• ବେତାର ଷ୍ଟାଫ ଲେଖକ

ଇସ୍ତାହାର ରାଜନୀତି : ବିଜେଡି ଫୋକସରେ ମହିଳା; ବିଜେପିର ଯୁବକ,ବ୍ୟବସାୟୀ


(ବେତାର ବ୍ୟୁରୋ) ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଥିବା ବେଳେ ରାଜନୈତିକ ଦଳଗୁଡିକ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଘୋଷଣା କରି ଇସ୍ତାହାର ପ୍ରକହିଷ୍ଟ କରୁଛନ୍ତି । ତେବେ କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ଓ ରାଜ୍ୟରେ ସରକାର କରିଥିବା ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ରୁ ସେମାନଙ୍କ ପ୍ରଥମିକତାରେ କେଉଁ ଶ୍ରେଣୀର ଭୋଟର ରହିଛନ୍ତି ତାହା ସହଜରେ ବାରି ହେଉଛି ।

ବିଜେଡିର ମହିଳା ଭରସା

ସୋମବାର ଦିନ ପଶ୍ଚିମ ଓଡିଶାର କୋମନାରେ ଏକ ସଭାରେ ବିଜୁ ଜନତା ଦଳ ମୁଖ୍ୟ ନବୀନ ପଟ୍ଟନାୟକ ନିଜ ଦଳର 2019 ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରି କହିଥିଲେ ବିଜେଡ଼ି କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ବୀମା ରାଶି ଲକ୍ଷ ବଦଳରେ ୧୦ ଲକ୍ଷ ପ୍ରଦାନ କରାଯିବ । ଏହାବ୍ୟତୀତ ସେ ଏକଥା ମଧ୍ୟ କହିଛନ୍ତି ମିଶନ ଶକ୍ତିର ମା’ମାନଙ୍କୁ ୫ ହଜାର କୋଟି ପର୍ଯ୍ୟନ୍ତ ସରକାରୀ କାମ ଯେଗ।ଇ ଦିଆଯିବ ।

ବିଜେଡି ଇସ୍ତାହାର ମୁତାବକ ଦଳ ସରକାର ଗଢ଼ିଲେ ଆଶ୍ରମ ସ୍କୁଲ ପରିଚାଳନା, ଡାକ୍ତରଖାନା ପରିଚାଳନା, ସ୍କୁଲ ୟୁନିଫର୍ମ ଯୋଗାଣ ଇତ୍ୟାଦି ଅନେକ ସରକାରୀ କାମ ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତ କରାଯିବ ଫଳରେ ମିଶନ ଶକ୍ତିର ମା’ମାନେ ୫ ଶହ କୋଟି ଟଙ୍କାର ଲାଭ ପାଇବେ । ତେବେ ସୂଚନାଯୋଗ୍ୟ ଯେ ସମ୍ପ୍ରତି ମଧ୍ୟ ସ୍କୁଲମାନଙ୍କୁ ଛତୁଆ ବଣ୍ଟନ କାର୍ଯ୍ୟକ୍ରମରେ ମହିଳା SHG ଗ୍ରୁପକୁ କାମ ପ୍ରଦାନ କରାଯାଉଛି ।

ଦଳ ଫୋକସରେ ଏଥର ମହିଳା ରହିଛନ୍ତି ।ଦଳ ପକ୍ଷରୁ କୁହାଯାଇଛି ଯେ ଗରିବ ଝିଅ ମାନଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କ ପାଇଁ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ଝିଅଙ୍କୁ ମାଗଣାରେ ଶିକ୍ଷା ସୁବିଧା ଉପଲବ୍ଧ କରାଯିବ । କେଜିରୁ କଲେଜ, ମେଡ଼ିକାଲ, ଇଞ୍ଜିନିୟରିଂ ସବୁ ପାଠ୍ୟକ୍ରମ ପାଇଁ ମାଗଣାରେ ପଢ଼ିପାରିବେ ଝିଅମାନେ ।

ଯୁବକ, ବ୍ୟବସାୟୀଙ୍କ ଉପରେ ବିଜେପିର ନଜର

ରବିବାର ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜେପି ଏହାର ଓଡିଶା ନିର୍ବାଚନୀ ଇସ୍ତାହାର 'ପ୍ରତିଶ୍ରୁତି ପତ୍ର' ଉନ୍ମୋଚିତ କରିଥିଲା ଏଥିରେ ଥିବା ପ୍ରତିଶ୍ରୁତି ମୁତାବକ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଅନେକ ଆକର୍ଷଣୀୟ ସ୍କିମ ଲାଗୁ କରାଯିବାର ଯୋଜନା ରହିଛି।ସେହିପରି ସୋମବାର ନୂଆଦିଲ୍ଲୀଠାରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଇସ୍ତାହାର ପ୍ରକାଶିତ ହେଇଛି । ଏଥିରେ ନିମ୍ନ ମଧ୍ୟବିତ୍ତ ଓ ଛୋଟ ବ୍ୟବସାୟୀଙ୍କୁ ପ୍ରଥମିକତା ଦିଆଯାଇଛି ।

ଏହି ଘୋଷଣା ମୁତବକ ସାରା ଦେଶରେ ଚାଲୁଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ଏଣିକି ଚିନିକୁ ମଧ୍ୟ ସାମିଲ କରାଯିବ । ଫଳରେ ୮୦ କୋଟି ଲୋକଙ୍କୁ କିଲୋ ପ୍ରତି ୧୩ ଟଙ୍କାରେ କିଲୋ ପ୍ରତି ମାସରେ ଚିନି ମିଳିପାରିବ । ଅଜୁରି ମଧ୍ୟ କୁହାଯାଇଛି ଯେ ଛୋଟ ଦୋକାନୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ମାନଧନ ଯୋଜନା ସାମିଲ କରାଯିବ । ଫଳରେ 60 ବର୍ଷ ପରେ ସେମାନଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ପେନସନ ପ୍ରଦାନ କରାଯିବ ।

ଓଡିଶା କ୍ଷେତ୍ରରେ ବିଜେପି ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବି.ଇଡି. କଲେଜ ପ୍ରତିଷ୍ଠିତ ହେବ ।ଏହା ସହିତ ରାଜ୍ୟର ଗରିବ ଯୁବକଙ୍କୁ ଏକ ସ୍ମାର୍ଟ ଡିଭାଇସ ପ୍ରଦାନ କରାଯିବାର ଘୋଷଣା ରହିଛି। ସେହିପରି ‘ପୂଜାରୀ ବନ୍ଧୁ’ ଯୋଜନାରେ ଆଦିବାସୀ ପୂଜାସ୍ଥଳ ସମେତ ଓଡିଶାର ସମସ୍ତ ଧାର୍ମିକ ସ୍ଥଳର ପୂଜକଙ୍କ ପାଇଁ ମାସିକ ୧୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।

#Election2019 #Modi #naveenpattanayak

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon