• padmabati kund

ଏସି କିଣିବାକୁ ଭାବୁଛନ୍ତି?  ଏହି ୬ଟି କଥା ଜାଣି ରଖନ୍ତୁ


(ବେତାର ବ୍ୟୁରୋ) ଖରାଦିନ ଆରମ୍ଭ ହୋଇଗଲାଣି। ଗରମରୁ ରକ୍ଷା ପାଇବା ପାଇଁ ଆପଣମାନେ ନିଜ ଘରେ ନୂଆ ଏସି କିଣିବାର ଯୋଜନା କରୁଥିବେ ବା ଆଗରୁ ଥିବା ପୁରୁଣା ଏସିକୁ ମରାମତି କରିବାକୁ ଭାବୁଥିବେ। ଯଦି ଆପଣଙ୍କ ଘରେ ଥିବା ଏସି ପୁରୁଣା ହୋଇଗଲାଣି ଓ ଏହା ଆଗପରି ଘରକୁ ଆଉ ଥଣ୍ଡା କରିପାରୁନାହିଁ, ତେବେ ଏହାର କମ୍ପ୍ରେସରରେ କିଛି ସମସ୍ୟା ଥାଇପାରେ। ଏହାବ୍ୟତୀତ ଅନ୍ୟ ଏକ କାରଣ ମଧ୍ୟ ହୋଇପାରେ ଯେ ଆପଣ ନିଜ ଘର ପାଇଁ ସଠିକ ଆକାରର ଏସି ବାଛି ନାହାନ୍ତି।

ଏସି କିଣିବା ସମୟରେ ଆପଣଙ୍କ ଘରର ଆକାର, ଏସିର ଫିଚର ,ଏୟାରଫ୍ଲୋ ଓ ଅନ୍ୟାନ୍ୟ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଏସି କିଣିବା ସମୟରେ କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବେ ଆସନ୍ତୁ

ଜାଣିବା।

. ଏସି କିଣିବା ସମୟରେ ଆପଣଙ୍କ ଘରର ଆକାରକୁ ସବୁବେଳେ ବିଶେଷ ଧ୍ୟାନ ଦିଅନ୍ତୁ। ଘରର ଆକାର ଅନୁଯାୟୀ ସଠିକ କ୍ଷମତା ବିଶିଷ୍ଟ ଏସି ଚୟନ କରନ୍ତୁ। ଯଦି ଆପଣଙ୍କ ଘରର ଆକାର ୧୦୦ରୁ ୧୨୦ ସ୍କୋୟାର ଫିଟ୍ ହୋଇଥାଏ ତେବେ ୧ଟନ୍ ଏସି ଠିକ ହୋଇଥାଏ। କିନ୍ତୁ ଘରର ଆକାର ଅଧିକ ବଡ ହୋଇଥିଲେ ୧.୫ରୁ ୨ ଟନ୍ ଏସି କିଣନ୍ତୁ। ଆପଣଙ୍କ ଘର ଉପରେ କେତେ ମାତ୍ରାରେ ସୂର୍ଯ୍ୟକିରଣ ପଡୁଛି ତାହା ଉପରେ ମଧ୍ୟ ଏସିର କୁଲିଙ୍ଗ ନିର୍ଭର କରିଥାଏ।

.ଆପଣଙ୍କ ଘର ଭୂମିଠାରୁ କେତେ ଉପରେ ଅଛି ତାହା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କ ଘର ଫ୍ଲାଟର ସବୁଠାରୁ ଉପର ମହଲାରେ ହୋଇଥାଏ ଓ ସେଠାରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ପଡୁଥାଏ ତେବେ ଆପଣଙ୍କୁ ଅଧିକ କାପାସିଟିର ଏସି କିଣିବାକୁ ପଡିବ।

.ଏସି କିଣିବା ସମୟରେ ଏହି ବିଷୟରେ ମଧ୍ୟ ଧ୍ୟାନ ଦିଅନ୍ତୁ ଯେ ଏହା କେତେ ପରିମାଣର ବିଜୁଳି ଶକ୍ତି ବଞ୍ଚାଇବ। ଆଜିକାଲି ପ୍ରାୟ ସମସ୍ତ ଇଲେକ୍ଟ୍ରୋନିକ୍ସ ଉପକରଣରେ ଏନେଇ ଷ୍ଟାର ରେଟିଙ୍ଗ ରହୁଛି। ଯେଉଁ ଉପକରଣ ଉପରେ ଯେତେ ଅଧିକ ଷ୍ଟାର ରେଟିଙ୍ଗ ରହିଥାଏ ତାହାର ମୂଲ୍ୟ ସେତେ ଅଧିକ ହୋଇଥାଏ। ଏସି କିଣିବା ସମୟରେ ଆପଣ ତିନିଷ୍ଟାର ରେଟିଙ୍ଗ ଥିବା ଏସି କିଣନ୍ତୁ।

.ବର୍ତ୍ତମାନ ସମୟରେ ପୋର୍ଟେବଲ ଏସିର ଚାହିଦା ବହୁତ ଅଧିକ ରହିଛି। ଏହାକୁ ଆପଣ ସୁବିଧା ଅନୁଯାୟୀ ଘରର ଯେ କୌଣସି କୋଣରେ ରଖିପାରିବେ। ଏହାକୁ ଆପଣ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚାଇ ପାରିବେ।

.ଅନେକ ଏସିରେ ଟାଇମର୍ ସୁବିଧା ମଧ୍ୟ ରହିଛି। ଏହା ଆଲାରାମ ପରି କାମ କରିଥାଏ। ଏହି ଟାଇମର ଲଗାଇବା ଦ୍ଵାରା ନିର୍ଦ୍ଧାରିତ ସମୟରେ ଏସି ଆପେ ଆପେ ବନ୍ଦ ହୋଇଯାଇଥାଏ। ଏହାଦ୍ଵାରା ଆପଣଙ୍କ ବିଜୁଳି ଖର୍ଚ୍ଚ ମଧ୍ୟ କମ ହୋଇପାରିବ। ଏହାସହିତ ଅନେକ ଏସିରେ ସେନ୍ସର ମଧ୍ୟ ଲାଗିଥାଏ ଯାହାକି ଘରର ତାପମାତ୍ରା ଅନୁଯାୟୀ ନିୟନ୍ତ୍ରିତ ହୋଇଥାଏ।

.ଏସି କିଣିବା ସମୟରେ ଭୋଲ୍ଟେଜ ଷ୍ଟାବିଲାଇଜର୍ କିଣିବାକୁ ଭୁଲନ୍ତୁ ନାହିଁ। ଏହା ବହୁତ ଜରୁରୀ ହୋଇଥାଏ। ଆପଣଙ୍କ କିଣିଥିବା ଏସି ଅନୁଯାୟୀ ଷ୍ଟାବିଲାଇଜର କିଣନ୍ତୁ।

#lifestyle #ACbuyingtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon