• ବେତାର ବ୍ୟୁରୋ

ଖରାଦିନେ ପିଅନ୍ତୁ ଅନେକ ରୋଗନାଶକାରୀ ଆଇସ୍ ଟି


(ବେତାର ବ୍ୟୁରୋ) ଖରାଦିନେ ପ୍ରାୟତଃ କିଛି ଥଣ୍ଡା ପିଇବାକୁ ସମସ୍ତେ ଭଲ ପାଇଥାନ୍ତି । ସେଥିପାଇଁ ଖରାଦିନେ ଅନେକ ପୁରୁଣା ଥଣ୍ଡା ବ୍ରାଣ୍ଡ ସହିତ ନୂଆ ନୂଆ ପ୍ରଡ଼କ୍ଟ ମଧ୍ୟ ଦେଖିବାକୁ ମିଳିଥାଏ । ଯଦିଓ ଏଗୁଡିକ ମଧ୍ୟରୁ ଅନେକ ସ୍ଵାଦିଷ୍ଟକର ହେଇଥାଏ, ଏଥିରେ ଗୋଟିଏ ଅସୁବିଧା ହେଲା ଏଗୁଡିକ ବ୍ୟୟସାପେକ୍ଷ ତଥା ଚିନିରେ ଭର୍ତ୍ତି ଥିବାରୁ ଏହା ଶରୀରର ଓଜନ ବଢାଇଥାଏ । ଏଣୁ ଏପରି ସ୍ଥଳେ ଘରେ ସହଜରେ ପ୍ରସ୍ତୁତ ହେଇପାରିବା ଭଳି ଥଣ୍ଡା ଚା’ ବା ଆଇସ୍ ଟି ପିଇବାର ଅଭ୍ୟାସ ଏକ ଉତ୍ତମ ଅଭ୍ୟାସ ।

କାହିଁକି ଆଇସ୍ ଟି

ଆଇସ୍ ଟି କେବଳ ବ୍ଲାକ ଟି ବା ଗ୍ରୀନ ଟିରେ ପ୍ରସ୍ତୁତ ହୋଇଥାଏ। ଏହା ବ୍ୟତୀତ ଆପଣ ମଧ୍ୟ ହର୍ବାଲ ଟି ରେ ବରଫ ପକାଇ ଆଇସ୍ ଟି ପ୍ରସ୍ତୁତ କରିପାରିବେ। ଗରମ ଦିନ ଆରମ୍ଭରେ ପାନୀୟ ପଦାର୍ଥ ଉପରେ ଅଧିକା ଧ୍ୟାନ ରଖିବା ଉଚିତ। କିନ୍ତୁ ଆପଣ ଜାଣିଛନ୍ତି କି ଆଇସ୍ ଟି କେବଳ ପିଇବା ପାଇଁ ହୋଇନଥାଏ ବରଂ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ।

ଆଇସ୍ ଟିରେ ପୋଟାସିୟମ, ଡାଇଟରୀ ଫାଇବର, ଏବଂ ଅନ୍ୟ କେତେକ ଆଣ୍ଟି-ଅକ୍ସିଡେଣ୍ଟ ପୋଷକ ତତ୍ତ୍ବ ରହିଥାଏ। ସେହିପରି ଅନ୍ୟ ଆଇସ୍ ଟି ହର୍ବାଲ ଟି ଏବଂ ଗ୍ରୀନ ଟିରେ ମଧ୍ୟ ଅଲଗା-ଅଲଗା ପୋଷକ ତତ୍ତ୍ବ ରହିଥାଏ। ଓଜନ କମାଇବା ପାଇଁ ଏହି ଚା ଉପକାରୀ ହୋଇଥାଏ। ଏଥିରେ କ୍ୟାଲୋରୀ ଏବଂ ସୁଗାରର ମାତ୍ରାଖୁବ୍ କମ ରହିଥାଏ। ଏହାକୁ ସେବନ କରିବା ଦ୍ବାରା ଶରୀରରେ ଅନେକ ପ୍ରକାର ରୋଗ ଏବଂ ସଂକ୍ରମଣ ହେବାରୁ ରକ୍ଷା ପାଇପାରିବେ।

ନିୟମିତ ଚା’ ପାନଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୁଏ। ଏହାଛଡା ମଣିଷ ପାକସ୍ଥଳୀର ଅନ୍ତ୍ର ସମସ୍ୟାକୁ ଦୂର କରିବାରେ ଚା’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେହି ଭଳି ନିୟମିତ ଚା’ ପିଇବାଦ୍ୱାରା ଶରୀରର ରକ୍ତଚାପ ସ୍ୱାଭାବିକ ରହିବା ସହିତ ଲିପିଡ୍ ଡିପ୍ରେସିଂ ଆକ୍ଟିଭିଟିକୁ ମଧ୍ୟ ସନ୍ତୁଳିତ କରିଥାଏ । ଏହା ରକ୍ତ ଶର୍କରାର ସକ୍ରିୟତାକୁ ହ୍ରାସକରି ଉଭୟ କରୋନାରୀ ହାର୍ଟ୍ ଡିଜିଜ୍ ଏବଂ ମଧୁମେହର ଆଶଙ୍କାକୁ କମ କରିଥାଏ । ଉଭୟ ଗ୍ରୀନ୍ ଏବଂ ବ୍ଲାକ୍ ଚା’କୁ ଆଣ୍ଟିଅକ୍ସିଡାଣ୍ଟ ବୋଲି କହାଯାଏ ।

କ୍ୟାନସର, ଡାଇବେଟିଜ ଉପଶମକାରୀ

ଦିନରେ ୩/୪ ଥର ଏହାକୁ ସେବନ କଲେ ଶରୀର ରୋଗମୁକ୍ତ ହୁଏ । ଏହାବ୍ୟତୀତ ଶରୀରରେ ଥିବା କ୍ୟାନ୍‌ସର ସେଲ୍ ବୃଦ୍ଧିକୁ ଏହା ରୋକିଥାଏ । ଏହାକୁ ନିୟମିତ ପାନକଲେ ପାଚନ ନଳୀ ଏବଂ ମୁତ୍ରାଶୟ କ୍ୟାନ୍‌ସରର ସମ୍ଭାବନା ହ୍ରାସ ପାଇଥାଏ ।

ଏହି ଚା ଆପଣଙ୍କୁ ଛାତି ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ। ଅଇସ୍ ଟିରେ ଥିବା ଫ୍ଲାଭୋନୋଇଡ ନାମକ ଆଣ୍ଟି-ଅକ୍ସିଡେଣ୍ଟ ରହିଥାଏ, ଯାହା ଶରୀରରେ ହୃଦ ଜନିତ ସମସ୍ୟା ଏବଂ ରକ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ଡାଇବେଟିଜ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ। ବିନା ଚିନି ପକାଇ ଆଇସ୍ ଟି ସେବନ କଲେ ବ୍ଲାକ ଟି ରେ ଥିବା ପୋଷକ ତତ୍ତ୍ବ ଆପଣଙ୍କ ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ ଏବଂ ଏହା ସହିତ ଶରୀରରେ ଇନସୁଲିନ ରେସିଷ୍ଟାଣ୍ଟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

#lifestyle #summercare #icedtea #healthydrinks

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon