- padmabati kund
ଫେଶନ ବେତାର : ଖରାଦିନେ ଷ୍ଟାଇଲିସ ଲୁକ୍ ପାଇଁ 5 ଟିପ୍ସ

(ବେତାର ବ୍ୟୁରୋ) ସବୁ ଋତୁରେ ନିଜକୁ ଏକ ଷ୍ଟାଇଲିସ ଲୁକ୍ ଦେବା ପାଇଁ ସମସ୍ତେ ଚାହିଁଥାନ୍ତି। ମାତ୍ର ସମସ୍ତେ ଋତୁ ହିସାବରେ ସଠିକ ଭାବରେ ପୋଷାକ ଚୟନ କରିପାରି ନ ଥାନ୍ତି ବା ଅନ୍ୟାନ୍ୟ ଜିନିଷ କିଣିପାରି ନ ଥାନ୍ତି। ଷ୍ଟାଇଲିସ ଲୁକ୍ ପାଇବା ପାଇଁ ବେଶି କିଛି କଷ୍ଟ କରିବାକୁ ପଡିବ ନାହିଁ, କେବଳ ଋତୁ ଅନୁଯାୟୀ ପୋଷାକ ଚୟନ କରି ଜାଣିଲେ ହୋଇପାରିବ। ଖରାଦିନେ ଷ୍ଟାଇଲିସ ଲୁକ୍ ପାଇବା ସହିତ ଆପଣଙ୍କୁ ଖରା ଗରମରେ ଆରାମଦାୟକ ପୋଷାକ କିଣିବା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ।
ତେବେ ଖରାଦିନେ ଏକ ସୁନ୍ଦର ଓ ଷ୍ଟାଇଲିସ ଲୁକ୍ ପାଇବା ପାଇଁ କେଉଁ କେଉଁ ଫ୍ୟାସନେବଲ ସାମଗ୍ରୀ କିଣିପାରିବେ ଆସନ୍ତୁ ଜାଣିବା।
୧. ଷ୍ଟାଇଲିଶ କ୍ୟାପ : ଖରାତାତିରୁ ବଞ୍ଚିବା ପାଇଁ ବଜାରରେ ଅନେକ ପ୍ରକାରର ଟୋପି ବିକ୍ରି କରାଯାଉଛି। ମହିଳାମାନଙ୍କ ମଧ୍ୟରେ ଗୋଲାକାର ଆକୃତି ଟୋପିର ଚାହିଦା ବହୁତ ଅଧିକ। ଏହା ଆପଣଙ୍କୁ ଖରାରୁ ରକ୍ଷା କରିବା ସହିତ ଏକ ଷ୍ଟାଇଲିସ ଲୁକ୍ ମଧ୍ୟ ଦେଇଥାଏ। ଖରାଦିନେ କଟନ୍ କପଡାରେ ପ୍ରସ୍ତୁତ ଟୋପିର ବ୍ୟବହାର କରନ୍ତୁ।

୨.ହାତ ପାଇଁ ଗ୍ଲୋଭ୍: ଖରାରେ ବାହାରେ ବୁଲିବା ଦ୍ଵାରା ହାତରେ ସନ୍ ଟ୍ୟାନ୍ ହୋଇଥିଏ ବା କଳା ପଡିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଗ୍ଲୋଭ୍ ବ୍ୟବହାର କରନ୍ତୁ। ବଜାରରେ ଅନେକ ଡିଜାଇନର ଓ ଭିନ୍ନ ଭିନ୍ନ ରଙ୍ଗର ଗ୍ଲୋଭ୍ ବ୍ୟବହାର କରାଯାଉଛି। ଆପଣ ନିଜ ପୋଷାକର ରଙ୍ଗ ଅନୁଯାୟୀ ଗ୍ଲୋଭ୍ ବାଛନ୍ତୁ।
୩.ସ୍କାର୍ଫ : ଏହାକୁ ଆପଣ ସବୁ ଋତୁରେ ବ୍ୟବହାର କରିପାରିବେ। ସୁନ୍ଦର ଡିଜାଇନ ପ୍ରିଣ୍ଟ ହୋଇଥିବା ଓ ପତଳା କପଡାରେ ପ୍ରସ୍ତୁତ ସ୍କାର୍ଫ କିଣନ୍ତୁ। ଖରାଦିନେ କଟନ୍ କପଡାରେ ପ୍ରସ୍ତୁତ ସ୍କାର୍ପ ବହୁତ ଉପଯୋଗୀ ଅଟେ। ଯଦି ଆପଣ କିଛି ପ୍ରିଣ୍ଟେଡ ପୋଷାକ ପିନ୍ଧୁଛନ୍ତି ତେବେ ପ୍ରିଣ୍ଟ ହୋଇନଥିବା ସ୍କାର୍ଫ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ଏକ ସୁନ୍ଦର ଲୁକ୍ ଦେଇଥାଏ। ବଜାରରେ ବର୍ତ୍ତମାନ ଅନେକ ପ୍ରକାରର ସ୍କାର୍ଫ ଉପଲବ୍ଧ ହେଉଛି ଓ ଏଥିରୁ ମଲ୍ଟିକଲର ସ୍କାର୍ଫର ଚାହିଦା ବହୁତ ଅଧିକ।

୪.ଷ୍ଟାଇଲିସ ଚଷମା : ଆଖିକୁ ଖରାରୁ ବଞ୍ଚେଇବା ପାଇଁ ଓ ଷ୍ଟାଇଲିସ ଲୁକ୍ ପାଇବା ପାଇଁ ଚଷମା ନିଶ୍ଚିତ ଭାବରେ ପିନ୍ଧନ୍ତୁ। ବର୍ତ୍ତମାନ ବଡ ଗ୍ଳାସ ଥିବା ଚଷମାର ଚାହିଦା ବହୁତ ଅଧିକ। ନିଜ ପୋଷାକକୁ ମ୍ୟାଚ କରୁଥିବା ଚଷମା କିଣି ପିନ୍ଧିପାରିବେ। ଚଷମା କିଣିବା ସମୟରେ ନିଜ ଚେହେରାର ଆକୃତି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଓ ସେହି ଅନୁଯାୟୀ ଚଷମା କିଣନ୍ତୁ।
୫.ଅର୍ଗାନିକ୍ ସମରକୋଟ୍ : ଅର୍ଗାନିକ ପୋଷାକର ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏହି ପୋଷାକରେ ପନିପରିବାରୁ ପ୍ରସ୍ତୁତ ରଙ୍ଗରେ ଡାଇ କରାଯାଇଥାଏ। ଗାଢ ରଙ୍ଗର ପୋଷାକ ପରିବର୍ତ୍ତେ ହାଲକା ରଙ୍ଗ ଓ କମ କାମ ହୋଇଥିବା ପୋଷାକ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି। ଏହାକୁ ଆପଣ କୌଣସି ପାର୍ଟି, ଉତ୍ସବ କିମ୍ବା ଅଫିସକୁ ପିନ୍ଧି ଯାଇପାରିବେ। ଏଥିମଧ୍ୟରୁ ସମରକୋଟ୍ ର ଚାହିଦା ବହୁତ ଅଧିକ।
