• padmabati kund

ମଲାଇକାଙ୍କ ପାଇଁ ବାପାଙ୍କ ସମ୍ପତ୍ତିରୁ ଭାଗ ପାଇବେ ନାହିଁ ଅର୍ଜୁନ କପୁର ?


(ବେତାର ବ୍ୟୁରୋ) ବଲିଉଡ ଇଣ୍ଡଷ୍ଟ୍ରୀରେ ଏବେ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି। କିଛି ଲୋକ ଏହି ବିବାହକୁ ନେଇ ଗମ୍ଭୀର ଚର୍ଚ୍ଚା କରୁଥିବା ବେଳେ କିଛି ଲୋକ ଏହାର ମଜା ଉଡାଇବାର ଗୋଟିଏ ବି ସୁଯୋଗ ହାତଛଡା କରୁନାହାନ୍ତି। ନିକଟରେ ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମରେ ଏହିପରି କିଛି ଦେଖିବାକୁ ମିଳିଛି। ବୋନି କପୁରଙ୍କ ନାମରେ ଏକ ଫେକ୍ ଆଇଡିରୁ ମଲାଇକାଙ୍କ ଫଟୋରେ ଏପରି ଏକ କମେଣ୍ଟ ଆସିଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।

ନିକଟରେ ମଲାଇକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହଳଦିଆ ରଙ୍ଗର ଗାଉନ ପିନ୍ଧି ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ ବୋନି କପୁର ଅଫିସିଆଲ ନାମକ ଏକ ଫେକ୍ ଆଇଡିରୁ କେହି ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି ଯେ, “ଅର୍ଜୁନକୁ ମୋ ସମ୍ପତ୍ତିକୁ କିଛି ବି ଭାଗ ଦେବି ନାହିଁ।“

ଏହି ଫେକ୍ ଆଇଡିରୁ କମେଣ୍ଟ ଆସିବା ପରେ ଅନ୍ୟ ବ୍ୟବହାରକାରୀମାନେ ମଧ୍ୟ ମଲାଇକା ଓ ଅର୍ଜୁନଙ୍କର ମଜା ଉଡାଇଛନ୍ତି। ଅନ୍ୟଜଣେ ବ୍ୟବହାରକାରୀ ଏହାର ଉତ୍ତର ଦେଇ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ‘ବୋନି ଅଙ୍କଲ ଗୋଟିଏ ବି ପଇସା ଦେବେ ନାହିଁ, ୟା’ଙ୍କ ପାଖରେ ବହୁତ ପଇସା ଅଛି।“

ସେହିପରି ଅନ୍ୟଜଣେ ବ୍ୟବହରକାରୀ ଲେଖିଛନ୍ତି, “ଅର୍ଜୁନ ଭାଇ, ଭାଉଜ ପୁରା ଝକାସ୍ ଲାଗୁଛନ୍ତି।“ କିଛିଦିନ ତଳେ ମଲାଇକା ଅରୋରା ମାଳଦୀପରେ ଛୁଟି କଟାଉଥିବା ସମୟରେ ଏକ ବିକିନି ପିନ୍ଧିଥିବା ଫଟୋ ଶେୟାର କରିଥିଲେ। ଏହି ଫଟୋ ପାଇଁ ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଇଥିଲା।

ସଲମାନଙ୍କ ରାଗ

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ବୋନି କପୁର ଓ ସଲମାନ ଖାନ ଆଦୌ ପସନ୍ଦ କରୁନାହାନ୍ତି। ଏକ ସାକ୍ଷାତକାର ସମୟରେ ଯେତେବେଳେ ବୋନି କପୁରଙ୍କୁ ମଲାଇକା ଓ ଅର୍ଜୁନଙ୍କ ପ୍ରେମ ସମ୍ପର୍କ ବିଷୟରେ ଯାଇଥିଲା, ଏହା ମିଥ୍ୟା ଖବର ବୋଲି ସେ କହିଥିଲେ। କେବଳ ବୋନି କପୁର ଓ ସଲମାନ ଖାନ ନୁହନ୍ତି, ସୋନମ କପୁର ମଧ୍ୟ ଏହି ଦୁଇଜଣଙ୍କ ସମ୍ପର୍କକୁ ପସନ୍ଦ କରନ୍ତି ନାହିଁ। ତେବେ କୁହାଯାଉଛି ଯେ, ସଲମାନ ଖାନଙ୍କ ପାଇଁ ମଲାଇକା ଓ ଅର୍ଜୁନ ନିଜ ସମ୍ପର୍କ ବିଷୟରେ ଲୁଚଉଛନ୍ତି।

ଏହି ଯୋଡି ଚଳିତ ଏପ୍ରିଲ ମାସ 19 ତାରିଖରେ ବିବାହ କରିବେ ବୋଲି ମଧ୍ୟ ଖୁବ ଚର୍ଚ୍ଚା ହେଉଛି। ଏନେଇ ବଲିଉଡ ଖବର ପ୍ରଦାନ କରୁଥିବା ୱେବସାଇଟ spotboye.com ନିକଟରେ ଖବର ପ୍ରକାଶ କରିଥିଲା। ଉଭୟ ଏହି ବିବାହକୁ ଖୁବ ଗୋପନୀୟ ଭାବରେ କରିବାକୁ ଚାହୁଁଛନ୍ତି ଓ ସେଥିପାଇଁ କିଛି ନିକଟତମ ବନ୍ଧୁ ଓ ସମ୍ପର୍କୀୟକୁ ଏହି ବିବାହରେ ସାମିଲ କରିପାରନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା। ମାତ୍ର ଅର୍ଜୁନ କପୁର ଓ ମଲାଇକାଙ୍କ ତରଫରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ।

#entertainment #bollywood #malaikaarora #arjunkapoor #boneykapoor

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon