• ବେତାର ବ୍ୟୁରୋ

ଏପ୍ରିଲ 8-14 ରାଶିଫଳ : କାହାକୁ ମିଳିବ ଶୁଭ ଖବର


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ରଦେବ ମେଷ ରାଶିରୁ ବାହାରି କର୍କଟ ରାଶି ଯାଏଁ ପରିକ୍ରମା କରିବେ ଓ ଏହି ସମୟ ମଧ୍ୟରେ ଶୁକ୍ର ଗ୍ରହର ନକ୍ଷତ୍ର ଭାରିଣୀରୁ ଆରମ୍ଭ କରି ବୁଧ ରାଶିର ନକ୍ଷତ୍ର ଅଶ୍ଳେଷା ଯାଏଁ ଗସ୍ତ କରିବେ, ଯାହାକି ଶୁଭାଶୁଭ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଏହି ସପ୍ତାହର ଶେଷ ଆଡକୁ ସୂର୍ଯ୍ୟଙ୍କ ମେଶ ରାଶିରେ ପ୍ରବେଶ ଓ ବୁଧ ଗ୍ରହର ମୀନ ରାଶି ପ୍ରବେଶ ଅନ୍ୟ ଏକ ବିଶେଷ ଘଟଣା ହେଇଥିବାରୁ ଏହା ସମସ୍ତ ରାଶି ଉପରେ ପ୍ରଭାବ ପକାଇପାରେ । ଆସନ୍ତୁ ଜାଣିବା ସେଗୁଡିକ କ’ଣ ।

ମେଷ: ଚଳିତ ସପ୍ତାହରେ ଚନ୍ଦ୍ର ଆପଣଙ୍କ ପ୍ରଥମ ଗୃହରେ ଥିବାରୁ ଆପଣ ମାନସିକ ସ୍ତରରେ ସାମାନ୍ୟ ବିଚଳିତ ରହିପାରନ୍ତି । ସେହିପରି ଆପଣ ଅନେକ ଗୁଡିଏ କାମ କରିବା ପାଇଁ ଚାହିଁବେ କିନ୍ତୁ କେଉଁ ଗୋଟିଏ କାମ କରିବାରେ ସକ୍ଷମ ହେଇପାରିବେ ନାହିଁ । ସପ୍ତାହ ଆରମ୍ଭରୁ ଯେଉଁ ଆର୍ଥିକ ସମସ୍ୟା ଆସିଥିବ, ସେଗୁଡିକ ଦିନେ ଦୁଇଦିନ ଭିତରେ ସମାଧାନ ହେଇଯିବ । ସାମାଜିକ ସ୍ତରରେ ପ୍ରତିଷ୍ଠା ବଢିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବୃଷ: ଚଳିତ ସପ୍ତାହରେ ନିଜ ବନ୍ଧୁବାନ୍ଧବଙ୍କ ସହିତ ସମୟ ବିତାଇବାକୁ, ପାର୍ଟି କରିବାକୁ ଇଚ୍ଛା ପ୍ରକାଶ କରିବେ । ଏହି ସପ୍ତାହରେ ଆପଣଙ୍କ ଏକାଦଶ ଭାବରେ ବୁଧ ଗୋଚର ହେଉଥିବାରୁ ଅର୍ଥ ଆଗମନର ରାସ୍ତା ଖୋଲିପାରେ । ଏହି ସପ୍ତାହରେ ଆପଣଙ୍କ ସାମାଜିକ ପ୍ରତିଷ୍ଠାରେ ଉନ୍ନତି ହେଇପାରେ, କିନ୍ତୁ ବାଣୀ ସଂଯମତା ରକ୍ଷା କରନ୍ତୁ । ସପ୍ତାହ ଶେଷ ଆଡକୁ ଶୁଭ ଖବର ମିଳିପାରେ ।

ମିଥୁନ: ଚଳିତ ସପ୍ତାହରେ କର୍ମ କ୍ଷେତ୍ରରେ କୌଣସି ଉଚ୍ଚ ଅଧିକାରୀଙ୍କ ସହ ଆପଣଙ୍କର ଝଗଡା ହେଇପାରେ । ଅବଶ୍ୟ ଆର୍ଥିକ କ୍ଷେତ୍ରରୁ ଚଳିତ ସପ୍ତାହ ସେତେଟା ମନ୍ଦ ନୁହେଁ । ତେବେ ଏହି ସପ୍ତାହରେ ବ୍ୟୟ ବୃଦ୍ଧି ଓ ଶତ୍ରୁ ବୃଦ୍ଧି ହେବାର ଯୋଗ ଥିବାରୁ ଦେଖିଚାହିଁ କର୍ମ କରିବା ଆବଶ୍ୟକ । କର୍ମକ୍ଷେତ୍ରରେ ବାଦବିବାଦ ଓ ବଚସାରୁ ଦୂରେଇ ରୁହନ୍ତୁ ।

କର୍କଟ: ଏ ସପ୍ତାହ ଆରମ୍ଭରୁ ଆପଣଙ୍କ ପାଇଁ ଶୁଭମୟ ଅଟେ । ଏହି ସମୟରେ କର୍ମକ୍ଷେତ୍ରରେ ସଫଳତା ମିଳିପାରେ ଓ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ସମୟରେ ଆପଣ ନିଜ ପ୍ରଚେଷ୍ଟାରେ ସଫଳତା ପାଇ ପାରନ୍ତି ଓ ଘରେ ପିତାଙ୍କ ସହିତ ବା କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ପର୍କରେ ଉନ୍ନତି ଆସିପାରେ । ତେବେ ପାରିବାରିକ ସ୍ଥିତି ସାମାନ୍ୟ ବିରକ୍ତିକର ହେଇପାରେ ।

ସିଂହ: ଏହି ସପ୍ତାହରେ ବୁଧ ରାଶିର ପ୍ରବେଶ ଆପଣଙ୍କ ଅଷ୍ଟମ ଭାବରେ ହେଉଥିବାରୁ ଅଚାନକ ଧନପ୍ରାପ୍ତିର ଯୋଗ ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ଶ୍ଵଶୁର ଘରର କାହା ସହିତ ଆପଣଙ୍କର ଝଗଡା ହେଇପାରେ । ନିଜ ଭାଇ କିମ୍ବା ଭଉଣୀ ସହିତ ଖଗଡାରୁ ଦୂରେଇ ରୁହନ୍ତୁ ନଚେତ ଝିମିଟି ଖେଳରୁ ମହାଭାରତ ହେଇପାରେ । ନିଜ ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କନ୍ୟା: ଏ ସପ୍ତାହରେ ଧନ ବା ଅର୍ଥ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସାବଧାନତାର ସହିତ ନିଷ୍ପତ୍ତି ନେବାକୁ ପଡିପାରେ ଅନ୍ୟଥା ଅର୍ଥହାନୀ ହେଇପାରେ । ଚଳିତ ସପ୍ତାହରେ ହଠାତ ଆପଣଙ୍କୁ ଦୂର ସ୍ଥାନକୁ ଯିବାକୁ ପଡିପାରେ । କଳା, ଅଭିନୟ ଇତ୍ୟାଦି କାର୍ଯ୍ୟ ପାଇଁ ଚଳିତ ସପ୍ତାହ ଶୁଭପ୍ରଦ ଅଟେ । ଚାକିରୀ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେଇପାରନ୍ତି । ତେବେ ବ୍ୟବସାୟ କ୍ଷେତ୍ରରେ ବିବାଦର ଯୋଗ ରହିଛି।

ତୁଳା: ବ୍ୟବସାୟୀଙ୍କ ପାଇ ଚଳିତ ସପ୍ତାହ ଶୁଭଂକର ଅଟେ । ଏ ସପ୍ତାହରେ ଆପଣ କୌଣସି ପୁରୁଷ/ମହିଳା ପ୍ରତି ଆକର୍ଷିତ ହେଇପାରନ୍ତି ତଥା ଅଚାନକ ଦୂର ଯାତ୍ରାର ଯୋଗ ଆସିପାରେ । ଚଳିତ ସପ୍ତାହରେ କର୍ମର ଚାପ ମଧ୍ୟ ବୃଦ୍ଧି ପାଇପାରେ । ବାଣୀ ସଂଯମତା ରକ୍ଷା କରନ୍ତୁ ।

ବିଛା: ଏ ସପ୍ତାହରେ ବୁଧ,ସୂର୍ଯ୍ୟ ତଥା ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ମାନସିକ ସ୍ତରରେ ବିଚଳିତ କରିପାରେ । ତେବେ ଚାକିରୀ କ୍ଷେତ୍ରରେ ଶୁଭ ସମୟ ଯୋଗ ରହିଛି ଓ ସପ୍ତାହ ଶେଷ ଆଡକୁ ଆନନ୍ଦଦାୟକ ହେଇପାରେ । ପିତାଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।

ଧନୁ: ଚଳିତ ସପ୍ତାହରେ ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରଛାତ୍ରୀମାନେ ଏହି ସମୟରେ ନିଜ ଏକାଗ୍ରତା ହରାଇପାରନ୍ତି, ଏଥିପାଇଁ ଧ୍ୟାନଯୋଗ କରିବା ବିଧେୟ । ଏହି ସମୟରେ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ମାତାଙ୍କ ସହିତ ଯୁକ୍ତିତର୍କ ନ କରି ଚୁପ ରୁହନ୍ତୁ । ବ୍ୟାବସାୟୀଙ୍କ ନିମନ୍ତେ ଚଳିତ ସପ୍ତାହ ଶୁଭ ଅଟେ ।

ମକର: ଏ ସପ୍ତାହଟି ଚାକିରୀ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବିଶେଷ ଶୁଭ ଅଟେ । ଏହି ସପ୍ତାହରେ ଆପଣ ଅନେକ ଗୁଡିଏ କାର୍ଯ୍ୟ ଆରମ୍ଭ କରିବା ବିଷୟରେ ଭାବିବେ। ଏହି ସମୟରେ ଛାତ୍ରଛାତ୍ରୀ, ପରୀକ୍ଷାର୍ଥୀ ଇତ୍ୟାଦି ସଫଳତା ପାଇପାରନ୍ତି । ପରିବାରରେ ବିବାଦ ବଢିବାର ସମ୍ଭାବନା ରହିଛି, ଏଣୁ ବାଣୀ ସଂଯମତା ରକ୍ଷା କରନ୍ତୁ ।

କୁମ୍ଭ: ଚଳିତ ସପ୍ତାହର ପ୍ରାରମ୍ଭରୁ ନିଜ ଭାଇ-ଭଉଣୀଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ଚଳିତ ସପ୍ତାହରେ ନୂତନ ଘର ବା ବାହନ କିଣିବା ବିଷୟରେ ଭାବିପାରନ୍ତି । ବିଦ୍ୟାର୍ଥୀ, ପରୀକ୍ଷାର୍ଥୀଙ୍କ ପାଇ ସପ୍ତାହଟି ଶୁଭପ୍ରଦ । ଏହି ସମୟରେ ଖର୍ଚ୍ଚ ବୃଦ୍ଧି ପାଇପାରେ ଓ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ତେବେ ଆର୍ଥିକ ଦ୍ରୁଷ୍ଟିକୋଣରୁ ଚଳିତ ସପ୍ତାହ ଶୁଭ ।

ମୀନ: ଚଳିତ ସପ୍ତାହ ଆର୍ଥିକ ଦୃଷ୍ଟିକୋଣରୁ ଲାଭପ୍ରଦ ରହୁଥିବାରୁ ମନ ପ୍ରଫୁଲ୍ଲ ରହିପାରେ । ଏହି ସପ୍ତାହରେ କିଛି ଘରୋଇ ବା ପାରିବାରିକ କାମରେ ବ୍ୟସ୍ତ ରହିପାରନ୍ତି । ଆପଣଙ୍କ ମନୋବଳ ବୃଦ୍ଧି ପାଇବା ସହିତ ପରିବାରରେ ହସଖୁସିର ସମୟ ଲାଗିରହିବ । ଆପଣ ନୂତନ ଗୃହ କିଣିବା ବିଷୟରେ ଭାବି ପାରନ୍ତି ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon