଲି ପ୍ରତିଶ୍ରୁତି ଦେଇଛି, ଯାହା ବିଶେଷ ପୁରୁଣା ନ ହେଲେ ବି ନୂଆ ନୁହେଁ। ରବିବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ଏହାର ନିର୍ବାଚନୀ ଇସ୍ତାହାର 'ପ୍ରତିଶ୍ରୁତି ପତ୍ର' ଉନ୍ମୋଚିତ କରିଛି। ଏଥିରେ ଥିବା ପ୍ରତିଶ୍ରୁତି ମୁତାବକ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଅନେକ ଆକର୍ଷଣୀୟ ସ୍କିମ ଲାଗୁ କରାଯିବାର ଯୋଜନା ରହିଛି। ଯୁବବର୍ଗଙ୍କୁ ପ୍ରୋତ୍ସାହନ : ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି/ଆତ୍ମନିଯୁକ୍ତି ସୁବିଧା । ୨ ବର୍ଷ ଭିତରେ ରାଜ୍ୟରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣକୁସୁନିଶ୍ଚିତ କରିବୁ ।ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ଜ୍ଞାନ ନଗରୀ ସ୍ଥାପନ । କେଜି ଠାରୁ ପିଜି ପର୍ଯ୍ୟନ୍ତ ସମସ୍ତ ସରକାରୀ ସଂସ୍ଥା ଗୁଡିକରେ ଉତମ ଗୁଣାତ୍ମକ ମାଗଣା ଶିକ୍ଷା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବି.ଇଡି. କଲେଜ ପ୍ରତିଷ୍ଠିତ ହେବ ।ଏହା ସହିତ ରାଜ୍ୟର ଗରିବ ଯୁବକଙ୍କୁ ଏକ ସ୍ମାର୍ଟ ଡିଭାଇସ ପ୍ରଦାନ କରାଯିବାର ଘୋଷଣା ରହିଛି। ଧର୍ମକୁ ପ୍ରାଥମିକତା :ପୁରୀକୁ ଦେଶର ଧାର୍ମିକ ରାଜଧାନୀ ଭାବରେ ବିକଶିତ କରାଯିବ । ‘ପୂଜାରୀ ବନ୍ଧୁ’ ଯୋଜନାରେ ଆଦିବାସୀ ପୂଜାସ୍ଥଳ ସମେତ ଧାର୍ମିକ ସ୍ଥଳର ପୂଜକଙ୍କ ପାଇଁ ମାସିକ ୧୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଗାଁ ଉପରେ ନଜର ଅଙ୍ଗନୱାଡିକର୍ମୀଙ୍କ ମାସିକଭତ୍ତା ୧୫୦୦୦ ଟଙ୍କା ଏବଂ ହେଲଫରମାନଙ୍କର ଭତା ୯୦୦୦ ଟଙ୍କାକୁ ବୃଦ୍ଧି ହେବ। ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ମାଧ୍ୟମରେ ଜଳସେଚନକୁ ବିସ୍ତାର । ଚାଷ ଜମିକୁ ୮ ଘଂଟିଆ ବିନା ବିଜୁଳି କାଟରେ ନିରନ୍ତର ବିଜୁଳି ଯୋଗାଣ । କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରତ୍ୟେକ ଉପଯୁକ୍ତ ଫସଲକୁ ଏମ୍ଏସ୍ପି ଭାବରେ ୧.୫ ଗୁଣା ମୁଲ୍ୟ ପ୍ରଦାନ । ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ)ର ୧୦୦% କ୍ରିୟାନ୍ୱୟନ । ଚାଷୀଙ୍କୁ ‘ଚାଷୀ ସମ୍ମାନ କାର୍ଡ’ ଯାହା ସେମାନଙ୍କୁ ସରକାରୀ ସୁବିଧା ସୁନିଶ୍ଚିତ କରାଇବ । ୬୦ ବର୍ଷ ବୟସ ପାର ହେବାପରେ କୃଷି ଶ୍ରମିକ, ଭୂମିହୀନ କୃଷକ, ଭାଗଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନସନ୍ ପ୍ରଦାନ।

#Modi #BJP #Odisha #Odia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon