- ବେତାର ବ୍ୟୁରୋ
ନିଯୁକ୍ତି ବେତାର : ଷ୍ଟେଟ ବ୍ୟାଙ୍କରେ 8,653 ଜୁନିୟର କ୍ଳର୍କ ପଦବୀ

(ବେତାର ବ୍ୟୁରୋ) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ 8653ଟି ଜୁନିୟର କ୍ଳର୍କ ପଦରେ ନିଯୁକ୍ତି ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ ତାରିଖ
ଏହି ପଦରେ ଅବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ 12ରୁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମେ’ 3 ତାରିଖ ପର୍ଯ୍ୟନ୍ତ ରହିଛି।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ମୋଟ 8653ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଭୁବନେଶ୍ଵର ସର୍କଲ (ଓଡିଶା) ପାଇଁ 350ଟି ପଦବୀ ରହିଛି। ଏହି 350ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ 140ଟି, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 56ଟି, ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 77ଟି, ଓବିସି ପ୍ରାର୍ଥୀଙ୍କ ପାଇଁ 42ଟି ଓ ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ପାଇଁ 35ଟି ପଦବୀ ରହିଛି।
ଦରମା
ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.13,075 ଦରମା ପ୍ରଦାନ କରାଯିବ।
ବୟସସୀମା
ଏହି ପଦରେ ଅବେଦାନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଏପ୍ରିଲ 1, 2019 ସୁଦ୍ଧା ସର୍ବନିମ୍ନ 20ବର୍ଷ ଓ ସର୍ବାଧିକ 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 10ବର୍ଷ କୋହଳ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା
ଏହି ଜୁନିୟର କ୍ଳର୍କ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତି ପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଯେଉଁମାନେ ଗ୍ରାଜୁଏସନର ଶେଷ ସେମିଷ୍ଟାରରେ ପଢୁଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ।
ଆବେଦନ ଫି’
ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.750 ଫି’ ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ ଟ.125 ପଇଠ କରିବାକୁ ପଡିବ। ଏହି ଫି’କୁ ଆପଣ ଅନଲାଇନରେ ପଇଠ କରିପାରିବେ।
ପରୀକ୍ଷା ତାରିଖ
ଏହି ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା ଜୁନ ମାସରେ ଅନୁଷ୍ଠିତ ହେବ ଓ ମେନ୍ ପରୀକ୍ଷା ଅଗଷ୍ଟ ମାସ 10 ତାରିଖରେ ଅନୁଷ୍ଠିତ ହେବ।
କିପରି ଆବେଦନ କରିବେ
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟ https://bank.sbi/careers କିମ୍ବା https://www.sbi.co.in/careers ରେ ଲଗଇନ କରିବାକୁ ପଡିବ। ଏହାପରେ Recruitment of Junior Associates 2019 ଉପରେ କ୍ଲିକ କରି, ସମସ୍ତ ଆବଶ୍ୟକୀୟ ତଥ୍ୟ ଦେଇ ଆବେଦନ କରିପାରିବେ। ଏହାସହିତ ପାସପୋର୍ଟ ସାଇଜ ଫଟୋ ଓ ଏଥିରେ ଦସ୍ତଖତ କରି ଏହାର ସ୍କାନ କପି ଅପଲୋଡ କରିବାକୁ ପଡିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ଷ୍ଟେଟ ବ୍ୟାଙ୍କ ଚାକିରି
ସମ୍ବନ୍ଧିତ ୱେବସାଇଟ https://www.sbi.co.in/careers/ ରେ LATEST ANNOUCNEMENT ଦେଖିପାରିବେ ।