- ବେତାର ବ୍ୟୁରୋ
ପଞ୍ଜୁରୀରେ ଶୁଆ ପାଳିବା ପସନ୍ଦ କି? ଜାଣନ୍ତୁ କଣ କୁହେ ବାସ୍ତୁ

(ବେତାର ବ୍ୟୁରୋ) ଅଧିକାଂଶ ଲୋକ ଘରେ ପଶୁପକ୍ଷୀଙ୍କୁ ପାଳିବାକୁ ପସନ୍ଦ କରିଥାନ୍ତି। ଅନେକ ଲୋକ ନିଜ ଘରେ କୁକୁର, ବିଲେଇ, ଶୁଆ ଇତ୍ୟାଦିକୁ ପୋଷା କରି ପାଳିଥାନ୍ତି। ଶୁଆକୁ ପଞ୍ଜୁରୀ ଭିତରେ ବନ୍ଦୀ କରି ରଖିବାକୁ କିଛିଲୋକ ପସନ୍ଦ କରୁଥିବା ବେଳେ କିଛିଲୋକ ଏହାକୁ ଅଶୁଭ ବୋଲି ମଧ୍ୟ କହିଥାନ୍ତି। ତେବେ ବାସ୍ତୁଶାସ୍ତ୍ରରେ ମଧ୍ୟ ଘରେ ଶୁଆ ପାଳିବା ବିଷୟରେ ଉଲ୍ଲେଖ କରାଯାଇଛି। ଏହାସହିତ ଘରେ ଶୁଆର ଚିତ୍ର ଲଗାଇବାକୁ ନେଇ ଅନେକ ନିୟମ ରହିଛି।
ବାସ୍ତୁ ଅନୁଯାୟୀ ଘରେ ଶୁଆ ପାଳିବା ଓ ଶୁଆର କେଉଁ ପ୍ରକାରର ଚିତ୍ର କେଉଁ ଦିଗରେ ଲଗାଇବା ଦ୍ଵାରା ଆମ ଜୀବନରେ କଣ ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା।
୧.ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ, ଶୁଆକୁ ପଞ୍ଜୁରୀରେ ବନ୍ଦୀ କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ଜାତ ହୋଇଥାଏ ଓ ଏହା ଘରର ସଦସ୍ୟଙ୍କ ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଏପରି ସମୟରେ ଆପଣ କୌଣସି ଜ୍ୟୋତିଷଙ୍କ ଠାରୁ ପରାମର୍ଶ ନେଇ ଶୁଆ ପାଳିବା ଉଚିତ।
୨.ପଞ୍ଜୁରୀରେ ଶୁଆଙ୍କୁ ବନ୍ଦୀ କରି ରଖିବା ଦ୍ଵାରା ଶୁଆମାନେ ନିଜର ସ୍ଵାଧୀନତା ହରାଇଥାନ୍ତି। ଏଥିପାଇଁ ସେମାନେ ସବୁବେଳେ ନିରାଶ ରହିଥାନ୍ତି ଓ ଏହାର କୁପ୍ରଭାବ ପରିବାର ସଦସ୍ୟଙ୍କୁ ଭୋଗ କରିବାକୁ ପଡିଥାଏ।
୩.ତେବେ ଶୁଆ ଚିତ୍ର ଥିବା ଫଟୋ ଘରେ ଲଗାଇବାକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି କୁହାଯାଇଛି। ଯଦି ଆପଣଙ୍କ ପିଲାର ପାଠପଢାରେ ମନ ଲାଗୁନାହିଁ ତେବେ ତାଙ୍କ ଶୋଇବା ଘରେ ଶୁଆ ଚିତ୍ର ଥିବା ଫଟୋ ଲଗାନ୍ତୁ। ଏହାଦ୍ଵାରା ପିଲାଙ୍କର ପାଠପଢାରେ ମନଲାଗିରହିବ।

୪.ଏହାବ୍ୟତୀତ ଶୁଆ ଚିତ୍ର ଥିବା ଫଟୋ ଘରେ ଲଗାଇବା ଦ୍ଵାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ଓ ବୁଝାମଣା ବଢିଥାଏ ଏବଂ ଘରୁ ଦାରିଦ୍ର୍ୟତା ଦୂର ହୋଇଯାଇଥାଏ। ଏଥିପାଇଁ ଘରର ଡ୍ରଇଙ୍ଗ ରୁମ୍ ର ଉତ୍ତର ଦିଗରେ ଏହି ଫଟୋକୁ ଲଗାନ୍ତୁ।
୫.ପତିପତ୍ନୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲେ ଏହାକୁ ଦୂର କରିବା ପାଇଁ ନିଜ ଶୋଇବା ଘର କାନ୍ଥରେ ଯୋଡା ଶୁଆଶାରୀର ଫଟୋ ଲଗାନ୍ତୁ। ଏହାଦ୍ଵାରା ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପରସ୍ପର ପ୍ରତି ଭଲ ପାଇବା ବଢିଥାଏ।
୬.ବାସ୍ତୁ ଅନୁଯାୟୀ ଘରେ ବିଭିନ୍ନ ରଙ୍ଗବେରଙ୍ଗ ପଙ୍ଖ ଥିବା ଶୁଅର ଫଟୋ ଲଗାନ୍ତୁ। ଏହାଦ୍ଵାରା ଘରୁ ବାସ୍ତୁଦୋଷ ଦୂର ହୋଇଥାଏ ଓ ସୁଖଶାନ୍ତିର ବାତାବରଣ ରହିଥାଏ।

୭.ବ୍ୟବସାୟ ଓ ବାଣିଜ୍ୟରେ ବାରମ୍ବାର କ୍ଷତି ସହୁଥିଲେ ଅଫିସ ବା କାର୍ଯ୍ୟାଳୟରେ ଉତ୍ତର ଦିଗରେ ଶୁଆର ଚିତ୍ର ଥିବା ଫଟୋ ଲଗାନ୍ତୁ। ଏହାଦ୍ଵାରା ଆପଣ ନିଜର ବୁଦ୍ଧି ଓ କ୍ଷମତାର ସଠିକ ଉପଯୋଗ କରିପାରିବେ ଓ ବ୍ୟବସାୟରେ ଉନ୍ନତି ହେବ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )