• ବେତାର ଷ୍ଟାଫ ଲେଖକ

କ୍ରିଶଙ୍କ ବିଶାଳ ଛକ୍କା ପରେ ଶାହରୁଖଙ୍କ ଦାବୀ: ଏହି ଖେଳାଳୀଙ୍କୁ କାର୍ ମିଳୁ


(ବେତାର ବ୍ୟୁରୋ) ଶାହରୁଖ ଖାନ ନିଜ କ୍ରିକେଟ ଟିମ୍ ର ସଦସ୍ୟ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବାପାଇଁ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ନିକଟରେ କୋଲକାତା ନାଇଟ ରାଇଡ଼ର୍ସ ଟିମ୍ ର ଲଢୁଆ ବ୍ୟଟ୍ସମ୍ୟାନ ଆନ୍ଦ୍ରେ ରସେଲଙ୍କୁ ଦଳର “ବାହୁବଳୀ’ ବୋଲି କହି ଟ୍ଵିଟ୍ କରିଥିଲେ । ରବିବାର କେକେଆର ଟିମ୍ ର ବିଜୟ ପରେ ବିଳମ୍ବିତ ରାତ୍ରିରେ ସେହିପରି ଏକ ଟ୍ଵିଟ୍ ପରେ ଶାହରୁଖ ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିଛି ।

ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଓ କ୍ରିଶ ଲିନ୍ ଙ୍କର ଏକ ଛକ୍କା ଯାହାକି ଷ୍ଟାଡିୟମରେ ଠିଆ ହେଇଥିବା ଏକ ଟାଟା ହ୍ୟାରିୟର SUV କାରରେ ବାଜିଥିଲା , ସେ ନେଇ ଶାହରୁଖ ଟ୍ଵିଟ୍ କରିଥିଲେ । ଏଥିରେ ସେ ଲେଖିଥିଲେ “ବହୁତ ବଢିଆ ମୋ କେକେଆର ଦଳ, କ୍ରିଶ ଲିନ୍ ଙ୍କୁ SUV ଦିଆଯାଉ । ସୁନୀଲ ନାରାଏନ-ତୁମପରି କେବଳ ତୁମେ ହିଁ ଅଟ । ରବୀନ ଉତ୍ଥାପ୍ପା- ତୁମ ଷ୍ଟାଇଲ ବଢିଆ ଓ ପୀୟୂଷ ଚାୱଲା, ତୁମେ ଯାହା କରୁଛ କରି ଚାଲିଥାଅ। ହ୍ୟାରି ଗର୍ନି-ଦଳରେ ସ୍ଵାଗତ । ଦିନେଶ କାର୍ତ୍ତିକ-ମୁଁ ବହୁତ ଖୁସି । ଶୀଘ୍ର ଦେଖାହେବ ।

ଚଳିତ ଆଇପିଏଲ ସିଜିନରେ ଯେଉଁ ଦର୍ଶକ ଗ୍ୟାଲେରୀରେ ବସି ଉତ୍କୃଷ୍ଟ କ୍ୟାଚ ଧରିବେ ସେମାନଙ୍କୁ ଗୋଟିଏ ଟାଟା ହ୍ୟାରିୟର SUV ଗାଡି ପ୍ରଦାନ କରାହେବ ବୋଲି ଟାଟା ମୋଟର୍ସ ଘୋଷଣା କରିଛି ।

କ୍ରିକେଟ ମ୍ୟାଚରେ ବ୍ୟଟ୍ସମ୍ୟାନଙ୍କ ଛକ୍କା ପ୍ରହାରରେ କୌଣସି ବିଜ୍ଞାପନ ବୋର୍ଡ ବା ସେହିପରି କିଛି ବସ୍ତୁରେ ବାଜିଲେ କମ୍ପାନୀମାନେ ଖେଳାଳୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସାଧାରଣତଃ ଆର୍ଥିକ ପୁରସ୍କାର ଦେଇ ଉତ୍ସାହିତ କରିଥାନ୍ତି । ସେଥିପାଇଁ କାରଟିକୁ ଲିନ୍ ଙ୍କୁ ଦେବା ପାଇଁ ଶାହରୁଖ ଟ୍ଵିଟ୍ ରେ ଲେଖିଥିଲେ ।

ଆଇପିଏଲ୍‌ର ଏକବିଂଶ ମ୍ୟାଚ୍‌ରେ ରବିବାର କୋଲକାତା ନାଇଟ୍ ରାଇଡର୍ସ ୮ ୱିକେଟ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଥିଲା । ଏଥି ସହିତ ଦୀନେଶ କାର୍ତିକଙ୍କ ଦଳ ପାଞ୍ଚଟି ମ୍ୟାଚ୍‌ରୁ ଚାରିଟିରେ ବିଜୟ ହାସଲ କରିବା ସହିତ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି।

ବିସ୍ଫୋରୋକ ବ୍ୟାଟିଂ

ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ୍‌ ସ୍ମିଥଙ୍କ ଅପରାଜିତ ୭୩ ରନ୍‌ ବଳରେ ୧୩୯ ରନ୍‌ କରିଥିଲା। ଏହାର ଜବାବରେ କୋଲକାତା ମାତ୍ର ୧୩.୫ ଓଭର୍‌ରେ ୨ ୱିକେଟ୍‌ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିବାରେ ସକ୍ଷମ ହେଇଥିଲା । ୧୪୦ ରନ୍‌ର ଟାର୍ଗେଟ ପାଇଥିବା କୋଲକାତା ବିସ୍ଫୋରକ ଢଙ୍ଗରେ ଇନିଂସ୍‌ ଆରମ୍ଭ କରିଥିଲା। ବିଶେଷ କରି ସୁନିଲ ନାରାଏନ ରାଜସ୍ଥାନ ବୋଲରଙ୍କ ଉପରେ କଡ଼ା ପ୍ରହାର କରିଥିଲେ। ମାତ୍ର ୮.୩ ଓଭର୍‌ରେ ଦଳ ୯୧ ରନ୍‌ କରି ନେଇଥିଲା।

ଏହାପରେ କ୍ରିସ୍ ଲୀନ୍ ରବିନ୍‌ ଉତ୍ଥାପ୍ପାଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଲୀନ୍‌ ୫୦ ରନ୍‌ କରିଥିବା ବେଳେ ଗୋପାଲଙ୍କ ଦ୍ୱିତୀୟ ଶିକାର ହେଇଥିଲେ। କୋଲକାତା ୧୧୪ରେ ନିଜର ଦ୍ୱିତୀୟ ୱିକେଟ୍‌ ହରାଇଥିଲା।

୧୪୦ ରନ୍‌କୁ ପିଛା କରିଥିବା କୋଲକାତା ପାଇଁ ସୁନୀଲ ନରିନ୍ (୪୭, ୨୫ ବଲ, ୬ ଚୌକା, ୩ ଛକା) ଏବଂ କ୍ରିସ୍ ଲିନ୍‌ (୫୦, ୩୨ ବଲ, ୬ ଚୌକା, ୩ ଛକା) ପ୍ରଥମ ୱିକେଟ୍‌ ପାଇଁ ୮.୩ ଓଭରରେ ୯୧ ରନ୍ ଉଠାଇବା ପରେ ଦଳର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ଉଭୟଙ୍କ ୱିକେଟ୍ ଶ୍ରେୟସ‌ ଗୋପାଳ ନେଇଥିଲେ ମଧ୍ୟ ରବିନ୍‌ ଉଥପ୍ପା (୨୬*, ୧୬ ବଲ, ୧ ଚୌକା, ୨ ଛକା) ଏବଂ ଶୁଭମ୍ ଗିଲ୍ (୬*, ୧୦ ବଲ) ଦଳକୁ ୩୭ ବଲ୍‌ ପୂର୍ବରୁ ଜିତାଇଥିଲେ।

#cricket #ipl2019 #KKR #Shahrukh

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon