- padmabati kund
ଭିଡିଓ : ଅନନ୍ୟା-ସ୍ୱୟମଙ୍କ ଏହି ରୋମାଣ୍ଟିକ ଓଡିଆ ଗୀତକୁ ତିନି ଦିନରେ ଦେଖିଲେଣି 45,000 ଦର୍ଶକ

(ବେତାର ବ୍ୟୁରୋ) ଓଡିଆ କଣ୍ଠଶିଳ୍ପୀ ଅନନ୍ୟା ଓ ସ୍ୱୟମ ପାଢୀଙ୍କ କଣ୍ଠରେ ଏକ ଓଡିଆ ରୋମାଣ୍ଟିକ ଗୀତ ରିଲିଜ ହୋଇଯାଇଛି। ଓଡିଆ ୱାନ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଥିବା ଏହି ରୋମାଣ୍ଟିକ ଗୀତର ନାମ ରହିଛି ‘ନିଶା ନିଶା ତୋର ଆଖି’। ଗୀତଟିକୁ ଶ୍ରୋତାମାନେ ଖୁବ ପସନ୍ଦ କରୁଛନ୍ତି।
ଏହି ରୋମାଣ୍ଟିକ ଗୀତର ଷ୍ଟୂଡିଓ ଭର୍ସନକୁ ୟୁଟ୍ୟୁବ ଚ୍ୟାନେଲ ଓଡିଆ ୱାନରେ ଏପ୍ରିଲ 9 ତାରିଖରେ ରିଲିଜ କରାଯାଇଥିଲା। ଗୀତଟି ରିଲିଜ ହେବାର ତିନିଦିନ ମଧ୍ୟରେ ଏହାକୁ ପ୍ରାୟ 45,000 ଦର୍ଶକ ଶୁଣି ସାରିଲେଣି। ଆକର୍ଷଣୀୟ ସଙ୍ଗୀତ ସହିତ ହୃଦୟସ୍ପର୍ଶୀ ଲିରିକ୍ସ ଶ୍ରୋତା ମାନଙ୍କର ମନକୁ ଛୁଇଁ ପାରିଛି। ଆଗକୁ ଆହୁରି ଅଧିକ ସଂଖ୍ୟାରେ ଦର୍ଶକ ଏହି ଗୀତକୁ ପସନ୍ଦ କରିବେ ବୋଲି ନିର୍ମାତା ଆଶା ରଖିଛନ୍ତି।
ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ସ୍ୱୟମ ପାଢୀ ଓ ଅନନ୍ୟା ସ୍ରିତମ ନନ୍ଦଙ୍କ ଆକର୍ଷଣୀୟ ଗାୟିକୀ ଏହି ଗୀତରେ ଶୁଣିବାକୁ ମିଳିଛି। ଏହି ଭିଡିଓରେ ଷ୍ଟୂଡିଓ ଭିତରେ ଉଭୟ ସ୍ୱୟମ ଓ ଅନନ୍ୟାଙ୍କୁ ଗୀତ ଗାଉଥିବାର ଦେଖିବାକୁ ମିଳିଛି।
ଶ୍ରୁତିମଧୁର ଗୀତ,ସଙ୍ଗୀତ
ଏହି ରୋମାଣ୍ଟିକ ଓଡିଆ ଗୀତର ସଙ୍ଗୀତଭାର ତୁଲାଇଛନ୍ତି ସୋମେଶ ଶତପଥି। ଗୀତିକାର ରାକେଶ ରଥ ଏହି ଗୀତର ଲିରିକ୍ସ ଲେଖିଛନ୍ତି। ହାଲକା ସଫ୍ଟ ରୋମାଣ୍ଟିକ ବିଟ୍ ଓ ତା'ସହିତ ମନମତାଣିଆ ଗିଟାର ଧୁନ ତାଳେ ତାଳେ କାନକୁ ଭଲ ଶୁଭୁଥିବା ଶବ୍ଦ ଖୁବ ମନ ଛୁଆଁ ହେଇପାରିଛି ।
ଏହି ଷ୍ଟୂଡିଓ ଭର୍ସନକୁ ଦର୍ଶକଙ୍କ ଠାରୁ ଏତେ ଭଲ ପାଇବା ମିଳିବା ପରେ ଖୁବଶୀଘ୍ର ଏହି ଗୀତକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିବେ ବୋଲି ନିର୍ମାତା ସୂଚନା ଦେଇଛନ୍ତି।