- ବେତାର ବ୍ୟୁରୋ
ଇଞ୍ଜିନିୟରିଙ୍ଗ ପାସଙ୍କ ପାଇଁ ସରକାରୀ କମ୍ପାନୀ BPCL ରେ ଆପ୍ରେଣ୍ଟିସ ସୁଯୋଗ

(ବେତାର ବ୍ୟୁରୋ) ସରକାରୀ କମ୍ପାନୀ ବ୍ରହ୍ମପୁତ୍ର କ୍ରାକର ଆଣ୍ଡ ପଲିମର ଲିମିଟେଡ (BCPL) ତରଫରୁ ଇଞ୍ଜିନିୟରିଙ୍ଗ ପାସ ପ୍ରାର୍ଥୀଙ୍କ ପାଇଁ 66ଟି ଗ୍ରାଜୁଏଟ ଓ ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ମୋଟ 66ଟି ପଦବୀ ପ୍ରକାଶ ପାଇଛି ସେଥିମଧ୍ୟରୁ ଗ୍ରାଜୁଏଟ ଆପ୍ରେଣ୍ଟିସ ପାଇଁ 51ଟି ଓ ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟିସ ପାଇଁ 15ଟି ପଦବୀ ରହିଛି। ଗ୍ରାଜୁଏଟ ଆପ୍ରେଣ୍ଟିସ ପଦ ମଧ୍ୟରୁ ମେକାନିକାଲ ପାଇଁ 10ଟି, ଇଲେକ୍ଟ୍ରିକାଲ ପାଇଁ 12ଟି, କେମିକାଲ ପାଇଁ 15ଟି, ଇନଷ୍ଟୃମେଣ୍ଟେସନ ପାଇଁ 5ଟି, ଟେଲିକମ ପାଇଁ 3ଟି, କମ୍ପ୍ୟୁଟର ବିଜ୍ଞାନ ପାଇଁ 3ଟି ଓ ସିଭିଲ ପାଇଁ 3ଟି ପଦବୀ ରହିଛି। ସେହିପରି ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟିସ ପଦ ମଧ୍ୟରୁ ମେକାନିକାଲ, ଟେକ୍ନିକାଲ ଓ କେମିକାଲ ପାଇଁ ପାଞ୍ଚଟି ଲେଖାଏଁ ପଦବୀ ରହିଛି।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଆସନ୍ତା ଏପ୍ରିଲ 30ତାରିଖ ମଧ୍ୟରେ ଆବେଦନ କରିପାରିବେ।
ଦରମା
ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ଗୋଟିଏ ବର୍ଷ ପାଇଁ ଟ୍ରେନିଙ୍ଗ ପିରିୟଡରେ ରଖାଯିବ ଓ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଏହି ଟ୍ରେନିଙ୍ଗ ସମୟରେ ଗ୍ରାଜୁଏଟ ଆପ୍ରେଣ୍ଟିସ ପ୍ରାର୍ଥୀଙ୍କୁ ମାସିକ ଟ.7,500 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ଓ ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟିସ ପ୍ରାର୍ଥୀଙ୍କୁ ମାସିକ ଟ.5,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।
ବୟସସୀମା
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 30 ଏପ୍ରିଲ 2019 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 30ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ କୋହଳ କରାଯାଇଛି ଓ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଏହାକୁ 10ବର୍ଷ କୋହଳ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା
ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଙ୍ଗରେ ଡିଗ୍ରୀ ପାସ କରିଥିବା ଆବଶ୍ୟକ। ସେହିପରି ଟେକ୍ନିସିଆନ (ଡିପ୍ଲୋମା) ଆପ୍ରେଣ୍ଟିସ ପଦ ପାଇଁ ପ୍ରାର୍ଥୀ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ।
କିପରି ଆବେଦନ କରିବେ
ଏହି ପଦରେ ଆବେଦନ କରିବା ଆଗରୁ ପ୍ରାର୍ଥୀଙ୍କ ପାଖରେ ବୈଧ ଇ-ମେଲ ଆଇଡି, ପାସପୋର୍ଟ ଫଟୋର ସ୍କାନ କପି ରଖିବାକୁ ପଡିବ। ଆବେଦନ କରିବା ପାଇଁ ବ୍ରହ୍ମପୁତ୍ର କ୍ରାକର ଆଣ୍ଡ ପଲିମର ଲିମିଟେଡ (BCPL)ର ଅଫିସିଆଲ ୱେବସାଇଟ www.bcplonline.co.in ରେ ଲଗଇନ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟକୁ ପୂରଣ କରି ଆବେଦନ ଫର୍ମକୁ ସବମିଟ କରିପାରିବେ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ବ୍ରହ୍ମପୁତ୍ର କ୍ରାକର ଆଣ୍ଡ ପଲିମର ଲିମିଟେଡ (BCPL)ର ଅଫିସିଆଲ ୱେବସାଇଟ www.bcplonline.co.in ରେ ଲଗଇନ କରନ୍ତୁ।