• padmabati kund

ଆଇପିଏଲ 2019: ଶନିବାର ରୋହିତ ଶର୍ମା, କେ ଏଲ ରାହୁଲଙ୍କ ଉପରେ ନଜର


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ 2019ରେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ ଏବଂ ଦ୍ଵିତୀୟ ମ୍ୟାଚଟି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯିବ। ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରି ମୁମ୍ବାଇ ଦଳକୁ ଜିତାଇଥିବା କାଏରନ ପୋଲାର୍ଡ ଓ ପଞ୍ଜାବ ପାଇଁ ଗତ ମ୍ୟାଚରେ ଶତକ ହାସଲ କରିଥିବା କେ.ଏଲ ରାହୁଲ ପୁଣି ଥରେ ଉନ୍ନତ ଶୈଳୀର ପ୍ରଦର୍ଶନ କରିପାରନ୍ତି ବୋଲି ଆଶା ରହିଛି।

ମୁମ୍ବାଇ ବନାମ ରାଜସ୍ଥାନ

ଚଳିତ ସିଜିନରେ ଚାରିଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇ ସପ୍ତମ ସ୍ଥାନରେ ରହିଛି। ଦୁଇଦଳ ମଧ୍ୟରେ ୱାଙ୍ଖେଡେ ଷ୍ଟାଡିୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ଛଅଟି ମ୍ୟାଚ ଖେଳାଯାଇଛି ଓ ସେଥିମଧ୍ୟରୁ ଚାରି ମ୍ୟାଚରେ

ମୁମ୍ବାଇ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚ ରାଜସ୍ଥାନ ଜିତିଛି।

ମୁମ୍ବାଇ ଦଳ ଏହାର ପୂର୍ବ ମ୍ୟାଚ ପଞ୍ଜାବ ବିରୁଦ୍ଧରେ ଜିତିଥିଲା। ଏହି ମ୍ୟାଚରେ ରୋହିତଙ୍କ ଅନୁପସ୍ଥିତିରେ କାଏରନ ପୋଲର୍ଡ ଅଧିନାୟକ ହୋଇଥିଲେ। ସେ ପଞ୍ଜାବ ବିରୁଦ୍ଧରେ 31 ବଲରେ 83ରନ କରିଥିଲେ। ତେବେ ପୋଲର୍ଡଙ୍କ ବ୍ୟତୀତ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, କ୍ଵିଣ୍ଟନ ଡିକକ ଓ ଇଶାନ କିଷନଙ୍କ ଠାରୁ ଦଳ ଭଲ ପ୍ରଦର୍ଶନ ଆଶା ରଖିବ।

ଅନ୍ୟପଟେ ଚେନ୍ନାଇ ଠାରୁ ରାଜସ୍ଥାନ ଏହାର ପୂର୍ବ ମ୍ୟାଚ ହାରିଯାଇଥିଲା। ଲଗାତାର ଦୁଇଟି ମ୍ୟାଚରେ ହାରିବା ପରେ ଦଳ ଏହି ମ୍ୟାଚରେ ବିଜୟୀ ହେବାର ଲକ୍ଷ୍ୟ ରଖିବ। ଅଧିନାୟକ ଅଜିଙ୍କ୍ୟା ରାହାଣେ, ଜସ ବଟଲର, ସଞ୍ଜୁ ସାମସନଙ୍କ ଠାରୁ ଉନ୍ନତ ମାନର ବ୍ୟାଟିଂ ପ୍ରଦର୍ଶନ ଓ ବେନ ଷ୍ଟୋକ୍ସ, ଜୟଦେବ ଉନ୍ନଦକଟ, ଜୋଫ୍ରା ଆର୍ଚରଙ୍କ ଠାରୁ ଦଳ ଭଲ ବୋଲିଂ ପ୍ରଦର୍ଶନ ଆଶା ରହିଛି।

ବାଙ୍ଗାଲୋର ବନାମ ପଞ୍ଜାବ

କିଙ୍ଗ୍ସ ଇଲେଭେନ ପଞ୍ଜାବ ଚଳିତ ସିଜିନରେ ଚାରିଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଚଳିତ ସିଜିନରେ ଛଅଟି ମ୍ୟାଚରେ ହାରି ବାଙ୍ଗାଲୋର ଶେଷ ସ୍ଥାନରେ ରହିଛି। ଏହି ମ୍ୟାଚରେ ବିଜୟ  ହାସଲ କରି ବାଙ୍ଗାଲୋର ପ୍ଲେ-ଅଫକୁ ଯିବାର ଆଶା ବଞ୍ଚାଇ ରଖିବାକୁ ଚେଷ୍ଟା କରିବ।

କେ.ଏଲ ରାହୁଲଙ୍କ ଉପରେ ନଜର

ପଞ୍ଜାବ ଦଳର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ଚଳିତ ସିଜିନରେ ସେ ତିନୋଟି ଅର୍ଦ୍ଧଶତକ ଲଗାଇ ସାରିଛନ୍ତି। ସାତଟି ମ୍ୟାଚରେ ସେ ମୋଟ 317ରନ ହାସଲ କରିଛନ୍ତି। ତେବେ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଶ୍ଵକପ ପାଇଁ ଦଳରେ ନିଜ ସ୍ଥାନକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିବେ।

ବାଙ୍ଗାଲୋରରେ ସାମିଲ ହେଲେ ଡେଲ ଷ୍ଟେନ

ବାଙ୍ଗାଲୋର ଦଳ ଏହି ସିଜିନରେ ସେତେଟା ଭଲ ପ୍ରଦର୍ଶନ କରିପାରୁନାହିଁ। ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ବୋଲରଙ୍କ ପ୍ରଦର୍ଶନ ନିରାଶଜନକ ରହିଛି। ନାଥନ କୁଲଟର ନାଇଲ ଆଘାତ ହୋଇ ଦଳରୁ ବାହାରିବା ପରେ ଦଳରେ ଦକ୍ଷିଣଆଫ୍ରିକାର ଫାଷ୍ଟ ବୋଲର ଡେଲ ଷ୍ଟେନଙ୍କୁ ସାମିଲ କରାଯାଇଛି। ଏହାପୂର୍ବରୁ ସେ ଏହିଦଳ ସହିତ 2008ରୁ 2010 ପର୍ଯ୍ୟନ୍ତ ଖେଳିଛନ୍ତି। ଦଳ ତାଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା ରଖିବ। ଏହାବ୍ୟତୀତ ନବଦୀପ ସୈନି, ମହମ୍ମଦ ଶିରାଜ, ୟୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

#cricket #ipl201 #RCBVsKXIP #MIVsRR

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon