• padmabati kund

ମୁଖରୁ ମଦ ବାସ୍ନା ରୋକିବାକୁ ଜାଣିରଖନ୍ତୁ ଏହି 5 ଉପାୟ


(ବେତାର ବ୍ୟୁରୋ) ଏକ ନିର୍ଦ୍ଧିଷ୍ଟ ବୟସ ପରେ ପୁରୁଷମାନେ ସାଙ୍ଗମାନଙ୍କ ସହିତ ନିୟମିତ ଭାବରେ ପାର୍ଟି କରିଥାନ୍ତି। ବିଶେଷକରି ଚାକିରୀ କରିବା ପରେ, ପ୍ରାଇଭେଟ ଅଫିସ କାର୍ଯ୍ୟଭାର ଓ ଚିନ୍ତାକୁ ଦୂର କରିବା ପାଇଁ ନିଶା ପାନୀୟ ପ୍ରାୟ ଲୋକଙ୍କର ଆବଶ୍ୟକତା ପାଲଟି ଯାଇଥାଏ। ଅଧିକ ମଦ୍ୟପାନ କରିବା ପରେ ପାଟିରୁ ସ୍ପିରିଟ ପରି ଗନ୍ଧ ବାହାରିଥାଏ। ଏପରି ସମୟରେ ଘରଲୋକଙ୍କ ସାମ୍ନାକୁ ବା ଅନ୍ୟକୌଣସି ବ୍ୟକ୍ତିଙ୍କ ପାଖକୁ ଯିବାକୁ ଲଜ୍ଜ୍ୟା ଅନୁଭବ ହୋଇଥାଏ। ବେଳେ ବେଳେ ମଦ ପିଇବାର ଅନେକ ସମୟ ପରେ ମଧ୍ୟ ପାଟିରୁ

ମଦ ଗନ୍ଧ ଛାଡି ନ ଥାଏ।

ତେବେ ମଦ୍ୟପାନ କରିବା ପରେ ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ କଣ କଣ ସହଜ ଉପାୟ ଆପଣେଇବେ ଆସନ୍ତୁ ଜାଣିବା।

୧. ପାଣି ପିଇବାକୁ ଭୁଲନ୍ତୁ ନାହିଁ: ଅଧିକ ମଦ ବା ନିଶାଯୁକ୍ତ ପାନୀୟ ପିଇବା ଦ୍ଵାରା ଆପଣଙ୍କ ଶରୀର ଡିହାଇଡ୍ରେଟ ହୋଇଥାଏ। ଏହାଫଳରେ ଆପଣଙ୍କ ଶରୀରରେ ଜଳୀୟ ଅଂଶ କମ ହୋଇଥାଏ। ଏଥିପାଇଁ ଯଥେଷ୍ଟ ମାତ୍ରାରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ମଦ୍ୟପାନ କରିବା ପରେ ଓ କରିବା ପୂର୍ବରୁ ଆବଶ୍ୟକ ପରିମାଣର ପାଣି ପିଇବା ଦ୍ଵାରା ପରଦିନ ସକାଳେ ଆପଣଙ୍କର ହ୍ୟାଙ୍ଗଓଭର ଦୂର ହେବା ସହିତ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

୨.ପାଖରେ ମାଉଥୱାସ ବା ମିଣ୍ଟ୍ ରଖନ୍ତୁ: ମଦ ପିଇବା ପରେ ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ସବୁବେଳେ ପାଖରେ ମାଉଥୱାସ ବା ମିଣ୍ଟ୍ ରଖନ୍ତୁ। ସାଙ୍ଗମାନଙ୍କ ସହ ପାର୍ଟିରେ ମଦ ପିଇ ଘରକୁ ଫେରିବାର ଦଶ ମିନିଟ ପୂର୍ବରୁ ଏହାର ବ୍ୟବହାର କରନ୍ତୁ। ତେବେ ମନେରଖନ୍ତୁ ଯଦି ମଦ ଆପଣଙ୍କ ପୋଷାକରେ ବା ଶରୀରର ଅନ୍ୟ କୌଣସି ଅଙ୍ଗରେ ପଡିଥାଏ ତେବେ ସେହିସ୍ଥାନରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହେବ ନାହିଁ।

୩.ଏକାଧିକ ପାନୀୟ ମିଶାଇ ପିଅନ୍ତୁ ନାହିଁ: ଭିନ୍ନ ଭିନ୍ନ ନିଶାଯୁକ୍ତ ପାନୀୟର ବାସ୍ନା ଅଲଗା ଅଲଗା ହୋଇଥାଏ। ଗୋଟିଏ ପାନୀୟ ସହିତ ଅନ୍ୟ ଏକ ପାନୀୟକୁ ମିଶାଇବା ଦ୍ଵାରା ଏହାର ବାସ୍ନା ଅଧିକ ଖରାପ ହୋଇଥାଏ। ଯଦି ଆପଣ ଏକାଧିକ ପାନୀୟକୁ ମିଶାଇ ପିଉଛନ୍ତି ତେବେ ଆପଣଙ୍କ ପାଟିରୁ ଅଧିକ କଡା ଦୁର୍ଗନ୍ଧ ବାହାରିଥାଏ। ତେଣୁ ଏକାଧିକ ମଦକୁ ମିଶାଇ ପିଅନ୍ତୁ ନାହିଁ।

୪.ପିଆଜ ଓ ରସୁଣ ଯୁକ୍ତ ଖାଦ୍ୟ ଖାଆନ୍ତୁ: ମଦ୍ୟପାନ କରିବା ପରେ ପାଟିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଅଧିକ ପିଆଜ ଓ ରସୁଣ ଯୁକ୍ତ ଖାଦ୍ୟର ସେବନ କରନ୍ତୁ। ପିଆଜ ଓ ରସୁଣରୁ ଅଧିକ କଡା ବାସ୍ନା ବାହାରିଥାଏ ଯାହାକି ମଦ ବାସ୍ନାକୁ ସହଜରେ ଦୂର କରିପାରେ। ତେଣୁ ମଦ୍ୟପାନ କରିବା ପରେ ହୋଟେଲରୁ ଏହିପରି ଖାଦ୍ୟ ଯଥା, ଗାର୍ଲିକ ଫ୍ରାଇ, ଗାର୍ଲିକ ବ୍ରେଡ ଇତ୍ୟାଦି ଅର୍ଡର କରି ଖାଆନ୍ତୁ।

୫.ଯଥେଷ୍ଟ ଖାଦ୍ୟ ଖାଆନ୍ତୁ: ମଦ୍ୟପାନ କରିବା ପୂର୍ବରୁ ବା ପରେ ଯଥେଷ୍ଟ ପରିମାଣର ଖାଦ୍ୟ ଖାଇବା ଉଚିତ। ଆବଶ୍ୟକ ପରିମାଣର ଖାଦ୍ୟ ଖାଇବା ଦ୍ଵାରା ଶରୀରର ପାକସ୍ଥଳୀରେ ମଦ ପରିମାଣର ଅଧିକ ହେବାକୁ ଦେଇନଥାଏ ଓ ବାନ୍ତି ହେବାରୁ ରୋକିଥାଏ।

#lifestyle #alcohol

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon